ଭୁବନେଶ୍ୱର : ଇଚ୍ଛାରାମ ଫାଉଣ୍ଡେସନ ପ୍ରଯୋଜିତ ଦିବ୍ୟାଙ୍ଗମାନଙ୍କ ଉପରେ ଆଧାରିତ ଓଡ଼ିଆ ଚଳଚିତ୍ର ସପନଟିଏ-ଏ ଡ୍ରିମ୍ ଆସନ୍ତା ନଭେମ୍ବର ୨୯ ତାରିଖରେ ଓଡିଶାର ସମସ୍ତ ମଲ୍ଟିପ୍ଳେକ୍ସ ସିନେମା ହଲ୍ରେ ମୁକ୍ତିଲାଭ କରିବ । ଆଇନଜୀବି ମିଲନ ଦାଶଙ୍କ ପ୍ରଯୋଜନା ଓ ନର୍ଦ୍ଦେଶନାରେ ନିର୍ମିତ ଏହି ଚଳଚିତ୍ର ଦିବ୍ୟାଙ୍ଗମାନଙ୍କ ସାମାଜିକ ସ୍ଥିତିରେ ସୁଧାର ଆଣିବା ଦିଗରେ ଏହି ଆବେଗପୂର୍ଣ୍ଣ ଚଳଚିତ୍ର ପ୍ରସ୍ତୁତ କରାଯାଇଛି । ସମାଜରେ ଦିବ୍ୟାଙ୍ଗମାନଙ୍କ ସଂଘର୍ଷକୁ ଏଥିରେ ଚିତ୍ରଣ କରାଯାଇଛି । ୨୯ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାରରେ ଶ୍ରେଷ୍ଠ ଶିଶୁ କଳାକାର ମାଗୁଣି ପାତ୍ର (ବବଲୁ) ପୁରସ୍କୃତ ହୋଇଥିଲେ । ରାଜଭବନରେ ପ୍ରଦର୍ଶିତ ଏହି ଚଳଚ୍ଚିତ୍ରର କାହାଣୀକୁ ଦେଖି ପୂର୍ବତନ ରାଜ୍ୟପାଳ ଏସ୍ସି ଜମିର୍ ଓ ଗଣେଶୀ ଲାଲ ପ୍ରଶଂସା କରିଥିଲେ । ବିଶେଷ କରି କୁନି ଦିବ୍ୟାଙ୍ଗ କଳାକାରଙ୍କ ଅଭିନୟ ବେଶ ଉଚ୍ଚ କୋଟିର ହୋଇଥିବା କହିଥିଲେ । ଚଳଚିତ୍ରର ସଂଗୀତ ସଂଯୋଜନା କରିଛନ୍ତି ଭବତୋଷ ମହାନ୍ତି ଓ ପ୍ରେମ ଆନନ୍ଦ । ଗୀତ ଓ ସଂଳାପ ଲେଖିଛନ୍ତି ମଣିମାଳା ଦାଶ । କୋରିୟଗ୍ରାଫି ବବି ଇସଲାମ୍ କରିଥିବା ବେଳେ କ୍ୟାମେରା ପରିଚାଳନା କରିଛନ୍ତି ସୁଶାନ୍ତ ବାହିନୀପତି । ସଂପାଦନା କରିଛନ୍ତି ଜେପି ମିଶ୍ର । ଏହି ଚଳଚ୍ଚିତ୍ରରେ ଅଭିନେତା ହର ରଥ, ମନୋଜ ମିଶ୍ର, ଗୁଡୁ, ବିଶିଷ୍ଟ ଅଭିନେତ୍ରୀ ଇଷା ବେବର୍ତ୍ତା, ନମ୍ରତା ଦାଶ, ବିଜୟନୀ ମିଶ୍ର, ଧରିତ୍ରୀ ଖଣ୍ଡୁଆଳଙ୍କ ସହ ଅନେକ କଳାକାରଙ୍କ ନିଖୁଣ ଅଭିନୟ ଦେଖିବାକୁ ମିଳିବ । ଏହି ଚଳଚିତ୍ରଟି ଜୟପୁର ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲରେ ମନୋନୀତ ହୋଇଥିଲା । ଚଳଚିତ୍ରଟି ବିଭିନ୍ନ ଓଡିଶା ନାୟିକ ପ୍ରଶିକ୍ଷଣ ସଂସ୍ଥା ସହ ଅନେକ ସ୍ଥାନରେ ପ୍ରଦର୍ଶିତ ହୋଇ ପ୍ରଶଂସା ସାଉଁଟିଛି । ସବୁଠୁ ବଡ଼ କଥା ହେଉଛି ଯେ ଓଡିଶାର ପୂର୍ବତନ ବିଚାରପତି ଓ ବଲିଉଡ୍ ଅଭିନେତା ଅମିତା ବଚ୍ଚନ ମଧ୍ୟ ଏହି ଚଳଚିତ୍ରକୁ ଦେଖିଥିଲେ । କାହାଣୀ ଓ କଳାକାରଙ୍କ ନିଖୁଣ ଅଭିନୟ ଉଚ୍ଚକୋଟିର ହୋଇଥିବା କହିଥିଲେ । ଏହି ଚଳଚିତ୍ରଟି ସବୁ ବର୍ଗର ଦର୍ଶକଙ୍କୁ ପସନ୍ଦ ଆସିବ ବୋଲି ପ୍ରଯୋଜକ ଶ୍ରୀମତୀ ଦାଶ ଆଶା ପ୍ରକଟ କରିଛନ୍ତି ।
Breaking
Bajaj Finserv Asset Management Limited launches its Banking and Financial Services Fund to tap into India’s evolving financial growth storyKinetic Green Tonino Lamborghini Appoints Electrify Maldives as the Official Distributor for Maldives, Unveils the electric luxury golf & lifestyle carts at TechEng 2025, the Maldives’ premier exhibitionଡ଼ ନାରାୟଣ ମହାପାତ୍ରଙ୍କୁ ସମ୍ମାନ ସୂଚକ ଗ୍ଲୋବାଲ ପିସ ହ୍ୟୁମାନ ରାଇଟସ ଆୱାର୍ଡସମସ୍ତେ ଏକାଠି ମିଶି ଇସ୍କନ ବିରୋଧରେ ସ୍ୱର ଉତ୍ତୋଳନ କରିବା ନିହାତି ଆବଶ୍ୟକThis World Heart Day: How Personalized Medicine is Shaping the Future of Bad Cholesterol Treatment