କଟକ: ଆଜି ସଂଧ୍ୟା ପ୍ରାୟ ୮ଟାରେ ସିଲଭର ସିଟି କଟକରେ ଆୟୋଜିତ ହୋଇଯାଇଛି ବିଶ୍ୱକପ ହକିର ରଙ୍ଗାରଙ୍ଗ ପ୍ରମୋସନ ସୋ । ଏହି ସୋ ରେ ଯୋଗ ଦେଇଥିଲେ ବଲିଉଡ଼ର ସୁପରିଚିତ ଷ୍ଟାର ସଲମାନ ଖାନ ଓ ଏଆର ରହେମାନ । ଦୁଇ ଜଣଙ୍କ ଯୋଡ଼ିରେ ମସଗୁଲ ହୋଇଥିଲେ ବାରବାରୀରେ ଉପସ୍ଥିତ ଦର୍ଶକ । ସଲ୍ଲୁଙ୍କ ଚିରାଚରିତ ସଂଳାପର ଜଲୱାରେ ମନ୍ତ୍ରମୁଗ୍ଧ ହୋଇ ଉଠିଥିଲେ ଦର୍ଶକ । ସମଗ୍ର ବାରବାଟୀ ନାଚଗୀତରେ ଦୁଲୁକି ଉଠିଥିଲା । ସଲମାନ ବାରବାଟୀରେ ପହଞ୍ଚିବା ପରେ କରତାଳିରେ ଫାଟି ପଡିଥିଲା ପୂରା ଷ୍ଟାଡିୟମ । ଏତ ସଂଖ୍ୟକ ପ୍ରଂଶସକଙ୍କୁ ଦେଖି ସଲମାନ ମଧ୍ୟ ଉତ୍ସାହିତ ହୋଇପଡିଥିଲେ ।ପରେ ମୁଖ୍ୟମନ୍ତ୍ରୀ ସଲମାନଙ୍କୁ ମଞ୍ଚ ଉପରେ ସମ୍ବର୍ନ୍ଧିତ କରିଥଲେ । ନିଜ ଅଭିଭାଷଣରେ ତାଙ୍କୁ ସମ୍ବର୍ଦ୍ଧିତ କରିଥିବାରୁ ଧନ୍ୟବାଦ ଜଣାଇଥିଲେ ସଲମାନ ।
କଟକର ଭାଇଚାରା ଓ ଆତିଥ୍ୟ ସତ୍କାର ଦେଖି ସଲମାନ ଭାବବିହ୍ୱଳ ହୋଇ ଉଠିଥିଲେ । ସେ ଏହି ଅବସରରେ କହିଲେ ଓଡ଼ିଶାକୁ ସେ ପ୍ରଥମ ଥର ଆସିଛନ୍ତି ଓ କଟକର ଭାଇଚାରା ବହୁତ ଭଲ । ଏହାଛଡା ନିଜ ଅଭିଭାଷଣରେ କଟକର ଭାଇଚାରା ପରମ୍ପରାକୁ ବେଶ ପ୍ରଂଶସା କରିଛନ୍ତି ସଲମାନ । ଏଭଳି ଭାଇଚାରା ସବୁଠି ରହିବା ଦରକାର ବୋଲି ସଲମାନ କହିଛନ୍ତି । ସେ କଟକର ପ୍ରସିଦ୍ଧ ଦହିବରା ଆଳୁଦମ ନିଶ୍ଚୟ ଖାଇବେ । ଜୟ ଜଗନ୍ନାଥ କହି ଭାଇଜାନ ତାଙ୍କର ବକ୍ତବ୍ୟ ଶେଷ କରିଥିଲେ ।
Breaking
Odisha Vikash Conclave 2025 to Unveil Roadmap for People-Centric, Climate-Smart Odisha@2036Joyalukkas‘Brilliance Diamond Jewellery Show’ in Bhubaneswar from 21st November to 7th December.Red Swastik Society and Team “Ladhei” distributed EV Scooties to the Differently-Abled.Bhubaneswar Leads Odisha’s Tech Revolution as AI and Digital Banking Reshapes SME Landscape: KotakBajaj Finserv Asset Management Limited launches its Banking and Financial Services Fund to tap into India’s evolving financial growth story