Breaking

ରାଜଧାନୀର ବିଚ୍‌ ରାସ୍ତରେ ଗୋଡ଼ାଇ ଗୋଡ଼ାଇ ଯୁବକଙ୍କୁ ହତ୍ୟା

0

ଭୁବନେଶ୍ୱର ବିଚ୍‌ ରାସ୍ତରେେ ଯୁବକଙ୍କୁ ହତ୍ୟା । କମିଶନରେଟ ପୋଲିସକୁ ଚେଲେଞ୍ଜ । ପୋଲିସ ପ୍ରତି ଭୟ ନାହିଁ ଅପରାଧିଙ୍କର । ବସ୍ତିରେ ଚାଲୁଥିବା ନିଶା କାରବାରୀଙ୍କ ଠାରୁ ବଟି ଆଦାୟ କରି ସୁରକ୍ଷା ଦେଉଥିବାରୁ ପୋଲିସ ପ୍ରତି ସେମାନଙ୍କ ଆଉ ଭୟ ନାହିଁ । ଏହାର ଜ୍ୱଳନ୍ତ ଉଦାହରଣ ହେଉଛି ଆଜିର ହତ୍ୟାକାଣ୍ଡ । ରାଜଧାନୀର ବିଚ୍‌ ରାସ୍ତରେେ ଯୁବକଙ୍କୁ ଛୁରାମାଡ କରି ହତ୍ୟା। ରାଜଧାନୀ ଭୁବନେଶ୍ବର ପ୍ରେସ ଛକ ନିକଟରେ ଘଟିଛି ଏହି ଘଟଣା।

ସୂଚନା ଅନୁଯାୟୀ, ପ୍ରେସ ଛକ ନିକଟରେ ଦୁଇ ଜଣଙ୍କୁ ଦୁର୍ବୁତ୍ତ ଛୁରିରେ ଆକ୍ରମଣ କରିଥିଲେ। ଆକ୍ରମଣରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଯାଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।

ଘଟଣା ସମ୍ପର୍କରେ ସୂଚନା ପାଇଁ ସହିଦନଗର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ପୁଲିସ ଘଟଣା ସମ୍ପକରେ ପାରମ୍ଭିକ ସୂଚନା ଦେଇ କହିଛି କେକ ଖାଇବକୁ ନେଇ ହତ୍ୟାକାଣ୍ଡ ଘଟିଛି। ମୃତକ ଜଣଙ୍କ ଗାଢକଣର ଚିଣ୍ଟୁ ବୋଲି ପୁଲିସ କହିଛି। ତେବେ ଅଭିଯୁକ୍ତ ମାନେ ନୟାପଲ୍ଲୀ ଅଂଚଳର ବୋଲି ସନ୍ଦେହ କରାଯାଉଛି।

loading...

Leave A Reply

Your email address will not be published.