ଆଜିର ସମାଜରେ ଅଶୋଭନୀୟତା, ଅସହିଷ୍ଣୁତା ଏବଂ ଅସାମାଜିକତାର ମାତ୍ରାଧିକ ବୃଦ୍ଧି ନେଇ ଘୋର ଉଦ୍ବେଗ ପ୍ରକାଶ କରାଯାଇଛି । ଏହି ପୃଷ୍ଠଭୂମିରେ ଆନ୍ତର୍ଜାତିକ ସ୍ତରରେ ଶୋଭନୀୟ ଆନ୍ଦୋଳନର ପ୍ରଚାର, ପ୍ରସାର ଓ ଏନେଇ ସଚେତନତାର ପ୍ରାସଙ୍ଗିକତା ଓ ଆବଶ୍ୟକତା ଯଥେଷ୍ଟ ବଢ଼ିଯାଇଥିବା ବିଶିଷ୍ଟ ବ୍ୟକ୍ତିମାନେ ମତପ୍ରକାଶ କରିଛନ୍ତି । ଚଣ୍ଡିଖୋଲ ନିକଟସ୍ଥ ଐତିହାସିକ ବୌଦ୍ଧପୀଠ ଉଦୟଗିରି ଠାରେ ଆୟୋଜିତ ଆନ୍ତର୍ଜାତିକ ଶୋଭନୀୟ ଉତ୍ସବ-୨୦୨୩ ଏବଂ ଆତ୍ମସୁଦ୍ଧି ସଭାରେ ଯୋଗଦେଇ ବରେଣ୍ୟ ଅତିଥିମାନେ ଉପରୋକ୍ତ ମନ୍ତବ୍ୟ ପ୍ରକାଶ କରିବା ସହିତ ଶୋଭନୀୟ ଆନ୍ଦୋଳନର ଉତ୍ତୋରତ୍ତର ଉନ୍ନତି କାମନା କରିଥିଲେ । ପୂଜ୍ୟଶ୍ରୀ କୁମାର ଭାଇଙ୍କ ଦ୍ୱାରା ପ୍ରତିଷ୍ଠିତ ଆନ୍ତର୍ଜାତିକ ଅଶୋଭନୀୟତା ନିରୋଧ ଆନ୍ଦୋଳନ ଆନୁକୂଲ୍ୟରେ ଏହି ମହୋତ୍ସବ ଏବଂ ଉଦୟଗିରି ଜାତୀୟ ଶୋଭନୀୟ ଶିକ୍ଷାଶ୍ରମର ବାର୍ଷିକ ଉତ୍ସବ ନବବର୍ଷର ପ୍ରଥମ ଦିବସରେ ମହାସମାରୋହରେ ପାଳିତ ହୋଇଯାଇଛି । ଉଭୟ ସମାରୋହକୁ ସକାଳ ଅଧୀବେଶନରେ ଉଦ୍ଘାଟନ କରି ବିଖ୍ୟାତ ବୌଦ୍ଧଭିକ୍ଷୁ ଭେନ୍ ଧମ୍ମ ଗବେଷୁ ଥେରୋବନ୍ତେ ଧ୍ୟାନ ଓ ଶାଳୀନତାର ସହ ମନକୁ ଏକାଗ୍ର ଶାନ୍ତ କରି କ୍ରୋଧ, ହିଂସା ଆଦିକୁ ପରିତ୍ୟାଗ କଲେ ପରିବାର ତଥା ସମଗ୍ର ବିଶ୍ୱ ସୁଖୀ ହୋଇ ପାରିବ ବୋଲି ଦର୍ଶାଇଥିଲେ । ଅପରାହ୍ଣ ଅଧୀବେଶନରେ ଉଦ୍ଘାଟକ ଭାବରେ ଭାଗ ନେଇ ପ୍ରଖ୍ୟାତ ଭାଷାତତ୍ତ୍ୱବିତ୍ ପଦ୍ମଶ୍ରୀ ଦେବୀ ପ୍ରସନ୍ନ ପଟ୍ଟନାୟକ ଅହଂକାର, ଆତ୍ମ ପ୍ରଶଂସା ଏବଂ ପରନିନ୍ଦା ତ୍ୟାଗ କରି ବୁଦ୍ଧଙ୍କର ବାର୍ତ୍ତାକୁ ଅନୁସରଣ କରି ଏକତ୍ର ରହିଲେ ସମ୍ପର୍କର ବନ୍ଧନ ସୁଦୃଢ଼ ହେବ, ସଂସାରରେ ଶାନ୍ତି, ମୈତ୍ରୀ, ପ୍ରୀତି ଭରିଯିବ ତଥା ପୂଜ୍ୟ କୁମାର ଭାଇଙ୍କର ଶୋଭନୀୟ ସମାଜ ଗଠନର ସ୍ୱପ୍ନ ସାକାର ହେବ ବୋଲି ପ୍ରକାଶ କରିଥିଲେ । ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଗଲ୍ଫ ଓଡ଼ିଆ ସମାଜର ସଭାପତି ଇଂ. ଅଜୟ କୁମାର ଦାସ, କୁମାର ଭାଇଙ୍କର ଆଦର୍ଶ ଓ ଜୀବନ ତଥା ଦର୍ଶନ ଦ୍ୱାରା ସେ ବେଶ୍ ମୁଗ୍ଧ ହୋଇଛନ୍ତି ଏବଂ ଗଲ୍ଫ ଦେଶମାନଙ୍କରେ ସେ ଶୋଭନୀୟ ଆନ୍ଦୋଳନର ସାରମର୍ମକୁ ପହୁଁଚାଇବେ ବୋଲି ଘୋଷଣା କରିଥିଲେ । ସଭାରେ ପୌରହିତ୍ୟ କରି ଶୋଭନୀୟ ଆନ୍ଦୋଳନର ନିର୍ଦ୍ଦେଶିକା ଓ ସମ୍ପାଦିକା ଡଃ ଅରୁନ୍ଧତି ଦେବୀ ସାମ୍ପ୍ରତିକ ସମୟର ଡାକରାକୁ ଶୁଣି ଏକ ସୁସ୍ଥ, ସରସ, ସଂଜତ ଓ ସତେଜ ସମାଜ ଗଠନ ପାଇଁ ସାରା ପୃଥିବୀର ସକାରାତ୍ମକ ଜନସମାଜ ସଂକଳ୍ପବଦ୍ଧ ହେବାକୁ ଆହ୍ୱାନ ଜଣାଇଥିଲେ । ଏହି ଉତ୍ସବ ଉପଲକ୍ଷେ ଆୟୋଜିତ ଚକ୍ଷୁ ଶିବିରକୁ ଉଦ୍ଘାଟନ କରି ସ୍ୱନାମଧନ୍ୟ ଚକ୍ଷୁ ବିଶେଷଜ୍ଞ ଡାଃ ଅନୀତା ପଣ୍ଡା, ଶୋଭନୀୟ ଶିକ୍ଷାଶ୍ରମର ବିଦ୍ୟାର୍ଥୀମାନେ ସର୍ବସାଧାରଣରେ ମାନବିକତାର ଜ୍ୟୋତି ବିଚ୍ଛୁରିତ କରୁଛନ୍ତି ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରଯୁକ୍ତି ବିଦ୍ୟା ବିଶେଷଜ୍ଞ ସମ୍ବିତ କୁମାର ଦାସ, ପ୍ରଫେସର କାଳିକିଙ୍କର ପଟ୍ଟନାୟକ, ଦି ଲିଙ୍କ ଚକ୍ଷୁ ଚିକିତ୍ସାଳୟର ମୁଖ୍ୟ ରୋଟାରିଆନ୍ ଆଲୋକ କୁମାର ସାହୁ, ପ୍ରଫେସର କାର୍ତ୍ତିକଚନ୍ଦ୍ର ବରାଳ, ବରିଷ୍ଠ ସାମ୍ବାଦିକ ଜୀତେନ୍ଦ୍ର ପଟ୍ଟନାୟକ ଓ ପଣ୍ଡିତ ପ୍ରଭାତ କୁମାର କର ପ୍ରମୁଖ ସମ୍ମାନିତ ଅତିଥି ଓ ବକ୍ତା ଭାବରେ ଯୋଗଦେଇ ନୈତିକ ଶିକ୍ଷା ପ୍ରଦାନର ପ୍ରାଣପୀଠ ଶୋଭନୀୟ ଶିକ୍ଷାଶ୍ରମକୁ ଉତ୍ତମ ମଣିଷ ନିର୍ମାଣର କେନ୍ଦ୍ର ବୋଲି ଅବତାରଣା କରିଥିଲେ ।
ଉତ୍ସବ ପ୍ରାରମ୍ଭରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ମା’ ହୀରାବେନ୍, ଡଃ ଏସ୍.ଏନ୍. ସୁବ୍ବାରାଓ, ଶୋଭନୀୟ ଆନ୍ଦୋଳନର ପୂର୍ବତନ ସମ୍ପାଦିକା ଓ ନିର୍ଦ୍ଦେଶିକା ସତ୍ୟଭାମା ଦେବୀ ଓ ପୂର୍ବତନ ସାଂସଦ ମୋହନ ଜେନାଙ୍କର ବିୟୋଗରେ ସେମାନଙ୍କର ଆତ୍ମାର ସତ୍ଗତି ପାଇଁ ନୀରବ ପ୍ରାର୍ଥନା କରାଯାଇଥିଲା । ମଧ୍ୟାହ୍ନରେ ନୂତନ ‘ଶିକ୍ଷାନୀତି ଏବଂ ଶୋଭନୀୟତା’ ବିଷୟବସ୍ତୁ ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ଏଥିରେ ଡଃ ବନଲତା ଦେବୀ, ଗୁରୁମା ବରଦା ମହାନ୍ତି, ବିଦ୍ୟୁତ୍ପ୍ରଭା ମିଶ୍ର, ମନୋରମା ଦେବୀ, ଗୀତାଞ୍ଜଳି ସ୍ୱାଇଁ, ଅଧ୍ୟାପିକା ଜୋତିର୍ମୟୀ, ମମତାମୟୀ, ଗୁରୁମା ମମତା ପ୍ରଧାନ, ଶିଳ୍ପୀ ଅଶୋକ, ସନ୍ଦୀପ ପାଣି, ଅଭିନେତା ବୀରେନ ମିଶ୍ର, ନିରାକାର ବେଉରା, ଅଧ୍ୟାପକ ଇନ୍ଦ୍ରମଣି ନାୟକ, ରମାକାନ୍ତ ମଣ୍ଡଳ, ଇଂ. ଦୟାନିଧି ରାଉତ, କଳ୍ପନା ଶେଠ, ତ୍ରିନାଥ ମହାନ୍ତ, ପ୍ରେମାନନ୍ଦ ସାହୁ, ରାମଚନ୍ଦ୍ର ସାମଲ, ଉମାକାନ୍ତ ବଳ, କରୁଣାକର ରଣା ତଥା କଟକ, ରାଉରକେଲା, କୋଣାର୍କ, ଭୁବନେଶ୍ୱର, କରଞ୍ଜିଆ ଏବଂ ଅନୁଗୋଳ ଆଦି ଶୋଭନୀୟ ଶିକ୍ଷାଶ୍ରମର ପ୍ରତିନିଧିଗଣ ଅଂଶଗ୍ରହଣ କରିଥିଲେ । ସମାବେଶରେ ଚଳିତ ବର୍ଷ ଓ.ଏ.ଏସ୍. ଲାଭ କରିଥିବା କୃତି ଯୁବକ ହିମାଦ୍ରି ସାମଲଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଏହି ଅବସରରେ ଆୟୋଜିତ ଭବ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମରେ ପୂଜ୍ୟଶ୍ରୀ କୁମାର ଭାଇଙ୍କ ଦ୍ୱାରା ରଚିତ ଶିକ୍ଷାପ୍ରଦ ସଂଗୀତ ଯଥା ନୂଆବରଷ, ଆସରେ ବନ୍ଧୁ ଭଲ ପାଇବାର ମଧୁର ଝରଣା ଝରାଇବା ଓ ଶୋଭନୀୟ ଆନ୍ଦୋଳନ ଡାକ ଦେଲାଣି ଆଦିକୁ ସୃଷ୍ଟିଶିଖା, ଗୁନ୍ଗୁନ୍, ଲକି, ପ୍ରାଚୀ, ସମୀକ୍ଷା ଓ ସାଥୀ ପ୍ରମୁଖ ଉଦୀୟମାନ କଳାକାରମାନେ ନିଖୁଣ ଭାବେ ପରିବେଷଣ କରି ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲେ । ଶ୍ରୀମାନ୍ ଅଂଶୁମାନ ବିଭିନ୍ନ ଭାଷାରେ ଅଭିଭାଷଣ ପ୍ରଦାନ କରିଥିଲେ । ସଭା ଶେଷରେ ଅନୁଷ୍ଠାନର ବରିଷ୍ଠ ସଦସ୍ୟା ମିନତୀ ଦେବୀ ଧନ୍ୟବାଦ ଅର୍ପଣ କରିଥିବାବେଳେ ମା’ ଶାରଦା ଦେବୀ ଆଶୀର୍ବାଦ ପ୍ରଦାନ କରିଥିଲେ । ସମଗ୍ର ଆୟୋଜନକୁ ସୁଚାରୁ ରୂପେ ସମ୍ପନ୍ନ କରିବାରେ ଶଶଧର ବିଶ୍ୱାଳ, ଅନୁପ ମହାପାତ୍ର ଏବଂ ଜୟଶ୍ରୀ ଦାସ ବିଶେଷ ସହଯୋଗ କରିଥିଲେ । ପ୍ରଭାତରେ ମାନବିକ ପତାକା ଉତ୍ତୋଳନ ସହ ଉଦୟଗିରି ପାହାଡ଼ର ଶୀର୍ଷରେ ଅବସ୍ଥିତ ସତ୍ୟଯୁଗ ସ୍ତମ୍ଭ ନିକଟରେ ବିଶ୍ୱଶାନ୍ତି ପାଇଁ ପ୍ରାର୍ଥନା ସଭା ଅନୁଷ୍ଠିତ ହୋଇଥିଲା ।
Breaking
Odisha Vikash Conclave 2025 to Unveil Roadmap for People-Centric, Climate-Smart Odisha@2036Joyalukkas‘Brilliance Diamond Jewellery Show’ in Bhubaneswar from 21st November to 7th December.Red Swastik Society and Team “Ladhei” distributed EV Scooties to the Differently-Abled.Bhubaneswar Leads Odisha’s Tech Revolution as AI and Digital Banking Reshapes SME Landscape: KotakBajaj Finserv Asset Management Limited launches its Banking and Financial Services Fund to tap into India’s evolving financial growth story
loading...
Prev Post