ଭୁବନେଶ୍ବର :ନବୀନଙ୍କ ଦୃଢୋକ୍ତି ୨୦୧୯ ସାଧାରଣ ନିର୍ବାଚନରେ ଖୁବ ଭଲ ପ୍ରଦର୍ଶନ କରିବ ଦଳ। ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଦମ୍ବୋକ୍ତି ଦେଖାଇଛନ୍ତି । ଚଳିତ ବର୍ଷ ପାଇଁ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ଶେଷ ହୋଇଛି । ୩୧୪ ଟି ବ୍ଲକରେ ୬୦ ହଜାର ପ୍ରକଳ୍ପ ପାଇଁ ୧୫ହଜାର କୋଟି ଟଙ୍କା ମଞ୍ଜୁର ହୋଇଛି । ନିର୍ବାଚନ ପାଖେଇ ଆସୁଥିବାବେଳେ ନେତାଙ୍କ ହୃଦସ୍ପନ୍ଦନ ବଢିବାରେ ଲାଗିଛି । ଚଳିତ ବର୍ଷ ରାଜ୍ୟରେ ବିଧାନସଭା ସହ ଲୋକସଭା ନିର୍ବାଚନ ହେବ । ବିଭିନ୍ନ ସର୍ଭେ ରିପୋର୍ଟ ଅନୁସାରେ ବିଜେଡି ଯଥେଷ୍ଟ ଭଲ ପ୍ରଦର୍ଶନ କରିବ ବୋଲି ମତ ପ୍ରକାଶ ପାଇଛି ।ତେବେ ମୁଖ୍ୟମନ୍ତ୍ରୀଙ୍କ ଦମ୍ଭୋକ୍ତି ଦ୍ୱାରା କାର୍ଯ୍ୟକର୍ତ୍ତାମାନେ ଆହୁରି ଅଧିକ ଉତ୍ସାହିତ ହେବେ । ରାଜ୍ୟରେ ବିଜେଡ଼ି ଅପ୍ରତିଦ୍ୱନ୍ଦୀ ଦଳ ଭାବେ ପରିଗଣିତ ହୋଇଛି। ଦିର୍ଘ ଦିନର ଶାସନ କାଳ ଭିତରେ ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତା ଟିକିଏ ବି ମଳିନ ପଡ଼ିନି । ଅନ୍ୟ ଦଳର ନେତା ନିଜ ଦଳ ଛାଡ଼ି ଶଙ୍ଖ ଧରୁଛନ୍ତି । ବହୁ ନେତା ଯୋଗାଯୋଗରେ ମଧ୍ୟ ଅଛନ୍ତି। ଏହା ଦ୍ବାରା ବିଜେଡି ଅଧିକ ସଶକ୍ତ ହେଉଛି। ଏହା ଆଗାମୀ ନର୍ବାଚନରେ ନିଶ୍ଚୟ କିଛି ପ୍ରଭାବ ପକାଇବ।ତେବେ ଓଡିଶା ଲୋକଙ୍କ ବଳ କୁହାଉଥିବା ବିଜୁ ଜନତା ଦଳ ଆଗକୁ କିଭଳି ନିର୍ବାଚନ ଫଳାଫଳକୁ ସାମନା କରୁଛି ତାହା ଦେଖିବା ବାକିରହିଲା ।
Breaking
Jaydev Vihar SIP Abacus Marks Fifth Annual Celebration in BhubaneswarTata Motors leads the way with innovative, sustainable and intelligent mobility solutions at EXCON 2025Odisha Vikash Conclave 2025 to Unveil Roadmap for People-Centric, Climate-Smart Odisha@2036Joyalukkas‘Brilliance Diamond Jewellery Show’ in Bhubaneswar from 21st November to 7th December.Red Swastik Society and Team “Ladhei” distributed EV Scooties to the Differently-Abled.