ଭୁବନେଶ୍ୱର: ଇ-ଫାର୍ମାସି ଓ ଅନଲାଇନ୍ ଔଷଧ ବିକ୍ରି ପ୍ରକ୍ରିୟାକୁ ବିରୋଧ କରି ଆସନ୍ତା ୨୮ ତାରିଖ ଶୁକ୍ରବାର ‘ଅଖିଳ ଭାରତୀୟ ଔଷଧ ବ୍ୟବସାୟୀ ମହାସଂଘ’ ଡ଼ାକିଥିବା ୨୪ ଘଣ୍ଟିଆ ଔଷଧ ବ୍ୟବସାୟ ବନ୍ଦ ଡାକରାକୁ ‘ଉତ୍କଳ କେମିଷ୍ଟ ଏଣ୍ଡ ଡ୍ରଗିଷ୍ଟ’ ସଂଘ ସମର୍ଥନ ଜଣାଇ ରାଜ୍ୟର ୨୬ ହଜାର ଔଷଧ ଦୋକାନୀ ଏଥିରେ ସାମିଲ ହେବାକୁ ଯାଉଛନ୍ତି। ଫଳରେ କେବଳ ସରକାରୀ ଓ ବେସରକାରୀ ହସ୍ପିଟାଲରେ ଥିବା ଔଷଧ ଦୋକାନଗୁଡ଼ିକୁ ବାଦ୍ ଦେଲେ ରାଜ୍ୟର ସବୁ ଔଷଧ ଦୋକାନ ବନ୍ଦ ରହିବ।ଇ-ଫାର୍ମାସି ଓ ଅନଲାଇନ ଜରିଆରେ ଔଷଧ ବ୍ୟବସାୟ ହେଲେ ରୋଗୀଙ୍କ ପାଖରେ ଠିକ୍ରେ ଔଷଧ ପହଞ୍ଚିପାରିବ ନାହିଁ। ଔଷଧର ମାନ ମଧ୍ୟ ପରୀକ୍ଷା କରିବା ସମ୍ଭବ ହେବନାହିଁ। ଅନଲାଇନ ଜରିଆରେ ଜଣେ ବ୍ୟକ୍ତି ନିଶା ଔଷଧ ମଧ୍ୟ ମଗାଇ ପାରିବ। ଅନଲାଇନ ଜରିଆରେ ବ୍ୟବସାୟ ହେଲେ ଔଷଧ ବ୍ୟବସାୟ ଉପରେ ନିର୍ଭର କରୁଥିବା ଦୋକାନୀ ଓ କର୍ମଚାରୀମାନେ ସେମାନଙ୍କର ଜୀବିକା ହରାଇବେ। ଲକ୍ଷ ଲକ୍ଷ ପରିବାର ଏହାଦ୍ୱାରା କ୍ଷତିଗ୍ରସ୍ତ ହେବେ ବୋଲି କୁହାଯାଉଛି।
Breaking
Navadarshan Reflection Ceremony 2025: Paving the Way for an Inclusive & Viksit OdishaCoca-Cola India Strengthens Odisha’s Retail Ecosystem Through Training and Infrastructure SupportBMPS TAKSHILA SCHOOL – AVISHKAAROdisha is proud of a generation of youth who are conscious, committed, and courageous. You are rooted in tradition and ready to lead in innovation,” said the GovernorIndia’s First Probiotic Cheese Brand ‘Curious Cheese’ Launches in Odisha