Breaking

ଆଇଆଇଏମଟିରେ ଆନ୍ତର୍ଜାତୀୟ ସମ୍ମିଳନୀ

-ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଉଦ୍‌ଘାଟିତ

0

ଭୁବନେଶ୍ୱର- କଣ୍ଟାବାଡ ସ୍ଥିତ ଇଣ୍ଟର ସାଇନ୍ସ ଇନଷ୍ଟିଚ୍ୟୁଟ୍‌ ଅଫ୍ ମ୍ୟାନେଜ୍‌ମେଣ୍ଟ ଆଣ୍ଡ ଟେକ୍ନୋଲୋଜି (ଆଇଆଇଏମଟି)ରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଆଣ୍ଡ ଫାଇନାନ୍‌ସିଆଲ ଇନୋଭେସନ୍ ଉପରେ ଏକ ଆନ୍ତର୍ଜାତୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ସର୍ବ ପ୍ରଥମେ ରେଜିଷ୍ଟାର ସୋମା ମିତ୍ର ଅତିଥି ପରିଚୟ ପ୍ରଦାନ କରି ସ୍ୱାଗତ ଭାଷଣ ରଖିଥିଲେ । ମୁଖ୍ୟ ଅତିଥି ଭାବେ ରାଉରକେଲା ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଅମୀୟ କୁମାର ରଥ ଯୋଗଦେଇ ନୂତନ ଶିକ୍ଷା ନୀତି-୨୦୨୦ରେ ଶିକ୍ଷାର ବିକାଶଧାରା ଉପରେ ଆଲୋକପାତ କରିଥିଲେ । ମୁଖ୍ୟ ବକ୍ତା ଭାବେ ରୋମାନିଆ ଆରେଲ୍ ଭ୍ଲାଇକୁ ବିଶ୍ୱବିଦ୍ୟାଳୟର ପ୍ରଫେସର ଭାଲେଣ୍ଟିନା ଇ. ବାଲାସ ଯୋଗଦେଇ ଛାତ୍ର ଜୀବନର ବିକାଶ ମୂଳକ ପନ୍ଥା ଅନୁସରଣ କରିବା ନିମନ୍ତେ ପରାମର୍ଶ ଦେବା ସହିତ ଏଆଇ’ର ବିକାଶ ଓ ପୋଷଣତତ୍ତ୍ୱ ବିଷୟରେ ମତାମତ ପ୍ରଦାନ କରିଥିଲେ । ଆଇ ଆଇ ଏମ୍ ଟିର ଅଧ୍ୟକ୍ଷ ଡ. ପ୍ରମୋଦ କୁମାର ପୃଷ୍ଟି ପ୍ରାରମ୍ଭିକ ଅଭିଭାଷଣ ଦେବାପରେ ଅନୁଷ୍ଠାନର ପ୍ରତିଷ୍ଠାତା ଚେୟାରମ୍ୟାନ ପ୍ରଫେସର ଶ୍ରୀକାନ୍ତ ପଟ୍ଟନାୟକ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସର ଗୁରୁତ୍ୱ ଓ ମାନବ ସମାଜ ପ୍ରତି ଏହାର ଆଭିମୁଖ୍ୟ ସମ୍ବଦ୍ଧରେ ଆଲୋଚନା କରିଥିଲେ । ସମ୍ମିଳନୀର ସମ୍ପାଦକ ପ୍ରଫେସର ଆଲୋକ ଅରୁଣ ସୂଚାରୁରୂପେ ପରିଚାଳନା କରିଥିଲା ବେଳେ ଡିନ୍‌(ଗବେଷଣା) ଡ. ହିମାଂଶୁ ଶେଖର ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସମ୍ମିଳନୀରେ ବହୁ ସନ୍ଦର୍ଭ ଉପସ୍ଥାପନା କରାଯାଇଥିଲା।

loading...

Leave A Reply

Your email address will not be published.