Breaking

ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ରେ ବିଶ୍ଵ ଶିକ୍ଷକ ଦିବସ

0

ଭୁବନେଶ୍ବର :ଅକ୍ଟୋବର 5 ତାରିଖ ବିଶ୍ଵ ଶିକ୍ଷକ ଦିବସକୁ ଏକ ବିଶେଷ ଦିବସ ଉତ୍ସବ ଜରିଆରେ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ରେ ଅନନ୍ୟ ଢଙ୍ଗରେ ପାଳିତ ହୋଇଯାଇଛି I ବିଶ୍ୱବିଦ୍ୟାଳୟ ର କୁଳପତି ପ୍ରଫେସର ପ୍ରସନ୍ନ କୁମାର ସ୍ୱାଇଁ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରି ତାଙ୍କ ବକ୍ତବ୍ୟରେ ଶିକ୍ଷକ ମାନଙ୍କ ଭୂମିକା ତଥା ଛାତ୍ରଛାତ୍ରୀ ମାନଙ୍କ ପ୍ରତି ଶିକ୍ଷକ କର୍ତ୍ତବ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ I ସ୍ନାତୋକୋତ୍ତର ପରିଷଦ ର ମୂଖ୍ୟ ଡାଃ ଚକ୍ରଧର ବେହେରା ବିଶ୍ଵ ଶିକ୍ଷକ ର ପ୍ରାସଙ୍ଗିକତା ସମ୍ପର୍କରେ ଆଲୋଚନା କରିଥିଲେ I ଅଧ୍ୟାପକ ଡାଃ ଜ୍ଞାନ ରଞ୍ଜନ ପଣ୍ଡା, ଡାଃ ଅଜୟ କୁମାର ବିଶ୍ବାଳ ତଥା ଯୁବ ଗବେଷକ ଶ୍ରୀ ଜ୍ୟୋତି ପ୍ରକାଶ ମହାପାତ୍ର ଭାରତୀୟ ପ୍ରାଚୀନ ସଂସ୍କୃତି ରେ ଗୁରୁ ଶିଷ୍ୟଙ୍କ ପରମ୍ପରା ଉପରେ ଆଲୋଚନା କରିଥିଲେ I

କାର୍ଯ୍ୟକ୍ରମ କୁ ସହକାରୀ ପ୍ରଫେସର ଡକ୍ଟର ଆଶିଷ ମହାପାତ୍ର ସଂଯୋଜନା କରିଥିବା ବେଳେ ସହକାରୀ ପ୍ରଫେସର ନିଳାଦ୍ରି କଲ୍ଯାଣ ଦାସ ଧନ୍ୟବାଦ ଅର୍ପଣ କରିଥିଲେ Iଏହି ଉତ୍ସବ ରେ ଓଡିଶୀ କଣ୍ଠ ସଙ୍ଗୀତ ଓ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତ ର ଛାତ୍ରଛାତ୍ରୀମାନେ ଗୁରୁ ବନ୍ଦନା ଗାନ କରିଥିବା ବେଳେ ଓଡିଶୀ ନୃତ୍ୟ ବିଭାଗର ଛାତ୍ରଛାତ୍ରୀ ମାନେ ଚିତାକର୍ଷକ ନୃତ୍ୟ ପରିବେଷଣ କରିଥିଲେ Iଏହି ଉତ୍ସବ ରେ ସମସ୍ତ ବିଭାଗର ଶିକ୍ଷକ ଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ I

loading...

Leave A Reply

Your email address will not be published.