Breaking

ବିଶାଳ ଶୋଭାଯାତ୍ରାରେ ଆସି ନାମାଙ୍କନ ଭରିଲେ ପ୍ରିୟଦର୍ଶୀ

0

ଭୁବନେଶ୍ୱର,୩ା୫ ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ପ୍ରିୟଦର୍ଶୀ ମିଶ୍ର ବିଶାଳ ଶୋଭାଯାତ୍ରାରେ ନିଜର ଶକ୍ତି ପ୍ରଦର୍ଶନ କରିବା ସହିତ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଆଜି ସକାଳ ୯ଟା ସମୟରେ ରଘୁନାଥପୁରର ନନ୍ଦନକାନନ ଛକ ସ୍ଥିତ ଜଗନ୍ନାଥ ମନନ୍ଦିରରେ ପୁଜାର୍ଚ୍ଚନା କରି ପ୍ରଭୁ ଜଗନ୍ନାଥ, ବଳଭଦ୍ର ମା ସୁଭଦ୍ରାଙ୍କ ଦର୍ଶନ ସାରି ଦଳୀୟ କର୍ମୀ, ସମର୍ଥକ, ଶୁଭେଚ୍ଛୁ ମାନଙ୍କ ଗହଣରେ ଖୋଲା ଜିପରେ ବିଶାଳ ଶୋଭାଯାତ୍ରାରେ ବାହାରି ଥିଲେ । ଏହି ଶୋଭାଯାତ୍ରରେ ହଜାର ହଜାର ସଂଖାରେ ବାଇକ, ଅଟୋ, କାର, ବସ ଇତ୍ୟାଦିରେ ସମର୍ଥକ ମାନେ ଖୁନ୍ଦି ହୋଇ ରହିଥିଲେ । ବିଭିନ୍ନ ଆତସବାଜି, ଡିଜେ ଧୁନ୍ ଓ ଜୟ ଶ୍ରୀ ରାମ ନାରାରେ ସମଗ୍ର ଉତ୍ତର ନିର୍ବାଚନ ମଣ୍ଡଳୀ ପ୍ରକମ୍ପିତ ହୋଇଥିଲା । ବିଭିନ୍ନ ଛକ ମାନଙ୍କରେ ମହିଳାମାନେ ଏକତ୍ରିତ ହୋଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇବା ସହିତ ପୁଷ୍ପ ବର୍ଷା କରି ବିଜୟୀ ଆଶୀର୍ବାଦ ପ୍ରଦାନ କରିଥିଲେ । ଉତ୍ତର ଭୁବନେଶ୍ୱର ରାସ୍ତା ଗେରୁଆ ମୟ ହୋଇ ଯାଇଥିଲା ।

ଏହି ଶୋଭାଯାତ୍ରା ନନ୍ଦନକାନନ ଠରୁ ବାହାରି ପଟିଆ ଛକ, ଡମଣା ଛକ, ନାଲକୋ ଛକ, ଜୟଦେବ ବିହାର, ଶାସ୍ତ୍ରୀନଗର, ରାମମନ୍ଦିର ହୋଇ ବିଜେପି କାଯ୍ୟାଳୟ ଠାରେ ପହଞ୍ଚି ଥିଲା । ସେଠାରେ ଉପସ୍ଥିତ ବରିଷ୍ଠ ନେତୃମଣ୍ଡଳୀ ପ୍ରିୟଦର୍ଶୀଙ୍କୁ ଅଶୀର୍ବାଦ ପ୍ରଦାନ କରିଥିଲେ । ପରେ ସେଠାରୁ ପ୍ରିୟଦର୍ଶୀ ଉପ ଜିଲ୍ଲାପାଳ କାର୍ଯ୍ୟାଳୟ ଅଭିମୂଖେ ଯାତ୍ରା କରିଥିଲେ । କଳ୍ପନା ଛକରୁ ନିଜର ସମର୍ଥକ ମାନଙ୍କ ସହିତ ପଦଯାତ୍ରାରେ ଯାଇ ଉପ ଜିଲ୍ଲା ପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ପତ୍ର ଦାଖଲ କରିଥିଲେ ।

loading...

Leave A Reply

Your email address will not be published.