ଭୁବନେଶ୍ବର: ରାଜ୍ୟର ୧ ନମ୍ବର ଯୋଜନା ହେଉଛି ବିଏସକେୱାଇ । ଶ୍ରମିକ, ଟାଷୀ ଓ ଗରୀବଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଏହି ଯୋଜନା ପ୍ରଣୟନ କରିଛନ୍ତି । ବଡ ବଡ ହସପିଟାଲରେ ଚିକିତ୍ସା କରାଇବା ପାଇଁ ଲୋକଙ୍କୁ ମୁଖ୍ୟମନ୍ତ୍ରୀ ସାହସ ଦେଇଛନ୍ତି । ଏହି ଯୋଜନାରେ ପ୍ରତି ମାସରେ ୨୬୦ କୋଟି ଟଙ୍କା ଖର୍ଚ୍ଚ ହେଉଛି । ଲକ୍ଷେ ୫୦ ହଜାର ପରିବାର ମାଗଣାରେ ଚିକିତ୍ସା ସେବା ପାଉଛନ୍ତି । ରାଜ୍ୟର ପାଖାପାଖି ୯୦ ପ୍ରତିଶତ ଲୋକ ଏହି ଯୋଜନାର ସୁଫଳ ପାଉଛନ୍ତି । ଏହି ଯୋଜନାକୁ ନେଇ ସମସ୍ତେ ଖୁସୀ ଅଛନ୍ତି । କିନ୍ତୁ ଲୋକଙ୍କ ଖୁସୀ ଦେଖିପାରୁନାହାନ୍ତି କେନ୍ଦ୍ରନ୍ତ୍ରୀ । ସେ କ୍ଷମତାକୁ ଆସିଲାମାତ୍ରେ ପ୍ରଥମେ ବିଏସକେୱାଇ ଯୋଜନାକୁ ବନ୍ଦ କରିବେ । ନାଁ ନନେଇ ଧର୍ମେନ୍ଦ୍ର ପ୍ରଧାନଙ୍କ ମୁଖା ଖୋଲିଛନ୍ତି ଫାଇଭଟି ଓ ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାକୁ ବନ୍ଦ କରିବାକୁ କେନ୍ଦ୍ରମନ୍ତ୍ରୀ ବରାବର ଷଡ଼ଯନ୍ତ୍ର କରୁଛନ୍ତି । ସମ୍ବଲପୁର ଜିଲ୍ଲାର ବୁର୍ଲାଠାରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ବିଜୁ ଶ୍ରମିକ ସାମୁଖ୍ୟ କନଭେନସନରେ ଏହା କହିଛନ୍ତି ପାଣ୍ଡିଆନ ।
କେନ୍ଦ୍ର ଶିକ୍ଷାମନ୍ତ୍ରୀ ଭାବେ ଧର୍ମେନ୍ଦ୍ରଙ୍କ ଅପାରଗତାକୁ ବି ସାମ୍ନାକୁ ଆଣିଛନ୍ତି ପାଣ୍ଡିଆନ । ଓଡ଼ିଶାରେ ୯୮ ପ୍ରତିଶତ କଲେଜ ପିଲାଙ୍କୁ ନୂଆ-ଓ ସ୍କଲାରସିପ ପ୍ରଦାନ କରୁଛନ୍ତି ମୁଖ୍ୟମନ୍ତ୍ରୀ । ଏତେ ସଂଖ୍ୟକ ଛାତ୍ରଛାତ୍ରୀଙ୍କୁ ବୃତ୍ତି ଦେବାରେ ଓଡ଼ିଶା ଭାରତ ବର୍ଷରେ ପ୍ରଥମ ଓ ଏକମାତ୍ର ରାଜ୍ୟ । ତେବେ କେନ୍ଦ୍ରରେ ଶିକ୍ଷାମନ୍ତ୍ରୀ ଥିବା ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟର କେତେ ପିଲାଙ୍କୁ ବୃତ୍ତି ଦେଉଛନ୍ତି ବୋଲି ଜବାବ ମାଗିଛନ୍ତି ଫାଇଭ-ଟି ଅଧ୍ୟକ୍ଷ । ଶ୍ରମିକ, ଟାଷୀ ଓ ଗରୀବ ଘରର ପିଲାଙ୍କ ପଢିବା ପାଇଁ ଫିସ ଦେବା , ବହି-ଖାତା କିଣିବା ଆଦି ବୋଝ ସେମାନଙ୍କ ବାପା ମା’ଙ୍କ ଉପରେ ନପଡୁ ବୋଲି ମୁଖ୍ୟମନ୍ତ୍ରୀ ଏହି ଯୋଜନା କରିଛନ୍ତି । ଏହି ଯୋଜନା ମାଧ୍ୟମରେ ଶ୍ରମିକ ପରିବାରର ପିଲାମାନେ ଉପକୃତ ହେବେ । କଲେଜରେ ପାଠ ପଢୁଥିବା ୯୮ ପ୍ରତିଶତ ପିଲା ଏହି ଯୋଜନାର ସୁଫଳ ପାଉଛନ୍ତି ।
ଶ୍ରମିକଙ୍କୁ ବିକାଶର ସାରଥି ଭାବେ ଗ୍ରହଣ କରି ସେମାନଙ୍କର ଉନ୍ନତି ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିନ୍ତା କରୁଛନ୍ତି । ସେଥିପାଇଁ ନିକଟରେ ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ ୧୦୦ଟଙ୍କା ବୃଦ୍ଧି କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହା ମୁଖ୍ୟମନ୍ତ୍ରୀଙ୍କ ଏକ ଐତିହାସିକ ପଦକ୍ଷେପ । ବିଜୁବାବୁ ଏକଦା ଶ୍ରମିକଙ୍କ ସର୍ବନିମ୍ନ ପାରିଶ୍ରମିକ ଦୁଇଗୁଣା କରି ରେକର୍ଡ କରିଥିଲେ । ବିକାଶର ସାରଥୀ ହେଲେ ଶ୍ରମିକ । ସେମାନେ ଖୁସୀରେ ରହିଲେ ବିକାଶ ଆହୁରି ସହଜ ହେବ ବୋଲି ପାଣ୍ଡିଆନ କହିଛନ୍ତି । ସଶକ୍ତ ଶ୍ରମିକ, ସଶକ୍ତ ଓଡ଼ିଶା । ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ ଏକକାଳୀନ ୧୦୦ଟଙ୍କା ବୃଦ୍ଧି ପଛର ଘଟଣାବଳୀ ସମ୍ପର୍କରେ ସୂଚନା ଦେଇଥିଲେ ପାଣ୍ଡିଆନ । ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ ବୃଦ୍ଧିପାଇଁ ଯେଉଁ ପ୍ରସ୍ତାବ ଆସିଥିଲା ସେଥିରେ ମୁଖ୍ୟମନ୍ତ୍ରୀ ସନ୍ତୁଷ୍ଟ ହୋଇନଥିଲେ । ନିଜେ ହସ୍ତକ୍ଷେପ କରି ଏକକାଳୀନ ୧୦୦ଟଙ୍କା ବୃଦ୍ଧି ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହି ବୃଦ୍ଧି ଯୋଗୁଁ ରାଜ୍ୟ ସରକାର ବାର୍ଷିକ ୪ହଜାର କୋଟି ଟଙ୍କାର ବୋଝ ମୁଣ୍ଡାଇବାକୁ ପଡିବ ବୋଲି ଆକଳନ କରାଯାଇଥିଲା । କିନ୍ତୁ ଶ୍ରମିକମାନଙ୍କୁ ମୁଖ୍ୟମନ୍ତ୍ରୀ ବହୁତ ଭଲ ପାଆନ୍ତି ଏବଂ ସେମାନେ ହିଁ ନୂଆ ଓଡିଶାର ସାରଥୀ ବୋଲି ହୃଦୟଙ୍ଗମ କରିଥିବାରୁ ଏହି ବୋଝକୁ ଭୃକ୍ଷେପ କରିନଥିଲେ ।
ପୁଞ୍ଜି ଆଣିବା କ୍ଷେତ୍ରରେ ସମଗ୍ର ଦେଶରେ ମହାରାଷ୍ଟ୍ର ତଳକୁ ଦ୍ବିତୀୟ ସ୍ଥାନରେ ରହିଛି ଓଡିଶା । ଶ୍ରମିକମାନଙ୍କ ସହଯୋଗ ଓ ସଂପୃକ୍ତି ରହିଲେ ଯାଇ ଏହି ପୁ଼ଞ୍ଜି ବିନିଯୋଗର ସୁଫଳ ରାଜ୍ୟକୁ ମିଳିବ । ସେଥିପାଇଁ ନୂଆ ଓଡିଶା ଗଠନ କ୍ଷେତ୍ରରେ ଶ୍ରମିକଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ବୋଲି ପାଣ୍ଡିଆନ କହିଥିଲେ । ଏଥିସହ ଶ୍ରମିକମାନଙ୍କୁ ଉଦବୋଧନ ଦେଇ ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ସମ୍ପର୍କରେ ଆଲୋଚନା ମଧ୍ୟ କରିଥିଲେ ସେ। କିଛି ଲୋକ ରାଜନୀତି ପାଇଁ ମିଛ କହି ମିଛ ପ୍ରଚାରରେ ବିଶ୍ବାସ କରନ୍ତି । ହେଲେ ନବୀନ ସବୁବେଳେ କାମରେ ବିଶ୍ବାସୀ । ସମସ୍ତେ ମିଳିମିଶି ନବୀନଙ୍କ ନେତୃତ୍ବରେ ନୂଆ ଓଡ଼ିଶା ଗଠନ କରିବାକୁ ଫାଇଭ-ଟି ଅଧ୍ୟକ୍ଷ ଆହ୍ବାନ ଦେଇଛନ୍ତି । ଆଗାମୀ ଦିନରେ ଶ୍ରମିକଙ୍କ ପାଇଁ ବହୁ ପଦକ୍ଷେପ ଗ୍ରହଣ କରାଯିବ । ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡରେ ଏଥିପାଇଁ ଯଦି ପାଣ୍ଠିର ଅଭାବ ରହିଥିବ, ତାହେଲେ ରାଜ୍ୟ ବଜେଟରୁ ପାଣ୍ଠି ଯୋଗାଇଦିଆଯିବ ବୋଲି କହିଛନ୍ତି ପାଣ୍ଡିଆନ ।
ନିର୍ବାଚନ ପରିପ୍ରେକ୍ଷୀରେ ବିଜୁଜନତା ଦଳ ତାର ନିର୍ବାଚନୀ ଇସ୍ତାହାର ଆଣିବାକୁ ଯାଉଛି । ଶ୍ରମିକମାନେ ଯଦି କିଛି ପ୍ରସ୍ତାବ ଦିଅନ୍ତି ତାହେଲେ ତାକୁ ଇସ୍ତାହାରରେ ସ୍ଥାନିତ କରାଯିବ । ଇସ୍ତାହାରରେ ସ୍ଥାନ ପାଇଲେ ସରକାର କ୍ଷମତାକୁ ଆସିବା ମାତ୍ରେ ଅର୍ଥାତ ପ୍ରଥମ କ୍ୟାବିନେଟରେ ହିଁ ତାକୁ ଅନୁମୋଦନ ମିଳିବ ବୋଲି କହିଛନ୍ତି ପାଣ୍ଡିଆନ । ନବୀନ ସରକାର ଲୋକଙ୍କର, ସବୁବେଳେ ଲୋକଙ୍କ ପାଇଁ ହିଁ ଚିନ୍ତା କରିବ ବୋଲି ପାଣ୍ଡିଆନ ପ୍ରତିଶୃତି ଦେଇଛନ୍ତି ।
Breaking
Bajaj Finserv Asset Management Limited launches its Banking and Financial Services Fund to tap into India’s evolving financial growth storyKinetic Green Tonino Lamborghini Appoints Electrify Maldives as the Official Distributor for Maldives, Unveils the electric luxury golf & lifestyle carts at TechEng 2025, the Maldives’ premier exhibitionଡ଼ ନାରାୟଣ ମହାପାତ୍ରଙ୍କୁ ସମ୍ମାନ ସୂଚକ ଗ୍ଲୋବାଲ ପିସ ହ୍ୟୁମାନ ରାଇଟସ ଆୱାର୍ଡସମସ୍ତେ ଏକାଠି ମିଶି ଇସ୍କନ ବିରୋଧରେ ସ୍ୱର ଉତ୍ତୋଳନ କରିବା ନିହାତି ଆବଶ୍ୟକThis World Heart Day: How Personalized Medicine is Shaping the Future of Bad Cholesterol Treatment