ଦିଗପହଣ୍ଡି:ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀରେ ଆସନ୍ତା ୧୧ ତାରିଖରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଗ୍ରହଣ ହେବାକୁ ରହିଛି । ଆସନ୍ତା ୯ ତାରିଖ ସନ୍ଧ୍ୟା ୬ ଘଣ୍ଟ ସମୟରେ ନିର୍ବାଚନୀ କମିଶନର୍ଙ୍କ ନିର୍ଦ୍ଦେଶାନୁଯାୟୀ ନିର୍ବାଚନ ପ୍ରଚାର କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିଦିଆଯିବ । ଏଥି ପାଇଁ ଆଉ ହାତ ଗଣତି କିଛି ଦିନ ରହିଥିବାରୁ ସମସ୍ତ ରାଜନୈତିକ ଦଳ ପକ୍ଷରୁ ନିର୍ବାଚନ ପ୍ରଚାରକୁ ଗୁରୁତ୍ୱାରୋପ ଦିଆଯାଇଥିବା ଦେଖିବାକୁ ମିଳିଛି । ଚଳିତ ସାଧାରଣ ନିର୍ବାଚନରେ ବିଜେଡି ପ୍ରାର୍ଥୀ ସୂର୍ଯ୍ୟ ପାତ୍ରଙ୍କୁ ଦିଗପହଣ୍ଡି ସହରର ଜଣେ ଟାଣୁଆ କଂଗ୍ରେସ କର୍ମୀ ପ୍ରଫୁଲ୍ଲ ଚନ୍ଦ୍ର ପଣ୍ଡା ଓରଫ୍ ବାଲି ଟକ୍କର ଦେଇ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ଦେଖିବାକୁ ମିଳିଛି । ଉଚ୍ଚଶିକ୍ଷିତ ପ୍ରଫୁଲ୍ଲ ଜଣେ ସାମାଜିକ କର୍ମୀ ହୋଇଥିବା ବେଳେ ଦିଗପହଣ୍ଡି ଏନଏସିରେ କାଉନସିଲର, ଉପାଧକ୍ଷ ଏବଂ ଅଧକ୍ଷ ଭାବେ ପୂର୍ବରୁ ନିର୍ବାଚିତ ହୋଇ ଆସିଥିଲେ । ସମ୍ପ୍ରତ୍ତି ସେ ଜିଲା କଂଗ୍ରେସ କମିଟିରେ ସମ୍ପାଦକ ଭାବେ ଦାୟିତ୍ୱ ତୁଲାଉଥିବା ବେଳେ ବ୍ୟାପକ ଜନସମର୍ଥନ ପାଇଁ କଂଗ୍ରେସ ପକ୍ଷରୁ ଦିଗପହଣ୍ଡି ବିଧାନ ସଭା ଆସନରୁ ପ୍ରାର୍ଥୀ ଭାବେ ମନୋନୀତ ହୋଇ ନାମାଙ୍କନ ପତ୍ର ଦାଖଲ କରିଥିଲେ । ପ୍ରାର୍ଥୀ ପତ୍ର ଦାଖଲ ହେବା ପର ଦିନ ଠାରୁ ନିଜର ରଣ କୌଶଳ ଆରମ୍ଭ କରିଦେଇଥିବା ବେଳେ ସାଂସଦ ପ୍ରାର୍ଥୀ ଚନ୍ଦ୍ରଶେଖର ନାଇଡୁଙ୍କ ସହ ଗାଁ ଗଣ୍ଡା ବୁଲି ଭୋଟ ଭିକ୍ଷା କରୁଛନ୍ତି । ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀରେ ବାମପନ୍ଥୀ ସିପିଆଇ, ସିପିଆଇଏମ୍ ସହ କଂଗ୍ରେସର ଆସନ ବୁଝାମଣା ହୋଇଥିବା ହେତୁ ମିଳିତ ଭାବେ ନିର୍ବାଚନୀ ପ୍ରଚାରରେ ବୁଲୁଥିବା ଦେଖିବାକୁ ମିଳିଛି । ଶନିବାର ସକାଳେ ଶତାଧିକ କଂଗ୍ରେସ କର୍ମୀ ଓ ବିଭିନ୍ନ ଶ୍ରମିକ ସଂଗଠନର କର୍ମୀଙ୍କ ସହିତ ବାମପନ୍ଥୀ ନେତା ମାନେ କଂଗ୍ରେସ ପାର୍ଟି ଅଫିସରେ ଏକତ୍ରିତ ହୋଇଥିଲେ । ଏକ ହଜାରରୁ ଉଦ୍ଧ୍ୱର୍ ଯୁବ ନେତା ଓ ଯୁବ କର୍ମୀ ମାନଙ୍କ ଗହଣରେ ନିର୍ବାଚନୀ ରୋଡ ଶୋ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଦିଗପହଣ୍ଡି ସହର ସମେତ ଫାଶୀଗୁଡା, ଭିଷ୍ମଗିରୀ, ନିମଖଣ୍ଡି ପେଣ୍ଠ, ଚଷା ନିମଖଣ୍ଡି, କଇଠଖଣ୍ଡି, ଖମ୍ବାରୀ ଗାଁ ହୋଇ ଦିଗପହଣ୍ଡି ବ୍ଳକର ୨୫ ଗୋଟି ପଞ୍ଚାୟତର ସମସ୍ତ ଗାଁ ଗଣ୍ଡାରେ ରୋଡ୍ ଶୋ ମାଧ୍ୟମରେ ପହଞ୍ôଚ ଭୋଟ ଭିକ୍ଷା କରିଥିଲେ ପ୍ରଫୁଲ୍ଲ । ଦୀର୍ଘ ବର୍ଷ ଧରି ରାଜ୍ୟ ଓ କେନ୍ଦ୍ରରେ ଚାଲିଥିବା ଦୁର୍ନିତୀର ମୂଳତ୍ପାଟନ କରିବାକୁ ହେଲେ ସରକାର ପରିବର୍ତ୍ତନ କରିବାର ଆବଶ୍ୟକତା ରହିଛି ବୋଲି ସେ ନିଜ ପ୍ରତିକ୍ରିୟାରେ ଜଣାଇଛନ୍ତି । ସେହିପରି ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀରେ ଚାଷୀଙ୍କ ଉଚିତ୍ ସମ୍ମାନ, ଉଚିତ୍ ପ୍ରାପ୍ୟ ପ୍ରଦାନ, ୨୪ ଘଣ୍ଟିଆ ସ୍ୱାସ୍ଥ୍ୟ ସେବା, ଉଚ୍ଚଶିକ୍ଷା ସୁବିଧା ସୁଯୋଗ ଯୋଗାଇଦେବା ସହିତ ଚିଟଫଣ୍ଡ୍ କ୍ଷତିଗ୍ରସ୍ତଙ୍କୁ ଉଚିତ୍ ନ୍ୟାୟ ଦେବା ଭଳି ବିଭିନ୍ନ ନିର୍ବାଚନୀ ମୁର୍ଦ୍ଦା ରଖି ଲୋକଙ୍କ ପାଖରେ ପହଞ୍ôଚ ଭୋଟ ଭିକ୍ଷା କରୁଥିବା ଦେଖିବାକୁ ମିଳିଛି । କଂଗ୍ରେସ ରୋଡ ଶୋ କାର୍ଯ୍ୟକ୍ରମରେ ପୂର୍ବତନ ନଗରପାଳ ଭି.ରବିନାରାୟଣ ରାଜୁ, ଭି.ଶ୍ୟାମା ରାଜୁ, ନୀଳକଣ୍ଠ ପଟ୍ଟନାୟକ, ଜିତୁ ମାର୍ଥା, କେ.କୁନା, ଶିବରାମ ପ୍ରଧାନ, ବିଘ୍ନରାଜ ପାଣିଗ୍ରାହୀ, ଦୀପକ ମିଶ୍ର, ଭଗବାନ ସ୍ୱାଇଁ ପ୍ରମୁଖଙ୍କ ସମେତ ବହୁ କଂଗ୍ରେସ କର୍ମୀ ସାମିଲ ହୋଇଥିଲେ ।
Breaking
Odisha Vikash Conclave 2025 to Unveil Roadmap for People-Centric, Climate-Smart Odisha@2036Joyalukkas‘Brilliance Diamond Jewellery Show’ in Bhubaneswar from 21st November to 7th December.Red Swastik Society and Team “Ladhei” distributed EV Scooties to the Differently-Abled.Bhubaneswar Leads Odisha’s Tech Revolution as AI and Digital Banking Reshapes SME Landscape: KotakBajaj Finserv Asset Management Limited launches its Banking and Financial Services Fund to tap into India’s evolving financial growth story