ନୂଆଦିଲ୍ଲୀ :ବଲିଉଡ୍ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବଂ ଆମେରିକୀୟ ଗାୟକ ନିକ ଜୋନାସ୍ଙ୍କ ପ୍ରେମ ସମ୍ପର୍କକୁ ନେଇ ଦୀର୍ଘ ଦିନ ଧରି ଚାଲିଥିବା ଆଲୋଚନାରେ ପୂର୍ଣ୍ଣଛେଦ ପଡିଛି। ଶନିବାର ସେମାନେ ନିଜ ପ୍ରେମକୁ ବିଧିବଦ୍ଧ ସମ୍ପର୍କର ମାନ୍ୟତା ଦେଇଛନ୍ତି। ନିଜନିଜ ପରିବାର ଲୋକଙ୍କ ଉପସ୍ଥିତିରେ ପୂର୍ବାହ୍ଣରେ ଉଭୟଙ୍କ ରୋକା ଏବଂ ନିର୍ବନ୍ଧ ଶେଷ ହୋଇଛି। ବିଶେଷ ସୂତ୍ରରୁ ଖବର ପ୍ରକାଶ ପାଇଛି ଯେ ଏହି ଉତ୍ସବ ପାଇଁ ଚୋପ୍ରା ପରିବାର ପକ୍ଷରୁ ଏକ ପଞ୍ଚତାରକା ହୋଟେଲ୍ରେ ୨୦୦ ରୁମ୍ ବୁକ୍ କରାଯାଇଥିଲା। ରଣବୀର ସିଂହ, କରଣ ଜୋହର, ମନିଷ ମାଲହୋତ୍ରା, ସୋଫି ଚୌଧୁରୀ ଏବଂ ରବିନା ଟଣ୍ଡନ୍ଙ୍କ ଭଳି ସିନେଜଗତର ବହୁ ତାରକା ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ନିର୍ବନ୍ଧରେ ଯୋଗଦେବା ନିମନ୍ତେ ମାତା ଡେନିସ୍ ମିଲର୍ ଜୋନାସ୍ ଏବଂ ପିତା ପଲ୍ କେଭିନ୍ ଜୋନାସ୍ ଶୁକ୍ରବାର ରାତିରେ ଭାରତରେ ପହଞ୍ଚିଥିଲେ।ଗତକାଲି ରାତିରେ ପ୍ରିୟଙ୍କା ଓ ନିକ୍ଙ୍କୁ ଜେଡବ୍ଲ୍ୟୁ ମାରିଅଟ୍ରେ ଡିନ୍ର କରୁଥିବା ଦେଖିବାକୁ ମିଳିଥିଲା। ପ୍ରିୟଙ୍କାଙ୍କ ମାଆ ମଧୁ ଚୋପ୍ରା ଓ ସିଦ୍ଧାର୍ଥ ଚୋପ୍ରାଙ୍କୁ ମଧ୍ୟ ସେମାନଙ୍କ ସହ ଦେଖିବାକୁ ମିଳିଥିଲା।ଏହା ପୂର୍ବରୁ ଅନେକ ଥର ନିକ୍ ଓ ପ୍ରିୟଙ୍କାଙ୍କୁ ଏକାଠି ଦେଖିବାକୁ ମିଳିଛି। ସେମାନଙ୍କ ସମ୍ପର୍କ ବିଷୟରେ ଜାଣିବା ପାଇଁ ସମସ୍ତେ ଉତ୍ସୁକ। ନିକ୍ଙ୍କ ବୟସ ୨୫ବର୍ଷ ହୋଇଥିବା ବେଳେ ପ୍ରିୟଙ୍କା ବୟସରେ ନିକ୍ଙ୍କଠୁ ବହୁତ ବଡ଼। ସମସ୍ତଙ୍କୁ ମୋବାଇଲ ବ୍ୟବହାର ନକରିବାକୁ କୁହାଯାଇଥିଲା । ଆଜି ସକାଳେ ନିର୍ବନ୍ଧ ଶେଷରେ ଉଭୟ ସେମାନଙ୍କ ଫଟୋ ସେୟାର କରିଥିଲେ । ନିକ୍ ଫଟୋ ତଳେ ଲେଖିଥିଲେ ‘ଫ୍ୟୁଚର ମିସେସ୍ ଜୋନାସ୍’ ।ଗତ ବର୍ଷରୁ ସେମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କକୁ ନେଇ ଚର୍ଚ୍ଚା ଜୋର୍ ଧରିଥିଲା । ଏମିତିକି ନିର୍ବନ୍ଧ ସରିଛି ବୋଲି ଖବର ମଧ୍ୟ ପ୍ରଚାର ହୋଇଥିଲା । ଶେଷର ଦୁହେଁ ଏଥିରେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି ।
Breaking
Bajaj Finserv Asset Management Limited launches its Banking and Financial Services Fund to tap into India’s evolving financial growth storyKinetic Green Tonino Lamborghini Appoints Electrify Maldives as the Official Distributor for Maldives, Unveils the electric luxury golf & lifestyle carts at TechEng 2025, the Maldives’ premier exhibitionଡ଼ ନାରାୟଣ ମହାପାତ୍ରଙ୍କୁ ସମ୍ମାନ ସୂଚକ ଗ୍ଲୋବାଲ ପିସ ହ୍ୟୁମାନ ରାଇଟସ ଆୱାର୍ଡସମସ୍ତେ ଏକାଠି ମିଶି ଇସ୍କନ ବିରୋଧରେ ସ୍ୱର ଉତ୍ତୋଳନ କରିବା ନିହାତି ଆବଶ୍ୟକThis World Heart Day: How Personalized Medicine is Shaping the Future of Bad Cholesterol Treatment