ଭୁବନେଶ୍ୱର : ଉତ୍ତର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୱାର୍ଡ ନଂ 16 ମେ ଫେୟାର ନଗର ସାଲିଆ ସାହି ଠାରେ ବିଜେପି ଶ୍ରୀକୃଷ୍ଣ ମଣ୍ଡଳ ଦ୍ୱାରା ଆୟୋଜିତ ଏକ ସମାବେଶ ତଥା ପଦଯାତ୍ରା କାର୍ଯ୍ୟକ୍ରମ ରେ ଭୁବନେଶ୍ୱର ଉତ୍ତର ବିଧାୟକ ପ୍ରାର୍ଥୀ ଶ୍ରୀ ପ୍ରିୟଦର୍ଶୀ ମିଶ୍ର ଯୋଗ ଦେବା ଅବସରରେ ଉପସ୍ଥିତ ଜନତା ଙ୍କୁ 25 ବର୍ଷ ବିଫଳ ସରକାରଙ୍କ ବିଫଳତା ସହ ଜନବିରୋଧୀ ଜନସାଧାରଣଙ୍କୁ ଅବଗତ କରାଇଥିଲେ l ହଜାର ହଜାର କର୍ମୀମାନଙ୍କ ଗହଣରେ ପଦଯାତ୍ରା ଦୀର୍ଘ ତିନି କିଲୋମିଟର ପରେ ୱାର୍ଡ ନଂ 26 ସ୍ଥିତ ବିଷ୍ନୁପ୍ରିୟା ଆପାର୍ଟମେଣ୍ଟ ନିକଟସ୍ଥ ବସ୍ତିବିକାଶ ପରିଷଦ କାର୍ଯ୍ୟାଳୟ ଠାରେ ଶେଷ ହୋଇ ଥିଲା l ପଦଯାତ୍ରାରେ ଶ୍ରୀକୃଷ୍ଣ ମଣ୍ଡଳ ସଭାପତି ଅଞ୍ଜନ ନାଥ, ବାଣୀବିହାର ମଣ୍ଡଳ ସଭାପତି ବିଜୟ ରାଉତ ଓ କର୍ମକର୍ତ୍ତା, ୱାର୍ଡ 16,20,21ଓ 26ର ବିଜେପି କର୍ପୋରେଟର ପ୍ରାର୍ଥୀ ମାନେ,ଆଲୋକ ପାଣିଗ୍ରାହୀ, ସ୍ଵାକ୍ଷର ମହାନ୍ତି, ସାଲିଆ ସାହିର ଟାଣୁଆ ଯୁବନେତା କାଳନ୍ଦୀ ପ୍ରଧାନଙ୍କ ସମେତ ହଜାର ହଜାର କର୍ମୀଙ୍କ ଗହଣରେ ପଦଯାତ୍ରାରେ ସାମିଲ ହୋଇଥିଲେ l ଏହି ଅବସରରେ ଶ୍ରୀ ମିଶ୍ର ଜନସାଧାରଣଙ୍କୁ ଆଶୀର୍ବାଦ ରୂପେ ଡବଲ ଇଂଜିନ ସରକାର ପାଇଁ ଦୁଇଟି ପଦ୍ମ ଫୁଲ ଚି଼ହ୍ନରେ ମୋହର ମରିବା ପାଇଁ ନିବେଦନ କରିଥିଲେ l
Breaking
This World Heart Day: How Personalized Medicine is Shaping the Future of Bad Cholesterol Treatment୨୯ରୁ ଟ୍ୱିନ ସିଟିର ସବୁଠାରୁ ବଡ ନବରାତ୍ରି ସେଲିବ୍ରେଶନ ‘ଦାଣ୍ଡିଆ କାର୍ଣ୍ଣିଭାଲNavadarshan Reflection Ceremony 2025: Paving the Way for an Inclusive & Viksit OdishaCoca-Cola India Strengthens Odisha’s Retail Ecosystem Through Training and Infrastructure SupportBMPS TAKSHILA SCHOOL – AVISHKAAR