ଭୁବନେଶ୍ୱର : ଅାରମ୍ଭ ହୋଇଛି ହକି ବିଶ୍ୱକପ୍ ଉଦଘାଟନୀ ଉତ୍ସବ। ରଙ୍ଗାରଙ୍ଗ ପରିବେଶରେ ଉଦଘାଟିତ ହୋଇଛି। ପୁରୁଷ ହକି ବିଶ୍ୱକପ୍ ୨୦୧୮ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିମୟରେ ଅାୟୋଜିତ ଭବ୍ୟ ପରିବେଶରେ ମୁଖ୍ୟମନ୍ତ୍ରୀ ବିଶ୍ୱକପ ଉଦଘାଟନୀ ଘୋଷଣା କରିଛନ୍ତି।ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମଧ୍ୟ ଯୋଗ ଦେଇଛନ୍ତି । ଦେଶରେ ତୃତୀୟ ଓ ପ୍ରଥମ ଥର ପାଇଁ ଓଡ଼ିଶାରେ ଆୟୋଜିତ ହୋଇଛି ବିଶ୍ୱସ୍ତରୀୟ କ୍ରୀଡ଼ା ମହାକୁମ୍ଭ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଜୟ ଜଗନ୍ନାଥ କହି ଉଦବୋଧନ ଦେଇଥିଲେ। ସେ ପ୍ରିୟ ଭାଇ ଓ ଭଉଣୀ ସମ୍ବୋଧନ କରି ସମସ୍ତଙ୍କୁ ନମସ୍କାର ଜଣାଇବା ସହ ହକି ବିଶ୍ୱକପ୍ ଭୁବନେଶ୍ୱର ଆଜିର ସୁନ୍ଦର କାର୍ଯ୍ୟକ୍ରମ ପାଇଁ ସ୍ୱାଗତ କରିଥିଲେ। ନିଜକୁ ଖୁସିବ୍ୟକ୍ତ କରିବା ସହ ହକିର ସମସ୍ତ ଖେଳାଳିମାନଙ୍କୁ ଧନ୍ୟବାଦ ଦେଇଥିଲେ।

ଏହି ସମାରୋହରେ ଓଡ଼ିଶାର ସଂସ୍କୃତି ଓ ଲୋକନୃତ୍ୟର ଭିଡ଼ିଓ ଦେଖାଯାଇଛି। ଶାହରୁଖ ଖାନ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଏଫଆଇଏଚର ଅଧ୍ୟକ୍ଷ ମନିନ୍ଦର ବାତ୍ରା ମଞ୍ଚରେ ୧୬ ଅଧିନାୟକଙ୍କ ସହିତ ହାତ ମିଳାଇବା ପରେ ଆରମ୍ଭ ହୋଇଥିଲା ରଙ୍ଗାରଙ୍ଗ କାର୍ୟ୍ୟ କ୍ରମ। ଏହି ଅବସରରେ ଶାହରୁଖଙ୍କ ମର୍ମସ୍ପର୍ଶୀ କଥା ଷ୍ଟାଡିୟମରେ ସମବେତ ଦର୍ଶକଙ୍କୁ ଅବିଭୂତ କରିଥିଲା।

ଉତ୍ସବର ଅନ୍ୟତମ ଆକର୍ଷଣର ବିନ୍ଦୁ ଥିବା ବଲିଉଡ୍ ସୁପରଷ୍ଟାର କିଙ୍ଗ ଖାନ୍ ଶାହୁରଖ୍ ଖାନଙ୍କ ଏଣ୍ଟି ସିନ୍ ଚମତ୍କାର ହୋଇଥିଲା। ହକି ଷ୍ଟିକ୍ ନେଇ ସେ ଷ୍ଟେଜ୍ ଉପରକୁ ପ୍ରବେଶ କରିଥିଲେ। ଶାହାରୁଖଙ୍କୁ ନିଜ ପାଖରେ ଦେଖିବା ପରେ ଷ୍ଟାଡିୟମରେ ଦର୍ଶକଙ୍କ କୋଳାହଳ ଦ୍ୱିଗଣିତ ହୋଇଥିଲା।


ସୁପରଷ୍ଟାର ଶାହରୁଖ ଖାନ୍ ଓ ଧକଧକ ଗାର୍ଲଙ୍କ ‘ଦି ଆର୍ଥ’ ଗୀତର ତାଳେତାଳେ ନୃତ୍ୟ ପରିବେଷଣ ଦେଖିବା ପରେ ହକି ବିଶ୍ୱକପ୍ ଉଦଘାଟନୀ ଉତ୍ସବର ଅନ୍ୟତମ ଆକର୍ଷଣ ଓସ୍କାର ବିଜେତା, ଦୁଇ ଧୁଇ ଥର ଗ୍ରାମୀ ଆୱାର୍ଡସ ପ୍ରାପ୍ତ ଏବଂ ଏକାଧାରରେ ସଙ୍ଗୀତ ନିର୍ଦ୍ଦେଶକ ଓ ଗୀତିକାର ଏ.ଆର. ରେହମନଙ୍କ ଗୀତ ମଧ୍ୟ ଦର୍ଶକଙ୍କୁ ମତୁଆଲା କରିଛି। କଳିଙ୍ଗ ଷ୍ଟାଡିୟମରେ ଉପସ୍ଥିତ ଦର୍ଶକ ଏହାର ଭରପୁର ମଜା ଉଠାଇଥିଲେ। ରେହମାନଙ୍କ ଗୀତ ଦର୍ଶକଙ୍କୁ ବାନ୍ଧି ରଖିଥିଲା।
Breaking
Odisha Vikash Conclave 2025 to Unveil Roadmap for People-Centric, Climate-Smart Odisha@2036Joyalukkas‘Brilliance Diamond Jewellery Show’ in Bhubaneswar from 21st November to 7th December.Red Swastik Society and Team “Ladhei” distributed EV Scooties to the Differently-Abled.Bhubaneswar Leads Odisha’s Tech Revolution as AI and Digital Banking Reshapes SME Landscape: KotakBajaj Finserv Asset Management Limited launches its Banking and Financial Services Fund to tap into India’s evolving financial growth story