ଭୁବନେଶ୍ୱର: ସ୍ୱର୍ଗତ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ଶୁକ୍ରବାର ସନ୍ଧ୍ୟାରେ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ରାଜଧାନୀ ଭୁବନେଶ୍ୱର ୟୁନିଟ-୩ସ୍ଥିତ ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ସର୍ବଦଳୀୟ ସ୍ମୃତିସଭାରେ ବାଜପେୟୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ଆୟୋଜକ ବିଜେପି ଓ ବିରୋଧୀ କଂଗ୍ରେସୀ ନେତାମାନେ ମଧ୍ୟ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ବାଜପେୟୀଙ୍କ ବିୟୋଗ ଦେଶ ଓ ମୋ ପାଇଁ ଅପୂରଣୀୟ କ୍ଷତି । ମେଣ୍ଟ ସରକାରକୁ ପରିଚାଳନାର କଳା ବାଜପେୟୀ ହିଁ ଜାଣିଥିଲେ। ଓଡ଼ିଶା ପାଇଁ ତାଙ୍କ ହୃଦୟ ଉଦାର ଏବଂ ପ୍ରଶସ୍ଥ ଥିଲା । ବିଜେପିର ଘୋର ବିରୋଧୀ ବାମପନ୍ଥୀ ଓ କଂଗ୍ରେସର ନେତାମାନେ ବି ଆସି ଶ୍ରଦ୍ଧାଞ୍ଜଳି ଜଣାଇଲେ । ଏପରିକି ବିଜେପି ରାଜ୍ୟନେତା ମାନଙ୍କ ସହ ଚରମ ଶତ୍ରୁତା ଗଢିଉଠିବା ସତ୍ୱେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସିଥିଲେ । ହେଲେ ଦଳରେ ଥାଇ ମଧ୍ୟ ଦୁଇ ବରିଷ୍ଠ ନେତା ବିଜୟ ମହାପାତ୍ର ଓ ବିଧାୟକ ଦିଲ୍ଲୀପ ରାୟଙ୍କ ଦେଖାମିଳିନଥିଲା । ନିଜର ମହାନତା ଦେଖାଇବା ଏକ ସୁଯୋଗକୁ ଉଭୟ ହରାଇଲେ ବୋଲି କୁହାଯାଉଛି ।ବାଜପେୟୀଙ୍କ ଏହି ସର୍ବୋଦଳୀୟ ପ୍ରାର୍ଥନା ସଭାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ, ବିରୋଧୀ ଦଳ ନେତା ନରସିଂହ ମିଶ୍ର, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଶାସକ ଦଳର ନେତା ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର, ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ବରିଷ୍ଠ ନେତା ଦାମଦୋର ରାଉତ, ବିଜେପିର ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚଚନ୍ଦନ ଏବଂ ବିଜେପି ସମେତ ବିଭିନ୍ନ ଦଳର ବହୁ ବରିଷ୍ଠ ନେତା ଓ ସମାଜସେବୀ ପ୍ରଭୁତି ଯୋଗ ଦେଇଛନ୍ତି। ଗତକାଲି ପୁରୀ ମହୋଦଧିରେ ଲୀନ ହେଲେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ । ପାରମ୍ପରିକ ପୂଜାପାଠ ପରେ ବାଜପେୟୀଙ୍କ ଚିତାଭସ୍ମକୁ ପୁରୀ ମହୋଦଧିରେ ବିସର୍ଜନ କରାଯାଇଛି ।
Breaking
Jaydev Vihar SIP Abacus Marks Fifth Annual Celebration in BhubaneswarTata Motors leads the way with innovative, sustainable and intelligent mobility solutions at EXCON 2025Odisha Vikash Conclave 2025 to Unveil Roadmap for People-Centric, Climate-Smart Odisha@2036Joyalukkas‘Brilliance Diamond Jewellery Show’ in Bhubaneswar from 21st November to 7th December.Red Swastik Society and Team “Ladhei” distributed EV Scooties to the Differently-Abled.