Breaking

ସୋନପୁର ପଞ୍ଚାୟତ ସରପଞ୍ଚ ଙ୍କୁ ହତ୍ୟା ଉଦ୍ୟମ: ଗ୍ରାମବାସୀ ପହଂଚିବା ପୂର୍ବରୁ ଦୁର୍ବୁତ୍ତ ମାନେ ବୋଲେରୋ ଛାଡି ଫେରାର

0

ଓଡିଶା ନ୍ୟୁଜ ଟୁଡ଼େ ବ୍ୟୁରୋ :

କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ସୋନପୁର ସରପଞ୍ଚଙ୍କୁ ହତ୍ଯା ଉଦ୍ୟମ ହୋଇଛି । ତେବେ ଗ୍ରାମବାସୀମାନେ ଘଟଣାସ୍ଥଳରେ ପହଞ୍ଚି ଯିବାରୁ ଦୁର୍ବୁତ୍ତ ମାନେ ଛତ୍ରଭଙ୍ଗ ଦେଇ ଚାଲି ଯାଇଛନ୍ତି । ପ୍ରକାଶ ଯେ, ଗୁରୁବାର ରାତି ପ୍ରାୟ ୮ଟା ବେଳେ ସରୋଜ କୁମାର ସିଂ ଓ କପିଳ ଦିଗାଲ ନାମକ ଦୁଇ ଜଣ ବ୍ୟକ୍ତି ସୋନପୁର ସରପଞ୍ଚ କେଶବସେନ ମୁଠାମାଝୀଙ୍କୁ ଘରୁ ବାହାରକୁ ଡାକିଥିଲେ । କେଶବସେନ ବାହାରକୁ ଆସିବା ପରେ ପାଖରେ ଥିବା ଏକ ବୋଲେରୋ ଗାଡିରୁ ବିଭିନ୍ନ ମାରଣାସ୍ତ୍ର ଧରିଥିବା ପାଞ୍ଚ ଜଣ ଅଜଣା ବ୍ୟକ୍ତି ବାହାରି ତାଙ୍କୁ ଆକ୍ରମଣ କରିବା ପାଇଁ ଉଦ୍ୟମ କରିଥିଲେ । କେଶବ ଭୟରେ ଘର ଭିତରକୁ ପଶିଯିବା ସହ ସାହି ଲୋକଙ୍କୁ ସାହାଯ୍ୟ ପାଇଁ ଡାକ ପକାଇଥିଲେ । ଡାକ ଶୁଣି ଆଖପାଖ ଲୋକ ଘଟଣା ସ୍ଥଳରେ ପହଞ୍ଚି ଯିବାରୁ ଦୁର୍ବୁତ୍ତ ମାନେ ଗାଡି ଛାଡିଦେଇ ସେଠାରୁ ଧାଇଁ ପଳାଇଥିଲେ । ତେବେ ଗ୍ରାମବାସୀମାନେ ଦୁର୍ବୁତ୍ତମାନେ ଆଣିଥିବା ଗାଡିକୁ ପୁଲିସ ଜିମା ଦେଇଥିଲେ । ଏ ନେଇ କେଶବସେନ ଦାରିଙ୍ଗବାଡି ଥାନାରେ ଦେଇଥିବା ଏତଲା ପ୍ରକାରେ ଦୁର୍ବୁତ୍ତ ମାନେ ଆସିଥିବା ବୋଲେରୋ ଗାଡ଼ି ନଂ- ଓଡ଼ି ୧୯ କେ ୩୩୨୫ । ଏହି ଗାଡିରେ ଓମଫେଡ ଓ ପୁମୁଲର ଲୋଗୋ ଥାଇ କୋଭିଡ-୧୯ ପାସ ଲାଗିଛି । ଏହି ପାସ ପୁରୀ ଜିଲ୍ଲା ଦୁଗ୍ଧ ଉତ୍ପାଦକ ସମବାୟ ୟୁନିଅନ ଇସ୍ୟୁ କରିଥିବା ଉଲ୍ଲେଖ ରହିଛି । ମୁଖ୍ୟ ଅଭିଯୁକ୍ତ ସରୋଜ ଜଣେ ଶିକ୍ଷକ ବୋଲି ଜଣାପଡିଛି । ସେ ପୂର୍ବରୁ ଅନେକ ଥର ସରପଞ୍ଚ କେଶବସେନଙ୍କୁ ମାରିବା ପାଇଁ ଧମକ ଦେଇଥିବା ଏତାଲାରେ ଦର୍ଶାଯାଇଛି । ତେବେ କେଉଁ କାରଣରୁ ଶିକ୍ଷକ ଜଣକ ସରପଞ୍ଚଙ୍କୁ ମାରିବା ଉଦ୍ୟମ କରିଛନ୍ତି, ତାହା ସ୍ପଷ୍ଟ ହୋଇନାହିଁ । ଏ ନେଇ ଦାରିଙ୍ଗବାଡି ପୁଲିସ କେସ ନଂ.୮୯/୨୧ ପ୍ରକାରେ ଏକ ମକଦ୍ଦମା ରୁଜ୍ଜୁ କରି ତଦନ୍ତ ଚଳାଇ ଥିବା ବିଷୟ ଥାନା ଅଧିକାରୀ କୌଶିକ ମାଝୀ ସୂଚନା ଦେଇଛନ୍ତି ।

loading...

Leave A Reply

Your email address will not be published.