Breaking

ଶ୍ରୀଜଗନ୍ନାଥ ଗବେଷଣା ପ୍ରତିଷ୍ଠାନର ୪୪ ତମ ପ୍ରତିଷ୍ଠା ଦିବସ

0

ଭୁବନେଶ୍ୱର ୧୭.୦୧.୨୦୨୪ : ଶ୍ରୀଜଗନ୍ନାଥ ଗବେଷଣା ପ୍ରତିଷ୍ଠାନର ୪୪ ତମ ପ୍ରତିଷ୍ଠା ଦିବସ ଜାନୁୟାରୀ ମାସ ୧୭ ତାରିଖ ଦିନ ପ୍ରତିଷ୍ଠାନର କାର୍ଯ୍ୟାଳୟରେ ମହାସମାରୋହରେ ପାଳିତ ହୋଇଯାଇଛି । ପ୍ରତିଷ୍ଠାନର ସଭାପତି ଡ଼କ୍ଟର ସୁରେନ୍ଦ୍ରନାଥ ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ଡ଼ାକ୍ତର ଅଶୋକ କୁମାର ମହାପାତ୍ର, ନିର୍ଦ୍ଦେଶକ ସମ୍ ହସ୍ପିଟାଲ, ମୁଖ୍ୟ ଅତିଥି ଭାବରେ, ଡ଼କ୍ଟର ପୀତବାସ ରାଉତରାୟ, ଅନନ୍ୟ ଜଗନ୍ନାଥ ସଂସ୍ଥା, ସମ୍ମାନିତ ଅତିଥି ଡ଼କ୍ଟର ଶେକ୍ ମକ୍‌ବୁଲ ଇସ୍‌ଲାମ୍‌-ସେପର୍ଲ କଲେଜ, କଲିକତା, ସମ୍ମାନିତ ଅତିଥି ଭାବରେ ଏବଂ ପଦ୍ମଶ୍ରୀ ଦେବୀ ପ୍ରସନ୍ନ ପଟ୍ଟନାୟକ ସ୍ୱତନ୍ତ୍ର ଅତିଥି ଭାବରେ ଇଂରାଜି କଣାସ କଲେଜର ବିଭାଗୀୟ ମୁଖ୍ୟ ଡ଼ଃ ଗୁରୁ ପ୍ରସନ୍ନ ମହାପାତ୍ର ମୁଖ୍ୟବକ୍ତା ଭାବରେ ଯୋଗ ଦେଇଥିଲେ । ଶ୍ରୀ ଜଗନ୍ନାଥଙ୍କ ମହିମା, ବ୍ୟକ୍ତି ଜୀବନରେ ପ୍ରମୁଖ ଓ ସାଧାରଣ ଜୀବନରେ ତାଙ୍କର ଉପସ୍ଥିତି ସଂପର୍କୀୟ ବିଭିନ୍ନ ଅନୁଭୂତି ସ୍ନିଗ୍ଧ କଥାମୃତ ଏହି ସଭାରେ ପ୍ରଚାରିତ ହୋଇଥିଲା । ଭାବର ଠାକୁର ଶ୍ରୀଜଗନ୍ନାଥଙ୍କୁ ଭାବମୟତାରେ ହିଁ କେବଳ ଆପଣାର କରିହେବ ବୋଲି ବକ୍ତାମାନେ ନିଜର ବକ୍ତବ୍ୟରେ ଉପସ୍ଥାପନ କରିଥିଲେ । ଡ଼କ୍ଟର ପୀତାବର ରାଉତରାୟ ଶ୍ରୀମନ୍ଦିରରେ ଶଙ୍ଖ ବାଦନର ଆବଶ୍ୟକତା ଓ ଏହାର ପୁନଃପ୍ରଚଳନ ପାଇଁ ଅନୁରୋଧ କରିଥିଲେ । ଏହି ସଭାରେ ଉତ୍କଳ ବିଶ୍ୱବିଦ୍ୟାଳୟର ପୂର୍ବତନ କୂଳପତି ଡ଼କ୍ଟର ଗୋକୁଳାନନ୍ଦ ଦାସ, ଫକୀର ମୋହନ ବିଶ୍ୱବିଦ୍ୟାଳୟର ପୂର୍ବତନ କୂଳପତି ଡ଼କ୍ଟର ଶିବ ପ୍ରସାଦ ଅଧିକାରୀ ଏବଂ ଅନୁଭବର ପୃଷ୍ଠପୋଷକ ଶ୍ରୀଯୁକ୍ତ ଅଲେଖ କୁମାର ଦାସଙ୍କୁ ଶ୍ରୀଜଗନ୍ନାଥ ପ୍ରଜ୍ଞା ସମ୍ମାନରେ ସମ୍ମାନିତ କରାଯାଇଥିଲା । ସର୍ବଶେଷରେ ପ୍ରତିଷ୍ଠାନର ସାଧାରଣ ସଂପାଦିକା ଡ଼କ୍ଟର ପ୍ରମୋଦ କୁମାର ପରିଡ଼ା ଉପସ୍ଥିତ ସମଗ୍ର ସଜ୍ଜନମଣ୍ଡଳୀଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ ।

loading...

Leave A Reply

Your email address will not be published.