ଭୁବନେଶ୍ୱର : ବିଜେଡିକୁ ସମାନ କାଇଦାରେ ଚେକ୍ ଦେଲେ ଧର୍ମେନ୍ଦ୍ର। କିଛିଦିନ ତଳେ ବସନ୍ତ ପଣ୍ଡାଙ୍କ ପୁତୁରା ବିଜେଡିରେ ଯୋଗଦାନ କରିଥିଲେ। ସେ ଦିନଠାରୁ ଧର୍ମେନ୍ଦ୍ର ଚଳାଇ ଥିଲେ ରାଜନୈତିକ କସରତ। ଦଳ ଅଦଳବଦଳ ରାଜନୀତି ଜୋର ଧରିଥିବାବେଳେ ବିଜେପିରେ ଯୋଗ ଦେଇଛନ୍ତି ବିଜେଡି ରାଜ୍ୟସଭା ସାଂସଦ ତଥା ଦଳର ମୁଖପାତ୍ର ପ୍ରଶାନ୍ତ ନନ୍ଦଙ୍କ ପୁଅ ଋଷଭ ନନ୍ଦ । ବିଜେପି କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହୋଇଛନ୍ତି ଋଷଭ । ବାପା ପ୍ରଶାନ୍ତ ନନ୍ଦ ବିଜେଡିର ସାଂସଦ ରହିଥିଲାବେଳେ ବେଗୁନିଆ ବିଧାନସଭା ଆସନ ପାଇଁ ଆଶାୟୀ ଥିଲେ ଋଷଭ । ଏଥିସହିତ ଢେରଦିନ ହେବ ବେଗୁନିଆରେ ନିଜ କାର୍ଯ୍ୟକ୍ରମ ମଧ୍ୟ ଚଳାଇଥିଲେ ସେ । ତେବେ ବେଗୁନିଆ ବିଜେଡି ଟିକେଟ ଘୋଷଣା ହେବା ପୂର୍ବରୁ ବିଜେପିରେ ସାମିଲ ହୋଇଛନ୍ତି ଋଷଭ ।
Breaking
Kinetic Green Tonino Lamborghini Appoints Electrify Maldives as the Official Distributor for Maldives, Unveils the electric luxury golf & lifestyle carts at TechEng 2025, the Maldives’ premier exhibitionଡ଼ ନାରାୟଣ ମହାପାତ୍ରଙ୍କୁ ସମ୍ମାନ ସୂଚକ ଗ୍ଲୋବାଲ ପିସ ହ୍ୟୁମାନ ରାଇଟସ ଆୱାର୍ଡସମସ୍ତେ ଏକାଠି ମିଶି ଇସ୍କନ ବିରୋଧରେ ସ୍ୱର ଉତ୍ତୋଳନ କରିବା ନିହାତି ଆବଶ୍ୟକThis World Heart Day: How Personalized Medicine is Shaping the Future of Bad Cholesterol Treatment୨୯ରୁ ଟ୍ୱିନ ସିଟିର ସବୁଠାରୁ ବଡ ନବରାତ୍ରି ସେଲିବ୍ରେଶନ ‘ଦାଣ୍ଡିଆ କାର୍ଣ୍ଣିଭାଲ