Breaking

ଦିନରେ ସ୍ବପ୍ନ ଦେଖୁଛି ବିଜେପି: ମୁଖ୍ୟମନ୍ତ୍ରୀ

0

ଭୁବନେଶ୍ବର:ଗତ କିଛି ଦେନ ହେବ ଓଡିଶାରେ ବିଜେପି ସରକାର ଗଠନ କରିବ ବୋଲି କହି ବୁଲୁଛି । ଏମିତି ବ୍ରହ୍ମପୁର ସମାବେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି କଥାକୁ ଦୋହରାଇଥିଲେ। ହେଲେ ଏହାକୁ ଚୁଟକିରେ ଉଡାଇ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଭବାନୀପାଟଣାରେ ନିର୍ବାଚନୀ ସଭା ସମ୍ବୋଧନ କରି ଖଡିଆଳ ଯିବା ରାସ୍ତାରେ ଦଳର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ମୁଖ୍ୟମନ୍ତ୍ରୀଙ୍କୁ ପଚାରିଥିଲେ ଯେ, ଏଥର ରାଜ୍ୟରେ ବିଜେପି ସରକାର ଗଢିବା ନେଇ କହୁଛନ୍ତି । ଏହାର ଜବାବରେ ମୁଖ୍ୟମନ୍ତ୍ରୀ କହିଥିଲେ, ବହୁତ ଦିନ ହେଲା ବିଜେପି ଦିନରେ ସ୍ବପ୍ନ ଦେଖି ଆସୁଛନ୍ତି । ଏହି ଛୋଟିଆ ଭିଡିଓକୁ ପାଣ୍ଡିଆନ ସୋସିଆଲ ସାଇଟ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି।

loading...

Leave A Reply

Your email address will not be published.