Breaking

କର୍ପୋରେଟ୍ ବ୍ୟାଡ଼୍‌ମିଣ୍ଟନ୍ ଚମ୍ପିୟନ୍‌ସିପ୍ ‘ଲେଟସ୍ ସଟ୍ଟଲ’ ଉଦ୍‌ଯାପିତ

0

ଭୁବନେଶ୍ୱର : ରେଡିଓ ଚକୋଲେଟ୍ ଓ ସମ୍ବାଦ ଡ଼ିଜିଟାଲ ତରଫରୁ ଆୟୋଜିତ ସର୍ବବୃହତ୍ କର୍ପୋରେଟ୍ ବ୍ୟାଡ଼୍‌ମିଣ୍ଟନ୍ ଚମ୍ପିୟନ୍‌ସିପ୍ ‘ଲେଟସ୍ ସଟ୍ଟଲ୍‌’ ଉଦ୍‌ଯାପିତ ହୋଇଛି। ଭୁବନେଶ୍ୱର ସ୍ଥିତ ରେଲୱେ ଇଣ୍ଡୋର୍ ଷ୍ଟାଡ଼ିୟମ୍‌ଠାରେ ଏହି ଟୁର୍ଣ୍ଣାମେଣ୍ଟ ଗତ ୧୦ରୁ ଆରମ୍ଭ ହୋଇଥିବା ବେଳେ ରାଜ୍ୟର ବିଭିନ୍ନ କର୍ପୋରେଟ୍ ହାଉସ୍‌ର ୧୭୮ ଟି ଟିମ୍ ଭାଗ ନେଇଥିଲେ ।
ଉଦଯାପନି ଦିବସରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ୍ ତ୍ରିପାଠୀ ଯୋଗଦେଇଥିବା ବେଳେ ସମ୍ବାଦ ଗ୍ରୁପ୍ ପରିଚାଳନା ନିର୍ଦ୍ଦେଶିକା ମୋନିକା ନାୟର୍ ପଟ୍ଟନାୟକ ଓ ଏକ୍‌ଜିକ୍ୟୁଟିଭ୍ ଡ଼ାଇରେକ୍ଟର ତନୟା ପଟ୍ଟନାୟକ, ଇଭୋସ୍ ବିଲ୍ଡକନ୍‌ର ପରିଚାଳନା ନିର୍ଦ୍ଦେଶକ କଳିଙ୍ଗ କେଶରୀ ରଥ, ରୁଚି ଫୁଡଲାଇନ୍ ର ପରିଚାଳନା ନିର୍ଦ୍ଦେଶକ ଶରତ କୁମାର ସାହୁ, ପିଆଇଆଇର ପରିଚାଳନା ନିର୍ଦ୍ଦେଶକ ବିଜୟ କାଏଲ୍ ଏବଂ ସମ୍ବାଦ ଡିଜିଟାଲ ଓ ରେଡିଓ ଚକୋଲେଟ ମାର୍କେଟିଂ ମୁଖ୍ଯ ଲିଙ୍ଗରାଜ ଲେଙ୍କା ଉପସ୍ଥିତ ଥିଲେ । ସମସ୍ତ ମ୍ୟାଚ୍ ଗୁଡ଼ିକ ଓଡ଼ିଶା ଷ୍ଟେଟ୍ ବ୍ୟାଡ଼୍‌ମିଟନ୍ ଆସୋସିଏସନ୍ ଦ୍ୱାରା ପରିଚାଳନା କରିଥିବା ବେଳେ ଆସ୍ଥା ସ୍କୁଲ୍ ଅଫ୍ ମ୍ୟାନେଜ୍‌ମେଣ୍ଟ୍‌ର ଭଲ୍ୟୁଣ୍ଟର୍‌ମାନେ ସହଯୋଗ କରିଥିଲେ ।
ଏଥିରେ ୪୫ ବର୍ଷରୁ କମ ବୟସ ଫାଇନାଲ ମ୍ୟାଚ କଳ୍ପତରୁ ଏଜେନ୍ସି ଓ ମେସର୍ସ ଆଶା ମଧ୍ୟରେ ହୋଇଥିଲା। ଏଥିରେ କଳ୍ପତରୁ ଏଜେନ୍ସି ବିଜୟୀ ହୋଇଥିଲା। ୪୫ ବର୍ଷରୁ ଉର୍ଦ୍ଧ ବର୍ଗରେ କେ୧ ସିକ୍ୟୁରିଟି ସହ ପାରାଦୀପ ପୋର୍ଟ ଅଥୋରିଟି ଫାଇନାଲ ଖେଳା ଯାଇଥିଲା। ଏଥିରେ କେ ୧ ସିକ୍ୟୁରିଟିର ସନ୍ତୋଷ କୁମାର ଚୌଧୁରୀ ଓ ଶ୍ରୀମନ୍ତ କୁମାର ମିଶ୍ର ବିଜୟୀ ହୋଇଥିଲା। ସେହିପରି ଓଡିଶା ସରକାରଙ୍କ ଫାଇନାନ୍ସ ବିଭାଗ ଏବଂ ଭାରତୀୟ ଡାକ ବିଭାଗ ଫାଇନାଲ ମ୍ୟାଚରେ ଫାଇନାନ୍ସ ବିଭାଗର ଦୀପ୍ ରଞ୍ଜନ ବିଶୋଇ ଓ ଦୀପକ କୁମାର ବେଶ୍ରା ବିଜୟୀ ହୋଇଥିଲା।
ସୁପର ଫାଇନାଲରେ କଳ୍ପତରୁ ଏଜେନ୍ସିର ତାରିଣୀ ମାଝି ଓ ସୌରଭ ମହାନ୍ତି ଚାମ୍ପିୟନ ହୋଇଥିଲେ। ବିଜୟୀ ଟିମଙ୍କୁ ୨୫୦୦୦ ଚେକ୍ ସହ ଟ୍ରଫି ଏବଂ ରନର୍ସ ଟିମଙ୍କୁ ୧୫୦୦୦ ଚେକ୍ ସହ ଟ୍ରଫି ପ୍ରଦାନ କରାଯାଇଥିଲା। ଏହି ଅବସରରେ ପିଆଇଆଇ ଇଲେକ୍ଟ୍ରୋଲାଇଟ ନିମ୍ବୁ ପାଣିର ବଜାର ପ୍ରବେଶ କରାଯାଇଥିଲା । କାର୍ଯ୍ଯକ୍ରମକୁ ସଂଯୋଜନା କରିଥିଲେ ଆର୍ ଜେ କୋମଲ୍।

loading...

Leave A Reply

Your email address will not be published.