ମୁମ୍ବାଇ: ଭାରତୀୟ ସଂଗୀତ ଦୁନିଆ ମଙ୍ଗଳବାର ଦକ୍ଷ କଣ୍ଠଶିଳ୍ପୀ ମହମ୍ମଦ ଅଜିଜ୍ଙ୍କୁ ହରାଇଛି। ୬୪ ବର୍ଷିଅ ଏହି ବଲିଉଡ୍ ଗାୟକ ଜଣକ ମୁମ୍ବାଇଠାରେ ତାଙ୍କର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।ଅଜିଜ ସୋମବାର ରାତିରେ କୋଲକାତାରେ ଥିଲେ, ମଙ୍ଗଳବାର ସେ ମୁମ୍ବାଇ ପହଞ୍ଚିଥିଲେ। ମାତ୍ର ଅପରାହ୍ନ ପ୍ରାୟ ୩ଟାରେ ତାଙ୍କର ସ୍ଵାସ୍ଥ୍ୟ ବିଗିଡିଥିଲା। ‘ଜଗା ହାତରେ ପଘା’ ଚଳଚ୍ଚିତ୍ରର ‘ରୂପା ଶଗଡ଼ିରେ ସୁନା କନିଆ..’ ଗୀତ ଜରିଆରେ ଓଲିଉଡ୍ରେ ପ୍ରବେଶ କରିଥିବା ଅଜିଜଙ୍କ ସ୍ଵର ଆଜିଠୁ ସବୁଦିନ ପାଇଁ ନିରବ ହୋଇ ଯାଇଛି।
ସୂଚନା ମୁତାବକ ଘରକୁ ଫେରିବା ସମୟରେ ବିମାନ ବନ୍ଦରରେ ଅଜିଜଙ୍କ ହୃଦ ସମସ୍ୟା ଦେଖାଯାଇଥିଲା ଏବଂ ସେ ଅସୁସ୍ଥ ହୋଇପଡ଼ିଥିଲେ। ଏହା ପରେ ଡ୍ରାଇଭର ତାଙ୍କୁ ନାନାବତୀ ହସ୍ପିଟାଲରେ ପହଞ୍ଚାଇଥିଲେ ଏବଂ ତାଙ୍କ ଝିଅଙ୍କୁ ଏହାର ସୂଚନା ଦିଆଯାଇଥିଲା। ମାତ୍ର ହସ୍ପିଟାଲରେ ଡାକ୍ତର ତାଙ୍କୁ ମୃତ ଘୋଷିତ କରିଥିଲେ। ହିନ୍ଦୀ ଚଳଚ୍ଚିତ୍ରରେ ପ୍ରଥମେ ଗୀତ ଗାଇବାର ସୁଯୋଗ ତାଙ୍କୁ ଅନୁ ମଲ୍ଲିକ ଦେବା ପରେ ସେ ପରବର୍ତ୍ତୀ କାଳରେ ସଂଗୀତ ଦୁନିଆର ଏକ ଚିହ୍ନା ଚେହେରା ପାଲଟି ଯାଇଥିଲେ।
ଓଡ଼ିଅା ଚଳଚ୍ଚିତ୍ର ଜଗତକୁ ବହୁ ମନଛୁଅାଁ ଗୀତ ଉପହାର ଦେଇଛନ୍ତି। ସିନେମା ବ୍ୟତୀତ ମହମ୍ମଦ ଅଜିଜ୍ ବହୁ ଓଡ଼ିଆ ଭଜନ ଓ ଅାଲବମ୍ ଗୀତର କଣ୍ଠଦାନ କରିଛନ୍ତି। ପ୍ରଥମେ ସେ ୧୯୮୫ ମସିହାରେ ଅକ୍ଷୟ ମହାନ୍ତିଙ୍କ ନିର୍ଦ୍ଦେଶନାରେ ‘ଜଗା ହାତରେ ପଘା’ ଚଳଚ୍ଚିତ୍ରର ‘ରୂପା ଶଗଡ଼ିରେ ସୁନା କନିଆ..’ ଗୀତ ଜରିଆରେ ଓଲିଉଡ୍ରେ ପ୍ରବେଶ କରିଥିଲେ। ଏହା ପରେ ସେ ଶତାଧିକ ଓଡ଼ିଆ ଗୀତ ଗାଇ ଓଡ଼ିଆ ଗୀତ ପ୍ରେମୀଙ୍କ ପ୍ରିୟ ହୋଇ ପାରିଥିଲେ।
Breaking
Bajaj Finserv Asset Management Limited launches its Banking and Financial Services Fund to tap into India’s evolving financial growth storyKinetic Green Tonino Lamborghini Appoints Electrify Maldives as the Official Distributor for Maldives, Unveils the electric luxury golf & lifestyle carts at TechEng 2025, the Maldives’ premier exhibitionଡ଼ ନାରାୟଣ ମହାପାତ୍ରଙ୍କୁ ସମ୍ମାନ ସୂଚକ ଗ୍ଲୋବାଲ ପିସ ହ୍ୟୁମାନ ରାଇଟସ ଆୱାର୍ଡସମସ୍ତେ ଏକାଠି ମିଶି ଇସ୍କନ ବିରୋଧରେ ସ୍ୱର ଉତ୍ତୋଳନ କରିବା ନିହାତି ଆବଶ୍ୟକThis World Heart Day: How Personalized Medicine is Shaping the Future of Bad Cholesterol Treatment