ପୁରୀ: ପୁରୀ ଗଣଦୁଷ୍କର୍ମ ମାମଲାରେ ପୁଲିସ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଥିବା ବେଳେ ମଙ୍ଗଳବାର ଏହି ଘଟଣାରେ ସମ୍ପୃକ୍ତ ଥିବା ଆଉ ଜଣଙ୍କୁ ପୁଲିସ ଗିରଫ କରିଛି। ଏହି ଅଭିଯୁକ୍ତ ନାମ ରାଜେଶ ସେଠୀ ବୋଲି ଜଣାପଡ଼ିଛି। ପସକୋ ଆକ୍ଟ ଆଧାରରେ ମାମଲା ରୁଜୁ କରି ପୁଲିସ୍ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଅନ୍ୟ ୨ଜଣ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା କରୁଛି।ଏହି ଘଟଣାକୁ ପୁଲିସ ସ୍ପେଶାଲ୍ କେସ୍ ଭାବେ ଗ୍ରହଣ କରି ୪ଟି ଟିମ୍ ଗଠନ କରାଯାଇଥିବା କେନ୍ଦ୍ରାଞ୍ଚଳ ଡିଆଇଜି ସୂଚନା ଦେଇଛନ୍ତି। ମାମଲାରେ ଶୁଣାଣି ପାଇଁ ଫାଷ୍ଟଟ୍ରାକ୍ରେ ବିଚାର କରିବାକୁ କୋର୍ଟରେ ନିବେଦନ କରାଯିବ। ସ୍ୱତନ୍ତ୍ର ଓକିଲ ଦିଆଯିବ ଏବଂ ଅଭିଯୁକ୍ତଙ୍କୁ ଦୃଷ୍ଟାନ୍ତମୂଳକ ଦଣ୍ଡ ପାଇଁ ଚେଷ୍ଟା କରାଯିବ ବୋଲି ଡିଆଇଜି ସୂଚନା ଦେଇଛନ୍ତି।
ସୂଚନାନୁସାରେ, ଗତ ସୋମବାର ପୁରୀ ସହର କୁମ୍ଭାରପଡ଼ା ଥାନା ଅନ୍ତର୍ଗତ ନିମାପଡ଼ା ବସ ଷ୍ଟାଣ୍ଡରେ ଜଣେ ଯୁବତୀ କାକଟପୁର ନିଜ ଘରକୁ ଯିବାକୁ ବସକୁ ଅପେକ୍ଷା କରିଥିଲେ। ଏହି ସମୟରେ କାରରେ ଚାରି ଜଣ ଆସି କାକଟପୁର ଘରକୁ ଛାଡ଼ି ଦେବା କହି ଉଠାଇ ନେଇଥିଲେ। ଅଭିଯୁକ୍ତ ପୋଲିସର ପରିଚୟ ଦେଇଥିଲେ। ନିମାପଡ଼ାରୁ ଉଠାଇ ଅଭିଯୁକ୍ତମାନେ ପୁରୀ ନେଇ ଆସିଥିଲେ। ସେଠାରେ ଝାଡ଼େଶ୍ଵରୀ ମନ୍ଦିର ନିକଟସ୍ଥ ପୋଲିସ କ୍ଵାର୍ଟର୍ସରେ ଯୁବତୀଙ୍କୁ ଗଣ ବଳାତ୍କାର କରିଥିବା ଅଭିଯୋଗ ହୋଇଛି।
Breaking
Navadarshan Reflection Ceremony 2025: Paving the Way for an Inclusive & Viksit OdishaCoca-Cola India Strengthens Odisha’s Retail Ecosystem Through Training and Infrastructure SupportBMPS TAKSHILA SCHOOL – AVISHKAAROdisha is proud of a generation of youth who are conscious, committed, and courageous. You are rooted in tradition and ready to lead in innovation,” said the GovernorIndia’s First Probiotic Cheese Brand ‘Curious Cheese’ Launches in Odisha