ଭୁବନେଶ୍ୱର : ଓଡିଶା ଆର୍ଟ ଏଣ୍ଡ କଲଚର ଫାଉଣ୍ଡେସନ ତରଫରୁ ଓଡିଶାର କଳା ଓ ସଂସ୍କୃତିକୁ ଆନ୍ତର୍ଜାତୀୟ ସ୍ତରରେ ପହଞ୍ଚାଇବା ନିମନ୍ତେ ଫ୍ୟାସନ ସୋ କାର୍ଯ୍ୟକ୍ରମ “ନାୟକୀ”ଭୁବନେଶ୍ୱର ସ୍ଥିତ ଏକ ତାରକା ହୋଟେଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଟା ଶୁଭଶ୍ରୀ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ସମୀର ରଞ୍ଜନ ଦାଶ ଉଦ୍ଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମ ପ୍ରସ୍ତୁତିରେ ଓଡିଶାରୁ ୧୦୦ଜଣ ପ୍ରତିଯୋଗି ଭାଗନେଇଥିଲେ । ଯେଉଁମାନଙ୍କ ମଧ୍ୟରୁ ୧୦ଜଣଙ୍କୁ ଅନ୍ତିମ ପର୍ଯ୍ୟାୟ ପାଇଁ ବିଚାରକ ମଣ୍ଡଳୀର ସଦସ୍ୟମାନେ ବାଛିଥିଲେ । ସେହି ୧୦ଜଣ ବଛାବଛା ପ୍ରତିଯୋଗି ଏବଂ ଆହୁରି ଅନେକ କୁନିକୁନି ପିଲା ଖଦି ଓ ହାଣ୍ଡଲୁମ୍ ପୋଷାକ ପରିଧାନ କରି ର୍ୟାମ୍ପରେ ଚାଲିଥିଲେ । ଏହି ସବୁ ପୋଷାକକୁ ଡ୍ରେସ ଡିଜାଇନର “ବିଭାବରୀ” ଓ “ବସ୍ତ୍ରମ୍” ପ୍ରସ୍ତୁତ କରିଥିଲେ । ଓଡିଆ ଘରର ବିବାହ ସମୟରେ ନବବଧୂ ବେଶରେ ଖଦି ଓ ହସ୍ତତନ୍ତର ବ୍ୟବହାର ଏବଂ ଏତଦ୍ବ୍ୟତୀତ ଆମ ସରକାରୀସ୍ତରରେ ସ୍କୁଲ କଲେଜ ମାନଙ୍କରେ ପିଲାମାନଙ୍କର ୟୁନିଫମ୍ ଖଦି ଓ ହାଣ୍ଡଲୁମ୍ କୁ ବ୍ୟବହାର ମାଧ୍ୟମରେ ଖଦି ଓ ହାଣ୍ଡଲୁମ୍ ଉଦ୍ୟୋଗର ବିକାଶ ହୋଇପାରିବ ବୋଲି ସଂସ୍ଥାର ନିର୍ଦ୍ଦେଶିକା ଲୋପାମୁଦ୍ରା ପ୍ରଧାନ ମତପ୍ରକାଶ କରିଥିଲେ । କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲେ ସୋ ଷ୍ଟପର ମୁମ୍ବାଇର ବରିଷ୍ଠ ଟେଲିଭିଜନ ତାରକା ତଥା ମଡେଲ ‘ରଜତ ଟୋକାସ’ ଓ ଓଡିଶା ଚଳଚ୍ଚିତ୍ର ଜଗତର ଆଗଧାଡିର ଅଭିନେତ୍ରୀ ‘ଶିବାନୀ’ । ଓଡିଆଣୀ ବଧୂ ବେଶରେ ସୋଷ୍ଟପରର ଜୁନିୟର ମଡେଲ ବିଜେତା ‘ଶତଭିକ୍ଷା’ ବେଶ୍ ଆକର୍ଷଣୀୟ ଥିଲେ । ଏହି କାର୍ଯ୍ୟକ୍ରମରେ ଭାଗନେଇଥିବା ୧୦ଜଣ ପ୍ରତିଯୋଗିଙ୍କ ମଧ୍ୟରୁ ତିନିଜଣ ବିଜୟୀ ପ୍ରତିଯୋଗିଙ୍କ୍ୁ ପୁରସ୍କୃତ କରାଯାଇଥିଲା । ଜନ୍ ଅଜୟଙ୍କ ନିର୍ଦ୍ଦେଶନାରେ ଏହି କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଥିଲା
Breaking
Jaydev Vihar SIP Abacus Marks Fifth Annual Celebration in BhubaneswarTata Motors leads the way with innovative, sustainable and intelligent mobility solutions at EXCON 2025Odisha Vikash Conclave 2025 to Unveil Roadmap for People-Centric, Climate-Smart Odisha@2036Joyalukkas‘Brilliance Diamond Jewellery Show’ in Bhubaneswar from 21st November to 7th December.Red Swastik Society and Team “Ladhei” distributed EV Scooties to the Differently-Abled.