ଡ଼ ନାରାୟଣ ମହାପାତ୍ରଙ୍କୁ ସମ୍ମାନ ସୂଚକ ଗ୍ଲୋବାଲ ପିସ ହ୍ୟୁମାନ ରାଇଟସ ଆୱାର୍ଡ
ଭୁବନେଶ୍ୱର:ଡ଼ ନାରାୟଣ ମହାପାତ୍ରଙ୍କୁ ଅନ୍ତର୍ଜାତୀୟ ହୁମାନଟେରିଆନ ଅନୁଷ୍ଠାନ ପକ୍ଷରୁ ସମାଜ ମଙ୍ଗଳ କାଯ୍ୟ ପାଇଁ ସମ୍ମାନ ସୂଚକ ଗ୍ଲୋବାଲ ପିସ ହ୍ୟୁମାନ ରାଇଟସ ଆୱାର୍ଡ ରେ ସମ୍ବର୍ଦ୍ଧିତ କରାଯାଇଛି,ବୃକ୍ଷ ରୋପଣ,ମା ଆଦିଶକ୍ତି ଓ ଶ୍ରୀ ଜଗନ୍ନାଥ ସଂସ୍କୃତି ର ପ୍ରଚାର ଓ ପ୍ରସାର କରିବା ସହ ବିଭିନ୍ନ ବୃଦ୍ଧ ଓ ଵୃଦ୍ଧା ଆଶ୍ରମ ରେ ରନ୍ଧା ଖାଦ୍ୟ ବଣ୍ଟନ କରୁଛନ୍ତି, ସମାଜ ସେବାରେ ନିଜକୁ ନିୟୋଜିତ କରି ଥିବା ଡ଼ ମହାପାତ୍ର ଅବହେଳିତ ବରିଷ୍ଠ ନାଗରିକ ଓ ଅବହେଳିତ ଛୋଟ ପିଲାମାନଙ୍କ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା 2018 ରୁ କରି ଆସୁଛନ୍ତି ନିଜେ ରକ୍ତଦାନକରିବା ସହିତ ରକ୍ତ ସଂଗ୍ରହ ପାଇଁ ଶିବିର କରି ଦରକାର ଥିବା ବ୍ୟକ୍ତି ମାନଙ୍କୁ ରେଡ଼କ୍ରସ ଦ୍ୱାରା ଦିଆ ଯାଉଛି ସମାଜ ରେ ଅବହେଳିତ ବରିଷ୍ଠ ନାଗରିକ ମାନଙ୍କ ପାଇଁ ସମୟ ଦାନ କରି ତାଙ୍କୁ ଖୁସି ରଖିବାକୁ ପ୍ରୟାସ ମଧ୍ୟ ହେଊଛି, ପୂର୍ବରୁ ମଧ୍ୟ ରାଜ୍ୟ, ଦେଶ ଓ ଦେଶ ବାହାରୁ ମାନବ ମଙ୍ଗଳ କାର୍ଯ୍ୟ ନିମନ୍ତେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଡ଼ ମହାପାତ୍ର ଙ୍କୁ ସମ୍ବର୍ଦ୍ଧିତ କରାଯାଇଛି, ଆମକୁ ସମାଜ ସେବା ପାଇଁ ଉପଯୁକ୍ତ ଭାବି ସମ୍ବର୍ଦ୍ଧିତ କରି ଥିବାରୁ ଆମେ ଦୁଇ ଅନୁଷ୍ଠାନ ର ପ୍ରତିଷ୍ଠାତା ଓ ଅନ୍ୟାନ୍ୟ ପ୍ରମୁଖ ସଦସ୍ୟ ଓ ସଦସ୍ୟା ମାନଙ୍କୁ ହୃଦୟ ରୁ କୃତଜ୍ଞତା ଜ୍ଞାପନ କରୁଛୁ ,ଏହୀ ସମ୍ମାନ ଆମର କରାଯାଉଥିବା ସେବା କାର୍ଯ୍ୟ କୁ ବହୁତ ଉଶ୍ଚାହ ଯୋଗାଇବ ଡ ନାରାୟଣ ମହାପାତ୍ର