ଭୂବନେଶ୍ବର:ରାମଙ୍କୁ ନେଇ ବାବା ରାମଦେବଙ୍କ ବଡ ବୟାନ । ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣକୁ ଜମି ମାମଲା ସୁପ୍ରିମକୋର୍ଟରେ ରହିଛି । ଏସବୁ ଭିତରେ ରାମଙ୍କୁ ନେଇ ବଡ ବୟାନ ଦେଇଛନ୍ତି ଯୋଗଗୁରୁ ବାବା ରାମଦେବ ।ବାବା ରାମଦେବ ବିଜେପିର ଜଣେ ଦୃଢ ସମର୍ଥକ ହୋଇଥିବାରୁ ତାଙ୍କ ବୟାନ ନିଶ୍ଚିତ ରୂପେ ରାଜନିତିକ ଦୃଶ୍ୟପଟକୁ ଅଧିକ ରଙ୍ଖିନ କରିଛି। ରାମଦେବ କହିଛନ୍ତି, ରାମଙ୍କ ମନ୍ଦିର ଅଯୋଧ୍ୟାରେ ହେବନାହିଁ ତ ଆଉ କଣ ମକ୍କା ମଦିନା କିମ୍ବା ଭଟିକାନ ସିଟିରେ ହେବ । କେବଳ ଏତିକି ନୁହେଁ ରାମଦେବ ଆହୁରୀ ମଧ୍ୟ ବିବାଦୀୟ କରି କହିଛନ୍ତି ଯେ, ରାମ କେବଳ ହିନ୍ଦୁଙ୍କର ନୁହଁନ୍ତି ବରଂ ମୁସଲମାନଙ୍କର ବି ପୂର୍ବଜ ଥିଲେ । ଏଥିସହ ଅଯୋଧ୍ୟାରେ ହିଁ ପ୍ରଭୁ ଶ୍ରୀରାମଙ୍କ ମନ୍ଦିର ପ୍ରତିଷ୍ଠା ପାଇଁ ପରୋକ୍ଷରେ ଯୁକ୍ତି ବାଢିଛନ୍ତି।ରାମ ମନ୍ଦିର ନିର୍ମାଣକୁ ନେଇ ବିରୋଧୀ ଶାସକ ଦଳ ଉପରେ ଘନଘନ ଆକ୍ରମଣ କରୁଥିବା ବେଳେ ବାବାଙ୍କ ମନ୍ତବ୍ୟ ଯଥେଷ୍ଟ ଓଜନ ରଖୁଛି।
Breaking
ପଟିଆରେ ଖୋଲିଲା ରୋଜ୍ ଟ୍ରାନ୍ସଫରମେସନ୍ଜଗନ୍ନାଥ ହେଉଛନ୍ତି ଆମର ଅସ୍ମିତା – ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ବତୀ ମହାରାଜApollo Hospitals, Bhubaneswar Launches Comprehensive Liver Transplant Programପ୍ରବାସୀ ଭାରତୀୟ ଦିବସ ୨୦୨୫ରେ ଝଲସିଲା ମହିଳା ସଶକ୍ତିକରଣବୟୋଜ୍ୟେଷ୍ଠ, ଅସହାୟ ବ୍ୟକ୍ତିଙ୍କୁ ସମ୍ମାନ, ଆଦର ଦେଉଥିବା ସମାଜ ହେଉଛି ଏକ ଆଦର୍ଶ ସମାଜ- ମୁଖ୍ୟମନ୍ତ୍ରୀ