ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ : ‘ଉତ୍କଳ ସଂସ୍କୃତି’ ଓ ଲଣ୍ଡନସ୍ଥିତ ଜଗନ୍ନାଥ ମନ୍ଦିର ଟ୍ରଷ୍ଟ୍ ପକ୍ଷରୁ ଆୟୋଜିତ ୱେବିନାରରେ ଓଡ଼ିଶାର କଳା ଓ ହସ୍ତତନ୍ତକୁ ନେଇ ଚର୍ଚ୍ଚା ହୋଇଛି । ଓଡ଼ିଶାର ସ୍ୱାତନ୍ତ୍ରତାକୁ ବିଶ୍ୱ ଦରବାରରେ ପହଞ୍ଚାଇବାକୁ ଏହି ପ୍ରୟାସ କରାଯାଇଛି ।
ପରିଚୟ ଫାଉଣ୍ଡେସନ ପ୍ରତିଷ୍ଠାତା ରୋଜାଲିନ୍ ପାଟ୍ଟଶାଣୀ ମିଶ୍ର ଏଥିରେ ସାମିଲ ହୋଇ ରାଜ୍ୟର ବୁଣାକାର ଏବଂ ଓଡ଼ିଶା ହସ୍ତତନ୍ତକୁ ପ୍ରୟାସ କରିଛନ୍ତି । ଇକ୍କତ, କୋଟପାଡ଼, ଖଣ୍ଡୁଆ ଓ ହାବସବୁରୀ ଭଳି ହସ୍ତତନ୍ତର ସ୍ୱାତନ୍ତ୍ରତା ଉପରେ ବିସ୍ତୃତ ଆଲୋଚନା କରିଥିଲେ । ବୁଣାକାରଙ୍କୁ ସହାୟତା ପାଇଁ ପରିଣୀତି ବ୍ରାଣ୍ଡ୍ର ପ୍ରୟାସ ଉପରେ ସେ କହିଥିଲେ ।
ଶିଳ୍ପୀଗୁରୁ ପଦ୍ମବିଭୂଷଣ ଡ. ରଘୁନାଥ ମହାପାତ୍ର ୱେବିନାରରେ ଯୋଗ ଦେଇ ପଟ୍ଟଚିତ୍ର ଉପରେ ସୂଚନା ଦେଇଥିଲେ । ମହାପ୍ରସାଦ, ଛପନ ଭୋଗ, ଡାଲ୍ମା ଓ କାକେରା ପିଠା ପ୍ରସ୍ତୁତି ଉପରେ ଡା. ଜୟଶ୍ରୀ ନନ୍ଦ ଆଲୋଚନା କରିଥିଲେ । ଗୁରୁ ସତ୍ୟପୀର ପଲାଇ ଗୋଟିପୁଅ ପରମ୍ପରା ଉପରେ କହିଥିଲେ । ତାଙ୍କ ଶିଷ୍ୟମାନେ ଗୋଟିପୁଅ ନୃତ୍ୟ ପ୍ରଦର୍ଶନ କରିଥିଲେ ।
ୱେବିନାରରେ ବିଭିନ୍ନ ପାରମ୍ପରିକ ନୃତ୍ୟ ପ୍ରଦର୍ଶିତ ହୋଇଥିଲା । ନୈତିଲୀ ରାଉତ ଓଡ଼ିଶୀ ନୃତ୍ୟ, ରାକେଶ ସାଇ ବାବୁଙ୍କ ମୟୂରଭଞ୍ଜ ଛଉ ନୃତ୍ୟ ପ୍ରଦର୍ଶିତ ହୋଇଥିଲା । ସେହିଭଳି ଠିଆ ପୁଚି ନାଚ, ରଙ୍ଗବତୀ ନୃତ୍ୟ ପରିବେଷଣ କରାଯାଇଥିଲା । ଲଣ୍ଡନ ଓଡ଼ିଶା ସୋସାଇଟିର ସାଂସ୍କୃତିକ ସମ୍ପାଦକ ଡା. ଭାଗ୍ୟଶ୍ରୀ ସିଂ, ଲଣ୍ଡନ ନେହେରୁ ସେଣ୍ଟର ନିର୍ଦ୍ଦେଶକ ଅମିଶ ତ୍ରିପ୍ରାଠୀ ଓ ଡା. ସହଦେବ ସ୍ୱାଇଁଙ୍କ ସମେତ ଅନେକ ଲଣ୍ଡନରୁ ୱେବିନାରରେ ଯୋଡ଼ି ହୋଇଥିଲେ । ସଂସ୍କୃତି ସେଣ୍ଟର ପ୍ରତିଷ୍ଠାତା ରାଗାସୁଧା ଭିଞ୍ଜାମୁରୀ ଧନ୍ୟବାଦ ଅର୍ପଣ କରିଥିଲେ ।
Breaking
BMPS TAKSHILA SCHOOL – AVISHKAAROdisha is proud of a generation of youth who are conscious, committed, and courageous. You are rooted in tradition and ready to lead in innovation,” said the GovernorIndia’s First Probiotic Cheese Brand ‘Curious Cheese’ Launches in OdishaManaging Life with High LDL Cholesterol: What You Need to KnowIIMT’s Commitment to International Collaboration and Academic Excellence