ଭୁବନେଶ୍ୱର: ପରିଚୟ ଫାଉଣ୍ଡେସନ୍ ପକ୍ଷରୁ ଓଡ଼ିଶାର ବୁଣାକାରମାନଙ୍କ ହସ୍ତତନ୍ତ ସାମଗ୍ରୀକୁ ନେଇ ପରିଣୀତି ପ୍ରୋଜେକ୍ଟ ଆରମ୍ଭ କରାଯାଇଛି । ମାଣିଆବନ୍ଧ, ସମ୍ବଲପୁର, ସୋନପୁର, କୋଟପାଡ ଓ ବ୍ରହ୍ମପୁରର ଗରିବ ଶ୍ରେଣୀର ବୁଣାକାରଙ୍କ ଦ୍ୱାରା ପ୍ରସ୍ତୁତ ଶାଢ଼ୀକୁ ଅନ୍ତର୍ଜତୀୟ ବଜାରରେ ପହଞ୍ଚାଇବାକୁ ପ୍ରୟାସ ହୋଇଛି । ଏଥିପାଇଁ ଭୁବନେଶ୍ୱରରେ ଏକ ଏଥେନିକ୍ ରାମ୍ପ ସୋ ଆୟୋଜିତ ହୋଇଛି । ଅନେକ ବିଶିଷ୍ଟ ବ୍ୟକ୍ତି ବୁଣାକାରଙ୍କ ଶାଢ଼ୀ ପିନ୍ଧି ରାମ୍ପ ସୋ’ରେ ଚାଲିଛନ୍ତି । ପଦ୍ମଶ୍ରୀ ଇଲିଆନା ସିତାରିଷ୍ଟ୍, ପଦ୍ମଶ୍ରୀ ଅରୁଣା ମହାନ୍ତି, ଶାଶ୍ୱତ ଯୋଶୀ, ଅଭିନେତ୍ରୀ ଉଷଶ୍ରୀ ମିଶ୍ର, ଡା. ସୁଜାତା କର, ଡ. କାନାନାଥ କାଜି ପ୍ରମୁଖ ରାମ୍ପରେ ଚାଲିଛନ୍ତି ।
ପରିଚୟ ଫାଉଣ୍ଡେସନର ମୁଖ୍ୟ ରୋଜାଲିନ୍ ପାଟ୍ଟଶାଣୀ ମିଶ୍ର କହିଛନ୍ତି, ବୁଣାକାରଙ୍କ ହସ୍ତତନ୍ତ ସାମଗ୍ରୀ ଦେଶବିଦେଶରେ ଖ୍ୟାତି ପାଇଥିଲେ ବି ଲାଭାଂଶର ସ୍ୱଳ୍ପ ଅଂଶ ସେମାନେ ପାଉଛନ୍ତି । ପରିଣୀତି ମାଧ୍ୟମରେ ତାଙ୍କ ସାମଗ୍ରୀ ବିକ୍ରିକୁ ପ୍ରୋତ୍ସାହନ ଦେଇ ଲାଭାଂଶ ସିଧାସଳଖ ତାଙ୍କ ପାଖରେ ପହଞ୍ଚାଇବାକୁ ଆମେ କାମ କରୁଛୁ । କେନ୍ଦ୍ର ସରକାରଙ୍କ ବୟନ ମନ୍ତ୍ରଣାଳୟ ସହାୟତାରେ ଆମେ ଏହି ରାମ୍ପ ସୋ’ କରିଛୁ ।
ଏହି କାର୍ଯ୍ୟକ୍ରମରେ ରାଜ୍ୟ ମହିଳା ଓ ଶିଶୁବିକାଶ ତଥା ମିଶନ ଶକ୍ତି ବିଭାଗ ମନ୍ତ୍ରୀ ଟୁକୁନି ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ପ୍ରୟାସକୁ ପ୍ରଶଂସା କରିଥିଲେ । ରାଜ୍ୟ ହାଉସିଂବୋର୍ଡ ଅଧ୍ୟକ୍ଷ ପ୍ରିୟଦର୍ଶୀ ମିଶ୍ର, ପୂର୍ବତନ ସାଂସଦ ଡ. ପ୍ରସନ୍ନ ପାଟ୍ଟଶାଣୀ, ଇତି ସାମନ୍ତ, ଡ. ଚିଦାରମିକା, ପୁରବୀ ଦାସ, ଦୀପ୍ତି ଦେବୀ, ସୁସ୍ମିତା ଦାସ, ଛନ୍ଦା ମିଶ୍ର, ଜୟଶ୍ରୀ ଧଳ ପ୍ରମୁଖ ଉପସ୍ଥିତ ଥିଲେ । ‘ପରିଣୀତି ସହ ପ୍ରତିଷ୍ଠାତା ଜୁନ୍ଥି ହୋତା ଶେଷରେ ଧନ୍ୟବାଦ ଦେଇଥିଲେ ।
Breaking
ଭିଏସ୍ଏସ୍ ନଗର ବରିଷ୍ଠ ନାଗରିକ ମଞ୍ଚର ବାର୍ଷିକ ଉତ୍ସବ୨୯ରେ ମୁକ୍ତି ଲାଭ କରିବ ଚଳଚିତ୍ର “ସପନଟିଏ-ଏ ଡ଼୍ରିମ୍”ଉତ୍କଳ କନିକା ଗ୍ୟାଲେରିଆ ମଲ୍ରେ ‘ଖୁସିୟୋଁ କା ତ୍ୟୋହାର ‘ପୁରସ୍କାର ବିତରଣ ଉତ୍ସବReliance Digital unveils its newly launched store in Bapuji Nagar, Bhubaneswar.Utkal Builders Limited, Bhubaneswar conferred with prestigious Times Business Awards “Trusted Developer of the Year”