ଭୁବନେଶ୍ୱର: ନିଜକୁ ସୁନ୍ଦର କରି ସଜାଇବା ନିମିତ୍ତ ଯେକୌଣସି ବ୍ୟକ୍ତିର ମନରେ ଥାଏ ଅସୁମାରି ଉତ୍ସାହ । କୌଣସି ଉତ୍ସବରେ ନିଜର ସୌନ୍ଦର୍ଯ୍ୟ ବୃଦ୍ଧି ହେବା ସହ ନ୍ୟୁ ଲୁକ୍ରେ ନିଜକୁ ପରସି ଦେବାପାଇଁ ସମସ୍ତଙ୍କ ମନରେ ଥାଏ ଅକୁଣ୍ଠ ଉନ୍ମାଦନା । ଉଭୟ ମହିଳା ଓ ପୁରୁଷ ବର୍ଗର ବ୍ୟକ୍ତିଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଫ୍ୟାସନ ଡ଼ିଜାଇନର ମାନେ ଭଳିକି ଭଳି ପୋଷାକ ଡ଼ିଜାଇନ୍ ପ୍ରସ୍ତୁତ କରିଥାନ୍ତି । ଏହି ଡ଼ିଜାଇନ୍ ଗୁଡ଼ିକୁ ଲୋକଙ୍କ ପାଖରେ ପହାଞ୍ଚାଇବା ଲକ୍ଷରେ ଆଡ଼ିକ୍ସନ ଫ୍ୟାସନ ମ୍ୟାନେଜମେଣ୍ଟ ଦ୍ୱାରା ଭୁବନେଶ୍ୱର ରନୱେ ୱିକ୍ର ୧୧ ତମ ସଂସ୍କରଣ ସ୍ଥାନୀୟ ଏକ ତାରକା ହୋଟେଲରେ ଅନୁଷ୍ଠିତ ହୋଇଯାଇଛି । ଭୁବନେଶ୍ୱର ରନୱେ ୱିକ୍ର ଉପଦେଷ୍ଟା ନବୀନ ଖାଣ୍ଡୋଇଙ୍କ ଉପସ୍ଥିତିରେ ନିର୍ଦ୍ଦେଶକ ଜନ ଅଜୟଙ୍କ ନିର୍ଦ୍ଦେଶନାରେ ଆୟୋଜିତ ଏହି ସଂସ୍କରଣରେ ୧୧ଜଣ ଡ଼ିଜାଇନର ନିଜର ଭଳିକି ଭଳି ଡ଼ିଜାଇନ ପ୍ରଦର୍ଶିତ କରିଥିଲେ । ରିମ୍ଲି ମହାନ୍ତିଙ୍କର ରିମ୍ଲି ଡ଼ିଜାଇନ ଷ୍ଟୁଡ଼ିଓ ଦ୍ୱାରା ପ୍ରସ୍ତୁତ “ସାଟିକା” ଡ଼ିଜାଇନରେ ପାରମ୍ପରିକ ହାଣ୍ଡଲୁମ୍ ଶାଢୀ ଯାହାକି ବିବାହ, ରିସେପ୍ସନ, ମେହେନ୍ଦି, ହଳଦୀ ଓ ସଂଙ୍ଗୀତରେ ବ୍ୟବହାର କରାଯାଇପାରିବ ତାହା ସୋକେସ୍ କରାଯାଇପାରିବ । ବର୍ଣ୍ଣାଳୀ ହୋତା ରିମ୍ଲି ଡ଼ିଜାଇନ ଷ୍ଟୁଡ଼ିଓର ସୋ ଷ୍ଟପର ଥିଲେ । ଦେବାଙ୍ଗିନୀ ବେହେରାଙ୍କ ଡାପରଡ଼େଲ୍ଲି ଦ୍ୱାରା ପ୍ରସ୍ତୁତ ଡ଼ିଜାଇନ୍ ଗୋଲଡ଼େନ୍ ଡ଼୍ରିମ୍ସରେ ଛୋଟ ଛୁଆଙ୍କ ପୋଷାକ ସୋକେସ୍ କରାଯାଇଥିବା ସହ ବିଳାସପୂର୍ଣ୍ଣ କପଡ଼ାରୁ ପ୍ରସ୍ତୁତ ସାର୍ଟିକ୍, ଚିଫନ, ଅର୍ଗାନଜା ଏବଂ ଏମ୍ରୋଡ଼ରି ନେଟ୍ ପରି ଡ଼ିଜାଇନ୍ ଗୁଡ଼ିକ ବେଶ୍ ଆକର୍ଷଣୀୟ ଥିଲା । କରୋଳିନା ଓ ଆହିଲ୍ ଏହି ଡ଼ିଜାଇନ୍ର ସୋ ଷ୍ଟପର ଥିଲେ । ସୋମ୍ୟାଶ୍ରୀଙ୍କ ଦ୍ୱାରା ପ୍ରସ୍ତୁତ ଡ଼ିଜାଇନ୍ “କ୍ରିସିସ୍”ରେ ପାର୍ଟିପୋଷାକ ସଂଗ୍ରହ ସହ କ୍ରିଷ୍ଟାଲ ଭେଲ କଲେକ୍ସନ ଉପସ୍ଥାପନ କରାଯାଇଥିଲା ଯାହାର ଦେବାଙ୍ଗିନି ସୋ ଷ୍ଟପର ଥିଲେ । ସିଏ ସନ୍ଦିପ୍ ଓ ଡ଼କ୍ଟର ଜରିନାଙ୍କର ଦ୍ୱାରା ପ୍ରସ୍ତୁତ “ଇଣ୍ଡିଆନ ଭିଲେଜ” ଏକ କାରିଗର ସଂପ୍ରଦାୟର ବ୍ରାଣ୍ଡ । ଭୁବନେଶ୍ୱର ରନୱେ ୱିକ୍ର ୧୧ ତମ ସଂସ୍କରଣରେ ସେ ତାଙ୍କ ସଂଗ୍ରହ “ସାମସ୍ମିତି – ମୂଳସହ ପୁନଃ ସଂଯୋଗ” ପ୍ରସ୍ତୁତ କରିଥିଲେ ଯାହା ରାଜ୍ୟର ବୁଣାକାରଙ୍କର ଭାବପ୍ରବଣତା ଦ୍ୱାରା ର୍ନିମିତ । ଏହା ଗ୍ରାମୀଣ ଜୀବନଶୈଳୀ ଦ୍ୱାରା ଅନୁୂପ୍ରାଣିତ । ଓଲିଉଡ଼୍ ସୁପରଷ୍ଟାର ସିଦ୍ଧାନ୍ତ ମହାପାତ୍ର, ମାମା ମିଶ୍ର ଏହାର ସୋ ଷ୍ଟପର ଥିଲେ । ସିପ୍ରା ଦାସଙ୍କ ଦ୍ୱାରା ପ୍ରସ୍ତୁତ ଟାସା ୱିଙ୍ଗସ୍ରେ କକ୍ଟେଲ ଗାଉନର ସଂଗ୍ରହ ବେଶ୍ ଆକର୍ଷଣୀୟ ଥିବାବେଳେ ରାକେଶ କୁମାର ଓ ଦିବ୍ୟା ମହାନ୍ତି ଏହାର ସୋ ଷ୍ଟପର ଥିଲେ । ଅର୍ପିତା ମହାନ୍ତିଙ୍କ ଦ୍ୱାରା ପ୍ରସ୍ତୁତ ଲେବଲ ସୁରେଲରେ ଆଧୁନିକ ଗାଉନ୍ ପ୍ରଦର୍ଶିତ କରାଯାଇଥିଲା । ତାଙ୍କ ପ୍ରଦର୍ଶିତ ସଂଗ୍ରହରେ ମାରୁନ୍, ପେଲେଟ୍ ବ୍ଲାକ୍, ପାଷ୍ଟେଲ ପିଙ୍କ୍, ଗ୍ରୀନ୍ ପରି ବିଳାସପୂର୍ଣ୍ଣ ରଙ୍ଗ ସହ ଜଟିଳ ଏମ୍ରୋଡରିର ଝଲକ୍ ଦେଖିବାକୁ ମିଳିଥିଲା । ସ୍ୱପ୍ନା ପ୍ରିୟଦର୍ଶିନି ଏହାର ସୋ ଷ୍ଟପର ଥିଲେ । ଫ୍ୟାସନ ଡ଼ିଜାଇନର ସୁଜାତା ଓ ତାନିଆ ଦ୍ୱାରା ପ୍ରସ୍ତୁତ ବ୍ରାଣ୍ଡ ସୂତା ବମ୍ବେରେ ପ୍ରେମ ଭକ୍ତି ଏବଂ ପାରମ୍ପରିକ ଲାଲ ଏବଂ ଧଳାରଙ୍ଗର ଶାଢୀ ଉପରେ ପୋଷାକ ପ୍ରଦର୍ଶିତ କରାଯାଇଥିଲା । ଦେବସ୍ମିତା ଗିରିଙ୍କ ଦ୍ୱାରା ପ୍ରସ୍ତୁତ ବ୍ରାଣ୍ଡ ସୋଲ ବାଇ ଇଣ୍ଡିଆନରେ ସେ ନିଜର “ନଜାରା” କଲେକ୍ସନ ପ୍ରଦର୍ଶିତ କରିଥିଲେ ଏବଂ ପଦ୍ମିନି ପଟ୍ଟନାୟକ ସୋ କୁ ଉନ୍ମୋଚିତ କରିଥିବା ବେଳେ ଅଭିନେତ୍ରୀ ଦେବାଙ୍ଗିନୀ ଡ଼େଗୁରିଆ ସୋ ଷ୍ଟପର ଥିଲେ । ଅର୍ଚ୍ଚନା ମହାନ୍ତିଙ୍କ ଦ୍ୱାରା ପ୍ରସ୍ତୁତ “ସଂସ୍କୃତ” ହେଉଛି ଏକ ପ୍ରସିଦ୍ଧ ବ୍ରାଣ୍ଡ ଯାହାକି ଭାରତୀୟ ମହିଳାଙ୍କର ପୋଷାକରେ ବିଶେଷାଙ୍କ ପାରମ୍ପରିକ ଫ୍ୟାସନ ସହିତ ଆଧୁନିକ ଫ୍ୟାସନ ଏକ ମିଶ୍ରଣ । ଏହି ବ୍ରାଣ୍ଡର ପ୍ରସ୍ତୁତ ଡ଼ିଜାଇନରେ ଶାଢୀ, ଲେହେଙ୍ଗା, ସାଲୁଆର କାମିଜ୍, ର୍କୁି ଓ ଦୁପଟାରେ ଏମ୍ରୋଡ଼ରି ଜରି ଏବଂ ହାତରେ ଚିତ୍ରିତ ଡ଼ିଜାଇନର ପ୍ରତିଫଳନ ଦେଖିବାକୁ ମିଳିଥିଲା । ଅନ୍ୱେଷା ମହାକୁର ଏହି ବ୍ରାଣ୍ଡର ସୋ ଷ୍ଟପର ଥିଲେ । ଡକ୍ତର ଜରିନା ଏବଂ ସିଏ ସନ୍ଦିପଙ୍କର ପ୍ରସ୍ତୁତ ଲେବଲ ସାଜ୍ରେ ବରଯାତ୍ରୀପାଇଁ ବ୍ରାଇଡାଲ ଲେହେଙ୍ଗା, ନନ୍ ବ୍ରାଇଡାଲ କଲେକ୍ସନ ଏବଂ ଗାଉନ୍ ସଂଗ୍ରହ ଦେଖିବାକୁ ମିଳିଥିଲା । ସେ ତାଙ୍କର “ସେହେଜାଦି” ନାମକ ଡ଼ିଜାଇନ୍ ସୋ କେସ୍ କରିଥିଲେ । ଓଲିଉଡ଼୍ ତାରକା ଭୂମିକା ଦାସ ଏହି ଡ଼ିଜାଇନ୍ର ସୋ ଷ୍ଟପର ଥିଲେ । ଜାହିଦା ଅହମଦଙ୍କ ଦ୍ୱାରା ପ୍ରସ୍ତୁତ ବ୍ରାଣ୍ଡ “ଜନତ୍” ଫାଇନାଲ ବ୍ରାଇଡାଲ କାଉଚର କଲେକ୍ସନ ଉପରେ ଆଧାରିତ । ତାଙ୍କ ପ୍ରଦର୍ଶିତ ଡ଼ିଜାଇନରେ ରେଶମ, ଭେଲଭେଟ୍, ସାଟିନ୍ ଏବଂ କ୍ରିପର କାରୁକାର୍ଯ୍ୟ ଦେଖିବାକୁ ମିଳିଥିଲା । ବଲିଉଡ଼୍ର ଷ୍ଟାର ଓରିନା ହୁସେନ୍ ଓ ଗୌରବ ରାଲହନ ଏହି ବ୍ରାଣ୍ଡର ସୋ ଷ୍ଟପର ଥିଲେ । ଏହି ସୋ ରେ ବହୁ ମାନ୍ୟଗଣ୍ୟ ଅତିଥିଙ୍କ ସହ ଆଡ଼ିକ୍ସନ ଫ୍ୟାସନ ମ୍ୟାନେଜ୍ମେଣ୍ଟର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ ।
Breaking
Jaydev Vihar SIP Abacus Marks Fifth Annual Celebration in BhubaneswarTata Motors leads the way with innovative, sustainable and intelligent mobility solutions at EXCON 2025Odisha Vikash Conclave 2025 to Unveil Roadmap for People-Centric, Climate-Smart Odisha@2036Joyalukkas‘Brilliance Diamond Jewellery Show’ in Bhubaneswar from 21st November to 7th December.Red Swastik Society and Team “Ladhei” distributed EV Scooties to the Differently-Abled.