ଦିଗପହଣ୍ଡି:ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ସମସ୍ତ ଗାଁ ଗଣ୍ଡାକୁ ଗମନାଗମନର ସଂଯୋଗ ରହିଛି । ସବୁ ଆଡକୁ ପକ୍କା ରାସ୍ତା ସଂଯୋଗ କରୁଛି । ଦ୍ୱୀପ ସଦୃଶ ରହିଥିବା ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀରେ ଗତ ଦୁଇ ଦଶନ୍ଧି ମଧ୍ୟରେ ସର୍ବାଙ୍ଗୀନ ବିକାଶ ହୋଇପାରିଛି । ଗମନାଗମନର ଏକ ପ୍ରମୁଖ ପେଣ୍ଠସ୍ଥଳୀ ପାଲଟିବା ସହିତ ଛୋଟରୁ ବଡ ସଭିଏଁ ନବୀନ ସରକାରଙ୍କ ବିଭିନ୍ନ ଲୋକାଭିମୂଖୀ ଯୋଜନାର ସୁଫଳ ପାଇଛନ୍ତି । ଯୋଜନାକୁ ହିତାଧିକାରୀ ମାନେ ଉପଲବ୍ଧି କରିପାରିଛନ୍ତି । ଏଭଳି ବିଭିନ୍ନ ପ୍ରସଙ୍ଗ ନେଇ ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ଗାଁ ଗଣ୍ଡା ବୁଲି ନିର୍ବାଚନ ପ୍ରଚାର କରୁଛନ୍ତି ବିଜେଡି ବିଧାୟକ ପ୍ରାର୍ଥୀ ସୂର୍ଯ୍ୟନାରାୟଣ ପାତ୍ର । ପୂର୍ବରୁ ୫ ଥର ବିଜୟ ଲାଭ କରିଥିବା ସୂର୍ଯ୍ୟ ପାତ୍ର ଚଳିତ ନିର୍ବାଚନରେ ନିଜର ଷଷ୍ଠ ଇନିଂସ୍ ନିର୍ବାଚନ ମଇଦାନରେ ଖେଳୁଥିବା ଜଣାପଡିଛି । ମୋହନା ନିର୍ବାଚନ ମଣ୍ଡଳୀରେ ଦିଗପହଣ୍ଡି ସମ୍ପୃକ୍ତି ଥିବା ସମୟରେ ୩ ଥର ଏବଂ ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀ ବିଭାଜନ ହେବା ପରେ ୨ଥର ଗଡ ବିଜୟ ଲାଭ କରିଛନ୍ତି । ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ଅଧିକାଂଶ ଲୋକେ କୃଷି ଉପରେ ନିର୍ଭର ଶୀଳ । ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ଚାଷୀ ମାନେ ପ୍ରାୟତଃ ବର୍ଷା ଉପରେ ନିର୍ଭରଶୀଳ । ଜଳ ସେଚନର ବିଶେଷ ସୁବିଧା ସୁଯୋଗ ନଥିବାରୁ ଅଣଜଳସେଚିତ ଜମି ଗୁଡିକରେ ପାଣି ପହଞ୍ଚିପାରୁନାହିଁ । ଫଳତଃ ବିଭିନ୍ନ ସମୟରେ ଫସଲ ଉଜୁଡିଯାଉଥିବା ଦେଖିବାକୁ ମିଳିଛି । ଚଳିତ ସାଧାରଣ ନିର୍ବାଚନରେ ସୂର୍ଯ୍ୟ ଗଡ ବିଜୟ କରିବା ପରେ ଚାଷ ଜମିକୁ ସବୁଦିନିଆ ଜଳ ଯୋଗାଣ ନେଇ ପଦକ୍ଷେପ ଗ୍ରହଣ କରିବା ସହ ଦିଗପହଣ୍ଡିରେ ମେଗା ଲିଫ୍ଟ୍ ଇରିଗେସନ୍ ପଏଣ୍ଟ୍ କରିବା ନେଇ ପଦକ୍ଷେପ ଗ୍ରହଣ କରିବା ମୁଖ୍ୟ ନିର୍ବାଚନୀ ମୁର୍ଦ୍ଦା ରହିବ ବୋଲି ସେ ନିଜ ପ୍ରତିକ୍ରିୟାରେ ଜଣାଇଛନ୍ତି । ଦିଗପହଣ୍ଡି ବ୍ଳକର ଘୋଡାହାଡ, ବାହୁଦା ଓ ରାମନଦୀର ଜଳକୁ ସଂରକ୍ଷଣ କରି ଜଳସେଚନ କ୍ଷମତାକୁ ବୃଦ୍ଧି କରାଯାଇ ଚାଷ ସମିକୁ ବର୍ଷ ତମାମ୍ ଜଳସେଚନର ବନ୍ଦୋବସ୍ତ କରାଯିବ ବୋଲି ସେ କହିଛନ୍ତି । ସେହିପରି ଦିଗପହଣ୍ଡି ବ୍ଳକରେ ଶିକ୍ଷା, ଉଚ୍ଚ ଶିକ୍ଷା ଓ ସ୍ୱାସ୍ଥ୍ୟ ସମସ୍ୟାର ବ୍ୟାପକ ସମାଧାନ ହୋଇପାରିଥିବା ସେ କହିଛନ୍ତି । ନିର୍ବାଚନ ମଣ୍ଡଳୀର ଗୌଡଗା. ଭ୍ରମରପୁର, ଗଡଗୋବିନ୍ଦପୁର, ଜକର, ଫାଶୀଗୁଡା, ଭିଷ୍ମଗିରୀ, ସହଦେବ ଟିକରପଡା ଆଦି ପଞ୍ଚାୟତରେ ସୂର୍ଯ୍ୟ ପାତ୍ର ନିର୍ବାଚନ ପ୍ରଚାର କରିବା ସହ ନବୀନ ସରକାରଙ୍କର ଲୋକାଭିମୁଖୀ ଯୋଜନାକୁ ମୁର୍ଦ୍ଦା ରଖି ରୋଡ୍ ଶୋରେ ଯାଇ ଭୋଟ ଭିକ୍ଷା କରୁଥିବା ଦେଖିବାକୁ ମିଳିଛି । ଯେଉଁ ପଞ୍ଚାୟତକୁ ଯାଉଛନ୍ତି ସେଠାକାର ବିଜେଡି ସମର୍ଥିତ ନିର୍ବାଚିତ ଜନପ୍ରତିନିଧି ମାନଙ୍କୁ ରୋଡ ଶୋରେ ସାମିଲ କରି ଶୃଙ୍ଖଳିତ ଭାବେ ଭୋଟ ଭିକ୍ଷା ନିର୍ବାଚନ ପ୍ରଚାର କରୁଥିବା ଦେଖିବାକୁ ମିଳିଛି । ପ୍ରଚାର ସମୟରେ ସୂର୍ଯ୍ୟ ପାତ୍ରଙ୍କ ପୁଅ ବିପ୍ଳବ ପାତ୍ରଙ୍କ ସାମିଲକୁ ନେଇ ସାଧାରଣରେ ଚର୍ଚ୍ଚା ଜୋର୍ ଧରିଛି । କେବଳ ନିର୍ବାଚନ ସମୟରେ ବିପ୍ଳବଙ୍କ ଦେଖା ମିଳୁଥିବା ବେଳେ ଯୁବ ଭୋଟର ମାନଙ୍କୁ ଆପ୍ୟାୟିତ କରିବା ପାଇଁ ସେ ପ୍ରଚାରରେ ଆସୁଥିବା ଶୁଣିବାକୁ ମିଳୁଛି । ସେହିପରି ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ଅଧିକାଂଶ ଯୁବ ଭୋଟର ବିପ୍ଳବଙ୍କ ହାଟ ମୁଠାରେ ରହିଥିବାରୁ ସୂର୍ଯ୍ୟଙ୍କ ପାଇଁ ବିପ୍ଳବ ଏକ ଷ୍ଟାର୍ କ୍ୟାମ୍ପେନର୍ ବୋଲି ଜନସାଧାରଣରେ ସମାଲୋଚନା ହେଉଛି । ସୂର୍ଯ୍ୟଙ୍କ ପ୍ରଚାର କାର୍ଯ୍ୟକ୍ରମରେ ସରପଞ୍ଚ ସଂଘ ସଭାପତି କେ.ହରିବନ୍ଧୁ ରେଡ୍ଡି, ବ୍ଳକ ବିଜେଡି ସଭାପତି ଉଦୟ ନାଥ ସ୍ୱାଇଁ, ଅଧକ୍ଷ ବିପିନ ଚନ୍ଦ୍ର ପ୍ରଧାନ, ସାଂସଦ ପ୍ରତିନିଧି ପ୍ରମୋଦ ପାଣିଗ୍ରାହୀ, ଉପାଧକ୍ଷ ଏମ୍.ନିରଞ୍ଜନ ରେଡ୍ଡି, ସମିତିସଭ୍ୟ ରଞ୍ଜନ କୁମାର ସାହୁ, ଭଗବାନ ବାଡତ୍ୟା, ମନୋଜ କୁମାର ସାହୁ, ଅସୀତ ସାହୁ ପ୍ରମୁଖଙ୍କ ସମେତ ବହୁ ଦଳୀୟ ନେତୃ ମଣ୍ଡଳୀ ସାମିଲ ଥିଲେ ।
Breaking
Odisha Vikash Conclave 2025 to Unveil Roadmap for People-Centric, Climate-Smart Odisha@2036Joyalukkas‘Brilliance Diamond Jewellery Show’ in Bhubaneswar from 21st November to 7th December.Red Swastik Society and Team “Ladhei” distributed EV Scooties to the Differently-Abled.Bhubaneswar Leads Odisha’s Tech Revolution as AI and Digital Banking Reshapes SME Landscape: KotakBajaj Finserv Asset Management Limited launches its Banking and Financial Services Fund to tap into India’s evolving financial growth story