ଭୁବନେଶ୍ୱର: ଓଡ଼ିଆ ସିନେଜଗତର ଲୋକପ୍ରିୟ ପ୍ରଯୋଜକ-ନିର୍ଦ୍ଦେଶକ ଅମୀୟ ପଟ୍ଟନାୟକ ଆଉ ନାହାନ୍ତି। ନୂଆଦିଲ୍ଲୀର ମେଦାନ୍ତ ହସ୍ପିଟାଲରେ ଆଜି ସକାଳ ୮ଟା ସମୟରେ ତାଙ୍କର ପରଲୋକ ଘଟିଛି। ଅମୀୟ ପଟ୍ଟନାୟକଙ୍କ ପ୍ରଯୋଜିତ ଓ ନିର୍ଦ୍ଦେଶିତ ବହୁ ଓଡ଼ିଅା ଚଳଚ୍ଚିତ୍ର ବେଶ୍ ଲୋକପ୍ରିୟତା ହାସଲ କରିଥିଲାଆଜି ଅପରାହ୍ଣରେ ତାଙ୍କ ମୃତ ଦେହକୁ ଭୁବନେଶ୍ୱର ସ୍ଥିତ ବାସଭାବନକୁ ଅଣାଯିବ ବୋଲି ସୂଚନା ମିଳିଛି। ଓଲିଉଡରେ ଅନେକ ଲୋକପ୍ରୀୟ ସିନେମା ନିର୍ମାଣ କରି ସେ ଦର୍ଶକଙ୍କ ମନକୁ ଜଣିପାରିଥିଲେ। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଭାଇ ହେଉଛନ୍ତି ଅମୀୟ ପଟ୍ଟନାୟକ।‘ପରଦେଶୀ ବାବୁ’ ଭଳି ଅନେକ ଲୋକପ୍ରିୟ ଓଡ଼ିଆ ଚଳଚ୍ଚିତ୍ର ପ୍ରଯୋଜନା କରିଛନ୍ତି ଅମୀୟ।ଓଡ଼ିଆ ଚଳଚ୍ଚିତ୍ର ‘ପୁଅ ମୋର କଳାଠାକୁର’,‘ଚକା ଆଖି ସବୁ ଦେଖୁଛି’,‘ଆସୁଚି ମୋ କାଳିଆ ସୁନା’ ,‘ଚକାଡୋଳା କରୁଚି ଲୀଳା’, ‘ପରଦେଶୀବାବୁ’, ‘ରାଜାରାଣୀ’ ଏବଂ ‘ତୁଳସୀ ଅପା’ ଆଦି ଅନେକ ହିଟ୍ ସିନେମା ତାଙ୍କ ଦ୍ୱାରା ନିର୍ମିତ ହୋଇଛି । ଅମୀୟଙ୍କ ପରଲୋକରେ ଓଡ଼ିଆ ଚଳଚ୍ଚିତ୍ର ଜଗତ ସହ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି ।
Breaking
ମିସ୍ ଓଡ଼ିଶା ଇଣ୍ଡିଆ ୨୦୨୫ ଗ୍ରାଣ୍ଡ ଫାଇନାଲInternational Yoga Day is celebrated by the Bharatiya Yoga SansathanFrom Cities to Heartlands: Samsung Solve for Tomorrow Sparks Innovation in Bihar and JharkhandUtkal Builders Celebrates 35 Glorious Years with the Utkal Grand Property Sale CarnivalMeet the Next Chapter of Ultra