Breaking

ଉତ୍କଳ ସଂସ୍କୃତି ବିଶ୍ଵବିଦ୍ୟାଳୟରେ ‘ସଂକଳ୍ପ ସମାରୋହ

0

ଭୁବନେଶ୍ୱର: ଉତ୍କଳ ସଂସ୍କୃତି ବିଶ୍ଵବିଦ୍ୟାଳୟରେ ନବାଗତ ଛାତ୍ରଛାତ୍ରୀ ଙ୍କୁ ସ୍ଵାଗତ କରିବା ଅବସରରେ ‘ସଂକଳ୍ପ ସମାରୋହ’ -୨୦୨୩ ଅନୁଷ୍ଠିତ ହୋଇଯାଇଛି । କୁଳପତି ପ୍ରଫେସର ପ୍ରସନ୍ନ କୁମାର ସ୍ୱାଇଁ ଏହି ଉତ୍ସବକୁ ଅନୁଷ୍ଠାନିକ ଭାବେ ଉଦ୍‌ଘାଟନ କରି ନବାଗତ ଛାତ୍ରଛାତ୍ରୀ ମାନେ ନିଜକୁ ପ୍ରତିଭା ସଂପନ୍ନ କରିବା ପାଇଁ ଶୃଙ୍ଖଳିତ ହୋଇ ଆଗାମୀ ଦିନରେ ଜାତୀୟ ଓ ଅର୍ନ୍ତଜାତୀୟ ସ୍ତରରେ ଆମ ରାଜ୍ୟ ପାଇଁ ଗୌରବ ଆଣିବା ପାଇଁ ପରାମର୍ଶ ଦେଇଥିଲେ। ମୁଖ୍ୟବକ୍ତା ଭାବେ ଯୋଗଦେଇ ବିଶିଷ୍ଟ ଶିକ୍ଷାବିତ୍ ତଥା ସାହିତ୍ୟିକ ପ୍ରଫେସର ରଘୁନାଥ ମେହେର ଶିକ୍ଷା, ଶୃଙ୍ଖଳା, ମୂଲ୍ୟବୋଧ ତଥା ଗୁରୁଭକ୍ତିର ଆବଶ୍ୟକତା ଉପରେ ଆଲୋକପାତ କରିବା ସହ ସମସ୍ତେ ନିଜକୁ ସଂସ୍କୃତି ସଂପନ୍ନ କରିବାକୁ ଆହ୍ଵାନ ଦେଇଥିଲେ। କୁଳସଚିବ ଶ୍ରୀମତି ଅନାମିକା ଅଧିକାରୀ ସଂସ୍କୃତି ବିଶ୍ଵବିଦ୍ୟାଳୟରେ ଅନନ୍ୟତା ସଂପର୍କରେ ଛାତ୍ରଛାତ୍ରୀ ଙ୍କୁ ଅବଗତ କରାଇଥିଲେ। ପରୀକ୍ଷା ନିୟାମକ ଶ୍ରୀଯୁକ୍ତ ଧରଣୀଧର ରଣା ଛାତ୍ର ଜୀବନର ଗୁରୁତ୍ଵ ସଂପର୍କରେ ସୁବିସ୍ତୃତ ଆଲୋଚନା କରିଥିଲେ।

ସହକାରୀ ପ୍ରଫେସର ଡଃ. ଆଶିଷ ମହାପାତ୍ର କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିବା ବେଳେ ବିଭାଗୀୟ ମୁଖ୍ୟ ଡଃ. ଚକ୍ରଧର ବେହେରା ଅନୁଷ୍ଠାନିକ ଭାବେ ଧନ୍ୟବାଦ ଅର୍ପଣ କରିଥିଲେ। ଅଧ୍ୟାପକ ଡଃ. ଇତିଶ୍ରୀ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହାୟତା କରିଥିଲେ। ଶେଷରେ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତ ବିଭାଗ ପକ୍ଷରୁ ବୃନ୍ଦଗାନ ପରିବେଷଣ କରିଥିଲେ। ସମସ୍ତ ବିଭାଗର ନିବାଗତ ଛାତ୍ରଛାତ୍ରୀଙ୍କୁ ବିଶ୍ଵବିଦ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା।

loading...

Leave A Reply

Your email address will not be published.