Breaking

ସମସ୍ତେ ଏକାଠି ମିଶି ଇସ୍କନ ବିରୋଧରେ ସ୍ୱର ଉତ୍ତୋଳନ କରିବା ନିହାତି ଆବଶ୍ୟକ

ଏକାଠି ହେବେ ଜଗନ୍ନାଥ ପ୍ରେମୀ

0

ଭୁବନେଶ୍ୱର: ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରଚାର ସଂସ୍ଥାନ ପୂଜ୍ୟ ଗଜପତି ମହାରାଜ ଓ ମନ୍ଦିର ପ୍ରଶାସନ ଅଦିନିଆ ରଥଯାତ୍ରା ସମ୍ୱନ୍ଧରେ ପୂର୍ବରୁ ଦେଇ ଥିବା ଚିଠିର ନିବେଦନକୁ ଇସ୍କନର ଅଗ୍ରାହ୍ୟ ଓଡିଶା ବାସି ଓ ଜଗନ୍ନାଥ ପ୍ରେମିଙ୍କ ପାଇଁ ଗ୍ରହଣୀୟ ନୁହେଁ । ପୂଜ୍ୟ ଗଜପତି ପୁଣି ଥରେ ଏହା ନ କରିବାକୁ ଚିଠି ଦ୍ୱାରା ଦେଇ ଥିବା ପରାମର୍ଶ କୁ ଆମେ ପୂର୍ଣ୍ଣ ମାତ୍ରାରେ ସ୍ୱାଗତ କରୁଅଛୁ । ଏହି ଅବସରରେ ଆମେ ଓଡିଶାରେ ଥିବା ସମସ୍ତ ଶ୍ରୀଜଗନ୍ନାଥଙ୍କ ପାଇଁ ସେବା କାର୍ଯ୍ୟ କରୁଥିବା ଅନୁଷ୍ଠାନ ଓ ପ୍ରତେକ ଜଗନ୍ନାଥ ପ୍ରେମିଙ୍କୁ ଏହାକୁ ବିରୋଧ କରି ଵାକୁ ଆହ୍ୱାନ କରୁଅଛୁ । ବୋଧେ ଏଇଥି ପାଇଁ ଆମ ପୂର୍ବ ପୁରୁଷ ମାନେ ଭାଗବତ ଓ ଭୀମ ଭୋଇ ଚଉତିଶା 🌹ଚଉଷଟି ପଟଳ ଓ ଅନ୍ୟାନ୍ୟ ବହିରେ ଆଗକୁ ଖରାପ ସମୟ ଆସିବ ବୋଲି ଆଶଙ୍କା ପ୍ରକାଶ କରି ଲେଖି ଯାଇଛନ୍ତି ।

ଭାଗବତ ଲେଖା= ଲୋକେ ହୋଇବେ ଖଳ ବଳ ନାସିବେ ଭୁବନ ମଣ୍ଡଳ.. ଚଉଷଠି ପଟଳ ଓ ଭୀମ ଭୋଇ ଚଉତିଶାର ଲେଖା ସମସ୍ତ ଙ୍କ ଅବଗତ ପାଇଁ ଏଠାରେ ପ୍ରକାଶ କରୁ ଅଛୁ, ଯଦି ଆପଣ ଆଜିର ବିଶ୍ୱକୁ ଦେଖିବେ, ମିଥ୍ୟା ମୁଖ୍ୟସ୍ରୋତ ବନିଛି – ସତ୍ୟ ଆନୁଷଙ୍ଗିକ ହୋଇଯାଇଛି । ଏହାକୁ ଓଲଟାଇବାର ସମୟ ଆସିଛି ଓ ସମସ୍ତେ ଏକାଠି ମିଶି ଏହା ବିରୋଧରେ ସ୍ୱର ଉତ୍ତୋଳନ କରିବା ନିହାତି ଆବଶ୍ୟକ। କାରଣ ଶ୍ରୀ ଜଗନ୍ନାଥ ସଂସ୍କୃତି ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ସ୍ଵୀକାର କରିବା ପାଇଁ ବଡ଼ ବୁଦ୍ଧିମତା ଆବଶ୍ୟକ, ବଡ଼ ସୂକ୍ଷ୍ମ ସମ୍ବେଦନା ଆବଶ୍ୟକ । ହୃଦୟର ଅତ୍ୟନ୍ତ ଜାଗରୁକ ରୂପ ଆବଶ୍ୟକ । ଚୈତନ୍ୟର ସ୍ୱଚ୍ଛ ଦିଶା ଆବଶ୍ୟକ ।

ଭିତରେ ଆଲୋକ ଥିବା ଆବଶ୍ୟକ । କିନ୍ତୁ ଈଶ୍ୱରଙ୍କୁ ଅସ୍ଵୀକାର କରିବା ପାଇଁ କିଛି ବି ଆବଶ୍ୟକ ନାହିଁ । କୌଣସି ଅନିବାର୍ଯ୍ୟତା ନାହିଁ ଈଶ୍ୱରଙ୍କୁ ଅସ୍ଵୀକାର କରିବା ପାଇଁ । ଏଥିପାଇଁ ଈଶ୍ବରଙ୍କୁ ଦୁନିଆରେ ଲୋକେ ନିନ୍ଦା କରିଥାନ୍ତି ଇସ୍କନ ଓ କିଛି ଅନୁଷ୍ଠାନ ଶ୍ରୀଜଗନ୍ନାଥ ସଂସ୍କୃତିକୁ ବିରୋଧ କରି କରି ଅଭ୍ୟାସ ଗତ ଉଲ୍ଲଘନ କାରି ଭାବେ ବୋଧେ ଏଇ ନିଷ୍ପତି ନେଇଛନ୍ତି ଆଗକୁ ଆଉ କିଛି କରିବାନି କେବଳ ଏଇଥିରେ ସ୍ଥିର ରହିବା । ଯଦି ଆମ ଅନୁଷ୍ଠାନକୁ ବଞ୍ଚାଇବାର ଅଛି, କେବେ ବିଧେୟରେ ପଡ଼ିବା ନାହିଁ । ଆମେ ସର୍ବଦା ନକରାତ୍ମକ ବକ୍ତବ୍ୟ ଦେବା ଆମକୁ କେହି ହରାଇ ପାରିବେ ନାହିଁ ।

loading...

Leave A Reply

Your email address will not be published.