ଭୂବନେଶ୍ବର:କାଳିଆ ଯୋଜନାରେ ଚାଷୀଙ୍କୁ ଆର୍ଥିକ ପ୍ରୋତ୍ସାହନ ତଥା ସହାୟତା ରାଶି ଯୋଗାଇବାର ପ୍ରକ୍ରିୟାକୁ ପୁରୀ ସମାବେଶରେ ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଯୋଜନା କେବଳ ଯେ, ଓଡ଼ିଶାର ଅର୍ଥନୀତିକୁ ବୃଦ୍ଧି କରିବ ନାହିଁ ବରଂ ୩ ବର୍ଷରେ ୬ଟି ଋତୁ ପାଇଁ ଚାଷୀଙ୍କ ଚାଷ କାର୍ଯ୍ୟକୁ ସୁନିଶ୍ଚିତ କରିବ ବୋଲି କହିଛନ୍ତି ନବୀନ । ଏହି କାଳିଆ ଯୋଜନାରେ,ଖରିଫ ପାଇଁ ଅକ୍ଷୟ ତୃତୀୟ ଦିନ ଚାଷୀଙ୍କୁ ମିଳିବ ୫ ହଜାର ଟଙ୍କାଓ ରବି ଫସଲ ପାଇଁ ନୂଆଁଖାଇ ଦିନ ମିଳିବ ଆଉ ୫ ହଜାର ଟଙ୍କା।ରାଜ୍ୟର ୯୨ ପ୍ରତିଶତ ଚାଷୀ ଏହି କାଳିଆ ଯୋଜନାରେ ଉପକୃତ ହେବେ। ଆଜି ଠାରୁ ଚାଷି ମାନଙ୍କ ଖାତାକୁ ଟଙ୍କାବି ପହଞ୍ଚି ସାରିଛି। ଏମିତିକି ଚାଷୀଙ୍କ ମୋବାଇଲକୁ ପହଂଚିବାରେ ଲାଗିଛି ମ୍ୟାସେଜ୍ । ଆଜିଠାରୁ ରାଜ୍ୟର ୧୨ ଲକ୍ଷ ୪୫ ହଜାର ଚାଷୀଙ୍କ ଖାତାକୁ ଡିବିଟି ମାଧ୍ୟମରେ ସିଧାସଳଖ ୫ ହଜାର ଟଙ୍କା ଯିବା ଆରମ୍ଭ ହୋଇଛି । ଆସନ୍ତାକାଲିଠୁ ପର୍ଯ୍ୟାୟକ୍ରମେ ଯୋଗ୍ୟ ହିତାଧିକାରୀଙ୍କ ପାଖକୁ ପହଂଚିବ କାଳିଆ ପ୍ରୋତ୍ସାହନ।ତେବେ ଏହି କାଳିଆ ଯୋଜନା କୁ କେହିବି ରୋକି ପାରିବେ ନାହି ବୋଲି ମୁଖ୍ୟମନ୍ତ୍ରୀ ଦୃଢୋକ୍ତି ପ୍ରକାଶ କରିଛନ୍ତି।ଏହା ଦ୍ବାରା କେବଳ ଯେ ଅର୍ଥନିତି ସୁଦୃଢ ହେବ ତା ନୁହେ ଏହି ରାଜ୍ୟର ଚାଷି ମାନଙ୍କ ଆର୍ଥିକ ମାନଦଣ୍ଡକୁ ଅଧିକ ମଜଭୁତ କରିବ ବୋଲି ଦମ୍ଭୋକ୍ତି ବାଢିଛନ୍ତି ମୁଖ୍ୟମନ୍ତ୍ରୀ ।ତେବେ ଏହି ମହତ୍ବାକାକ୍ଷି ଯୋଜନା କେମିତି ରୂପାୟନ ହେଉଛି ତିହି ଦେଖିବା ବାକି ରହିଲା।
Breaking
ଡ଼ ନାରାୟଣ ମହାପାତ୍ରଙ୍କୁ ସମ୍ମାନ ସୂଚକ ଗ୍ଲୋବାଲ ପିସ ହ୍ୟୁମାନ ରାଇଟସ ଆୱାର୍ଡସମସ୍ତେ ଏକାଠି ମିଶି ଇସ୍କନ ବିରୋଧରେ ସ୍ୱର ଉତ୍ତୋଳନ କରିବା ନିହାତି ଆବଶ୍ୟକThis World Heart Day: How Personalized Medicine is Shaping the Future of Bad Cholesterol Treatment୨୯ରୁ ଟ୍ୱିନ ସିଟିର ସବୁଠାରୁ ବଡ ନବରାତ୍ରି ସେଲିବ୍ରେଶନ ‘ଦାଣ୍ଡିଆ କାର୍ଣ୍ଣିଭାଲNavadarshan Reflection Ceremony 2025: Paving the Way for an Inclusive & Viksit Odisha