ମୁମ୍ବାଇ: ଆଜି ହେଉଛି ରଙ୍ଗର ପର୍ବ ହୋଲି। ସାରା ଦେଶରେ ଲୋକେ ହୋଲି ଖେଳିଛନ୍ତି। ବଲିଉଡ୍ରେ ଅନେକ ଫିଲ୍ମରେ ହୋଲିର ଝଲକ ଦେଖିବାକୁ ମିଳେ। ତେବେ ଆପଣ ଜାଣିଛନ୍ତି କେଉଁ ଫିଲ୍ମରେ ପ୍ରଥମେ ହୋଲିରେ ଖେଳାଯାଥିବା ରଙ୍ଗ ରଙ୍ଗୀନ୍ ଦେଖାଯାଇଥିଲା। କାରଣ ପୂର୍ବରୁ ଫିଲ୍ମ ଗୁଡ଼ିକ କେବଳ କଳା ଧଳା ରଙ୍ଗରେ ଆସୁଥିଲା। ତେଣୁ ସୁଟିଂ ବେଳେ ଭଳିକ ଭଳି ରଙ୍ଗରେ କଳାକାରମାନେ ହୋଲି ଖେଳୁଥିଲେ ବି ପରଦାରେ ଆସିଲା ବେଳକୁ ସବୁ କଳାଧଳା ଦେଖା ଯାଉଥିଲା।ସୂଚନା ମୁତାବକ ପ୍ରଥମ ଥର ‘ଔରତ୍’ ଫିଲ୍ମରେ ହୋଲି ଖେଳ ଦେଖିବାକୁ ମିଳିଥିଲା। କିନ୍ତୁ ଏହି ଫିଲ୍ମଟି ବ୍ଲାକ୍ ଆଣ୍ଡ ହ୍ୱାଇଟ୍ ଫିଲ୍ମ ଥିଲା। ଏଥିରେ ହୋଲି ଦେଖିବାକୁ ମିଳିଥିଲା କିନ୍ତୁ ହୋଲିର ପ୍ରକୃତ ରଙ୍ଗ ଦେଖିବାକୁ ମିଳିନଥିଲା। କିନ୍ତୁ ୫୦ ଦଶକରେ ଆସିଥିଲା ଫିଲ୍ମ ‘ଆନ୍’। ସେଥିରେ ଦିଲ୍ଲୀପ କୁମାର ଓ ନିମ୍ମି ନାଚି ଓ ଗାଇ ହୋଲି ଖେଳିଥିଲେ। ଏହି ଫିଲ୍ମରେହିଁ ପ୍ରକୃତ ହୋଲିର ରଙ୍ଗ ଦର୍ଶକ ପରଦାରେ ଦେଖିବାକୁ ପାଇଥିଲେ। ଏହି ଫିଲ୍ମର ପ୍ରଯୋଜନା ଦାୟିତ୍ୱରେ ମହବୁବ୍ ଖାନ ଥିଲେ। ଫିଲ୍ମରେ ହୋଲିକୁ ନେଇ ଚିତ୍ରିତ ହୋଇଥିବା ଗୀତଟି ହେଉଛି ‘ଖେଲୋ ରଙ୍ଗ ହମାରି ସଙ୍ଗ’। ଏହା ଖୁବ୍ ଲୋକପ୍ରିୟ ହୋଇଥିଲା।
Breaking
ଜଗନ୍ନାଥ ହେଉଛନ୍ତି ଆମର ଅସ୍ମିତା – ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ବତୀ ମହାରାଜApollo Hospitals, Bhubaneswar Launches Comprehensive Liver Transplant Programପ୍ରବାସୀ ଭାରତୀୟ ଦିବସ ୨୦୨୫ରେ ଝଲସିଲା ମହିଳା ସଶକ୍ତିକରଣବୟୋଜ୍ୟେଷ୍ଠ, ଅସହାୟ ବ୍ୟକ୍ତିଙ୍କୁ ସମ୍ମାନ, ଆଦର ଦେଉଥିବା ସମାଜ ହେଉଛି ଏକ ଆଦର୍ଶ ସମାଜ- ମୁଖ୍ୟମନ୍ତ୍ରୀHydration, Refreshment, and Connection—Coca-Cola India’s Signature at Maha Kumbh 2025