ପିପିଏଲ୍ ଓଡ଼ିଆ ତରଫରୁ ପ୍ରେରଣାଦାୟୀ ୨୦୨୫ ଅୟୋଜିତ
ରାଜ୍ୟର ଅଗ୍ରଣୀ ଡିଜିଟାଲ୍ ମିଡ଼ିଆ ନେଟୱାର୍କ ପିପିଏଲ୍ ଓଡ଼ିଆ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ପ୍ରେରଣାଦାୟୀ ୨୦୨୫ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି | ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ସମାଜସେବୀ ନମ୍ରତା ଚଢା, ଡାଃ ରୀନା ରାଉତରାୟ, କାର୍ସିନୋଭା କ୍ୟାନସର୍ ହସ୍ପିଟାଲ୍ ର ନିର୍ଦ୍ଦେଶିକା ଡାଃ ପ୍ରଜ୍ଞା ପାରମିତା ମିଶ୍ର ଓ ପରିଚୟ ଫାଉଣ୍ଡେସନ ର ମୁଖ୍ୟ ଡାଃ ରୋଜାଲିନ ପାଟ୍ଟଶାଣୀ ମିଶ୍ର ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ | ଏହି କାର୍ଯ୍ୟକ୍ରମରେ ତିନୋଟି ପର୍ଯ୍ୟାୟ ରେ ମହିଳା ସଶକ୍ତିକରଣ ଓ ଏହା ସହ ଜଡ଼ିତ ସମସ୍ୟା, ସମାଧାନ ପାଇଁ ଆଲୋଚନାଚକ୍ର ଆୟୋଜନ କରାଯାଇଥିଲା | ଏଥି ସହ ରାଜ୍ଯ କୋଣ ଅନୁକୋଣ ରୁ ୨୫ ଜଣ ସଫଳ ମହିଳା ଙ୍କୁ ପ୍ରେରଣାଦାୟୀ ୨୦୨୫ ସମ୍ମାନରେ ସମ୍ମାନିତ କରାଯାଇଥିଲା | କ୍ରୀଡ଼ା କ୍ଷେତ୍ର ରେ ଆନ୍ତର୍ଜାତୀୟ କରାଟେ ଖେଳାଳି ଭାଲେଣ୍ଟିନା ଭାଲିନା, ସଙ୍ଗୀତ କ୍ଷେତ୍ର ରେ ସୋହିନୀ ମିଶ୍ର, ସାମ୍ବାଦିକା ଶତରୂପା ସାମନ୍ତରାୟ, ଲୋକପ୍ରିୟ ଆର୍ ଜେ କୋମଲ୍, ଏସିଡ୍ ପୀଡ଼ିତା ତଥା ସମାଜସେବୀ ପ୍ରମୋଦିନି ରାଉଳ, ୟୁଟ୍ୟୁବର୍ ତଥା କଣ୍ଟେଣ୍ଟ କ୍ରିଏଟର ବର୍ଷା ଦାସ, କୁନି ପ୍ରତିଭା ରିଷିତା ସାମନ୍ତରାୟ, ଅଧ୍ୟାପିକା ରାଜଲକ୍ଷ୍ମୀ ଦାସ, ମହିଳା ଉଦ୍ୟୋଗୀ ଡାଃ ସମ୍ପଦା ସେଠିଆ, ଡାଃ ମୋନାଲି ପଟ୍ଟନାୟକ, ୟସ୍ମିନ୍ ହବିବ, ଭାଗ୍ୟଶ୍ରୀ ଶତପଥୀ, ସ୍ଵପ୍ନାରାଣୀ ସାହୁ, ପ୍ରତ୍ଯୁସା ଅମନ୍ତା ପ୍ରମୁଖ ଙ୍କୁ ସମ୍ମାନିତ କରାଯାଇଥିଲା | ଆଠଗଡ଼ ର ଜଷ୍ଟ ଫର୍ ୟୁ ସେବା ସଂଘ, ଭୁବନେଶ୍ବର ର ମିଶନ୍ ଶକ୍ତି ବଜାର, ଗୀତା ଏସଏଚଜି ଗ୍ରୁପ୍, ଶୋଭା ଟ୍ରଷ୍ଟ କୁ ମଧ୍ୟ ସମ୍ମାନୀତ କରାଯାଇଥିଲା | କାର୍ଯ୍ୟକ୍ରମ କୁ ପ୍ରେରଣା ପ୍ରତୀକ୍ଷା ପରିଚାଳନା କରିଥିଲେ | ପିପିଏଲ୍ ଓଡ଼ିଆ ର ପରିଚାଳନା ନିର୍ଦ୍ଦେଶିକା ଲିପ୍ସା ପଟ୍ଟନାୟକ ସମସ୍ତ ଅତିଥି ଙ୍କୁ ଧନ୍ଯବାଦ୍ ଜ୍ଞାପନ କରିଥିଲେ |