ଭୁବନେଶ୍ୱର: ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ଭୁବନେଶ୍ୱର ସ୍ଥିତ ସରକାରୀ ବାସଭବନ ଉପରକୁ ରାଜ୍ୟ ମହିଳା କଂଗ୍ରେସ ଆଜି ଅଣ୍ଡା ଓ ଟମାଟୋ ମାଡ଼ କରିଛି। ପିପିଲି ଗଣଦୁଷ୍କର୍ମ ମାମଲାରେ ଦେଇଥିବା ମନ୍ତବ୍ୟକୁ ନେଇ ବିଭିନ୍ନ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।ଏପରିକି ଛାଞ୍ଚୁଣି ଧରି ମହିଳା କଂଗ୍ରେସର ଆନ୍ଦୋଳନକାରୀ ମନ୍ତ୍ରୀଙ୍କ ବାସଭବନ ଭିତରକୁ ଧସେଇ ପଶିବାକୁ ଉଦ୍ୟମ ମଧ୍ୟ କରିଥିଲେ। ଗଣଦୁଷ୍କର୍ମ ମାମଲାରେ ଦୁଇ ଭାଇ ପ୍ରଶାନ୍ତ ପ୍ରଧାନ ଓ ସୁକାନ୍ତ ପ୍ରଧାନଙ୍କୁ କୋର୍ଟ ନିର୍ଦ୍ଦୋଶ ସାବ୍ୟସ୍ତ କରିବା ପରେ ମନ୍ତ୍ରୀ ଶ୍ରୀ ମହାରଥୀ ପିପିଲି ପୀଡ଼ିତା ବେବିନାକୁ ନ୍ୟାୟ ମିଳିଥିବା କହିଛନ୍ତି ।
ଯାହାକୁ ତୀବ୍ର ବିରୋଧ କରିଛି ମହିଳା କଂଗ୍ରେସ । ମନ୍ତ୍ରୀଙ୍କ ବୟାନ ମହିଳାଙ୍କ ପ୍ରତି ଅସମ୍ମାନ । ମନ୍ତ୍ରୀ ମହାରଥୀ ସମଗ୍ର ମହିଳା ଜାତିଙ୍କୁ ଅପମାନ କରିଥିବା କଂଗ୍ରେସ କହିଛି । ତେଣୁ ସେ ମନ୍ତ୍ରୀ ପଦରୁ ତୁରନ୍ତ ଇସ୍ତଫା ଦିଅନ୍ତୁ ବୋଲି ମହିଳା କଂଗ୍ରେସ ଦାବି କରିଛନ୍ତି ।
ସୂଚନାଯୋଗ୍ୟ ଯେ ପିପିଲି ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ମାନ୍ୟବର ଅଦାଲତ ସମସ୍ତ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିବା ପରେ ମନ୍ତ୍ରୀ ଶ୍ରୀ ମହାରଥୀଙ୍କୁ ଗଣମାଧ୍ୟମର ପ୍ରତିନିଧିମାନେ ଏହି ପ୍ରସଙ୍ଗରେ ପ୍ରଶ୍ନ ପଚାରିଥିଲେ। ସେ ପୀଡିତାଙ୍କୁ ନ୍ୟାୟ ମିଳିଲା ବୋଲି କହିଥିଲେ।
Breaking
BMPS TAKSHILA SCHOOL – AVISHKAAROdisha is proud of a generation of youth who are conscious, committed, and courageous. You are rooted in tradition and ready to lead in innovation,” said the GovernorIndia’s First Probiotic Cheese Brand ‘Curious Cheese’ Launches in OdishaManaging Life with High LDL Cholesterol: What You Need to KnowIIMT’s Commitment to International Collaboration and Academic Excellence