ଭୁବନେଶ୍ୱର : ବିଜେଡ଼ି ବିଧାୟକ ପ୍ରଦୀପ ମହାରଥୀଙ୍କୁ ଆଜି ଭୁବନେଶ୍ୱର ସ୍ୱତନ୍ତ୍ର କୋର୍ଟ ଜାମିନ ପ୍ରଦାନ କରିଛନ୍ତି । କେତେକ ସର୍ତ୍ତ ସହ ୫୦ ହଜାର ଟଙ୍କା ଲେଖାଏଁ ଦୁଇଜଣ ଜାମିନଦାରଙ୍କ ବଦଳରେ ଏହି ଜାମିନ ପ୍ରଦାନ କରାଯାଇଛି । କୋର୍ଟ ରଖିଥିବା ବିଭିନ୍ନ ସର୍ତ୍ତ ମଧ୍ୟରେ ରହିଛି ସେ ସାକ୍ଷୀମାନଙ୍କୁ ଧମକେଇବା ବା ପ୍ରଭାବିତ କରିବେ ନାହିଁ ଓ ପୁଲିସକୁ ତଦନ୍ତରେ ସହଯୋଗ କରିବେ ।ନିର୍ବାଚନର ଫ୍ଲାଇଂ ସ୍କ୍ୱାର୍ଡଙ୍କୁ ଆକ୍ରମଣ କରିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିଲା। ଗତ ରବିବାର ରାତିରେ ମହାରଥୀଙ୍କ ଫାର୍ମ ହାଉସରେ ଫ୍ଲାଇଂ ସ୍କ୍ୱାର୍ଡ ଚଢ଼ାଉ କରିବାକୁ ଯାଇଥିବା ବେଳେ ସେମାନଙ୍କ ଉପରେ ମହାରଥୀ ଓ ତାଙ୍କ ସମର୍ଥକମାନେ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା। ଏହା ପରେ ଗିରଫ ହୋଇଥିଲେ ମହାରଥୀ। ମହାରଥୀଙ୍କ ବିରୋଧରେ ଧାରା ୩୦୭, ୩୫୩, ୩୪୧, ୩୩୨, ୧୪୭, ୧୪୮, ୧୪୯, ଦଫା ୧୭୧ ବି, ୧୮୬ ଏବଂ ୧୨୩ ଆଧାରରେ ମାମଲା ରୁଜୁ ହୋଇଥିଲା ।
Breaking
ପିପିଏଲ୍ ଓଡ଼ିଆ ତରଫରୁ ପ୍ରେରଣାଦାୟୀ ୨୦୨୫ ଅୟୋଜିତLooks Salon Expands in Bhubaneswar with the Opening of Its Third Branch in PatiaAdani Solar partners with Khetan Group to expand retail distribution in Orissa.Galaxy F06 5G, Samsung’s Most Affordable 5G Smartphone Starting at Just INR 9499, Goes on SaleInternational Multidisciplinary Conference on Science, Education, and Management Concludes Successfully in Bhubaneswar