ଭୁବନେଶ୍ୱର,୩୦ା୪ ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ସୁଶାନ୍ତ କୁମାର ରାଉତ ମାଉସୀ ମା ଛକ ସ୍ଥିତ ରାମେଶ୍ୱର ମନ୍ଦିରରୁ ପୂଜାର୍ଚ୍ଚନା କରି ହଜାର ହଜାର ସମର୍ଥକଙ୍କ ସହିତ ବିରାଟ ଶୋଭାଯାତ୍ରାରେ ଚାଲି ଚାଲି ଯାଇ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଆଜି ସକାଳ ନଅଟା ସମୟରେ ମାଉସୀ ମା ଛକରେ ପ୍ରାୟ ୧୦ ହଜାରରୁ ଉର୍ଦ୍ଧ୍ୱ ସମର୍ଥକ ଏକତ୍ରିତ ହୋଇଥିଲେ । ସେଠାରେ ବିଧ୍ୟାୟକ ପ୍ରାର୍ଥୀ ସୁଶାନ୍ତ କୁମାର ରାଉତ ପହଞ୍ଚି ରାମେଶ୍ୱର ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ । ପ୍ରଭୁ ରାମେଶ୍ୱର ମହାଦେବଙ୍କ ଦର୍ଶନ ସାରି ଦଳୀୟ କର୍ମୀ, କର୍ମକର୍ତ୍ତା, ସମର୍ଥକ ଓ ଶୁଭେଚ୍ଛୁଙ୍କ ଗହଣରେ ଆତସବାଜି, ଘୋଡାନାଚ, ଅନ୍ୟାନ୍ୟ ନାଚ, ଶଙ୍ଖ ଧ୍ୱନି, ଜିନ୍ଦାବାଦ ସ୍ଲୋଗାନ ମଧ୍ୟରେ ସମସ୍ତଙ୍କ ସହିତ ପାଦରେ ଚାଲି ଚାଲି ବିରାଟ ଶୋଭାଯାତ୍ରାରେ ଅତିରିକ୍ତ ଜିଲ୍ଲାପାଳଙ୍କ ଫାଟକ ନିକଟରେ ପହଞ୍ଚି ଥିଲେ । ସେଠାରେ ଉପସ୍ଥିତ ଭୁବନେଶ୍ୱରର ୧୦୦ ରୁ ଉର୍ଦ୍ଧ୍ୱ ଆଇନଜୀବୀ ଶ୍ରୀଯୁକ୍ତ ରାଉତଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ଶ୍ରୀଯୁକ୍ତ ରାଉତ କହିଥିଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ପୁଣି ଥରେ ମୋ ଉପରେ ଆସ୍ଥା ପ୍ରକଟ କରି ଉତ୍ତର ନିର୍ବାଚନ ମଣ୍ଡଳୀର ଦାୟିତ୍ୱ ଦେଇଥିବାରୁ ମୁଁ ମାନ୍ୟବର ମୁଖମନ୍ତ୍ରୀ ନବୀନ ପଟ୍ଟନାୟକ, ନବୀନ ଓଡିଶା ଅଧ୍ୟକ୍ଷ ଭି କେ ପାଣ୍ଡିଆନ ଏବଂ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କୁ କୃତଜ୍ଞତା ଜ୍ଞାପନ କରୁଛି । ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଉତ୍ତର ନିର୍ବାଚନ ମଣ୍ଡଳୀରେ ବିକାଶ ଧାରା ଜାରି ରହିଛି । ଉତ୍ତର ନିର୍ବାଚନ ମଣ୍ଡଳୀର ସର୍ବାଙ୍ଗୀନ ଉନ୍ନତି ପାଇଁ ଚେଷ୍ଠା କରିବା ସହିତ ଏହାକୁ ଏକ ନମ୍ବର କରିବା ପାଇଁ ପ୍ରୟାସ କରିବି । ଏହି କାର୍ଯ୍ୟକ୍ରମରେ ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟ, ମଧ୍ୟ ବିଧାୟକ ପ୍ରାର୍ଥୀ ଅନନ୍ତ ନାରାୟଣ ଜେନା, ମେୟର ସୁଲୋଚନା ଦାସଙ୍କ ସମେତ ସମସ୍ତ କର୍ପୋରେଟର, ଜିଲ୍ଲା ପରିଷଦ, ସରପଞ୍ଚ, ସମିତି ସଭ୍ୟ ଉପସ୍ଥିତ ଥିଲେ ।
Breaking
Odisha Vikash Conclave 2025 to Unveil Roadmap for People-Centric, Climate-Smart Odisha@2036Joyalukkas‘Brilliance Diamond Jewellery Show’ in Bhubaneswar from 21st November to 7th December.Red Swastik Society and Team “Ladhei” distributed EV Scooties to the Differently-Abled.Bhubaneswar Leads Odisha’s Tech Revolution as AI and Digital Banking Reshapes SME Landscape: KotakBajaj Finserv Asset Management Limited launches its Banking and Financial Services Fund to tap into India’s evolving financial growth story