ଭୁବନେଶ୍ୱର: ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବଡ଼ ଘୋଷଣା କରିଛନ୍ତି। ମୁୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ବିଜୁ ଜନତା ଦଳ ଉଭୟ ବିଜେଡି ଓ ବିଜେପିଠାରୁ ସମଦୂରତା ରକ୍ଷା କରିଆସୁଛି। ଆଗାମୀ ଦିନରେ ବିଜେଡି କୌଣସି ମହାମେଣ୍ଟରେ ମଧ୍ୟ ସାମିଲ ହେବ ନାହିଁ ବୋଲି ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଘୋଷଣା କରିଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମହାମେଣ୍ଟରେ ତାଙ୍କ ଦଲ ସାମିଲ ହେବ ନାହିଁ। ତେବେ ଦଳ କଂଗ୍ରେସ ଓ ବିଜେପି ଠାରୁ ସମଦୂରତ୍ୱ ବଜାୟ ରଖିଥିବା ନେଇ ମଧ୍ୟ ସେ ସ୍ପଷ୍ଟ କରିଛନ୍ତି। ବିଜେଡିର ଆଭିମୁଖ୍ୟକୁ ରାଜନୈତିକ ବିଶେଷଜ୍ଞ ଦୋମୁହାଁନୀତି ବୋଲି କହିଛନ୍ତି। କାରଣ ବିଜେଡି ପୂର୍ବରୁ ସମଦୂରତ୍ଵ କଥା କହି କେନ୍ଦ୍ରରେ ପୂର୍ବରୁ ରହିଥିବା ୟୁପିଏ ସରକାର ହେଉ କି ଏବେର ଏନଡିଏ ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ସମର୍ଥନ ଦେଇ ଆସିଛନ୍ତି। ନିଜର ନିହିତ ରାଜନୈତିକ ସ୍ଵାର୍ଥ ପାଇଁ ବିଜେଡି ଏମିରି ଅଭିମୁଖ୍ୟ ଗ୍ରହଣ କରିଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।
ସୂଚନାଯୋଗ୍ୟ ଯେ ସମଗ୍ର ଦେଶରେ ବିଜେପି ବିରୋଧରେ ମହାମେଣ୍ଟ କରିବା ପାଇଁ କଂଗ୍ରେସ ପକ୍ଷରୁ କସରତ ଆରମ୍ଭ ହୋଇଛି। ଏଥିରେ ଆରଜେଡ଼ି, ନାସନାଲ କନଫରେନସ, ଏନସିପି, ଟିଡ଼ିପି ଓ ବାମପନ୍ଥୀ ଦଳଗୁଡ଼ିକ ସାମିଲ ଅଛନ୍ତି।
Breaking
ଡ଼ ନାରାୟଣ ମହାପାତ୍ରଙ୍କୁ ସମ୍ମାନ ସୂଚକ ଗ୍ଲୋବାଲ ପିସ ହ୍ୟୁମାନ ରାଇଟସ ଆୱାର୍ଡସମସ୍ତେ ଏକାଠି ମିଶି ଇସ୍କନ ବିରୋଧରେ ସ୍ୱର ଉତ୍ତୋଳନ କରିବା ନିହାତି ଆବଶ୍ୟକThis World Heart Day: How Personalized Medicine is Shaping the Future of Bad Cholesterol Treatment୨୯ରୁ ଟ୍ୱିନ ସିଟିର ସବୁଠାରୁ ବଡ ନବରାତ୍ରି ସେଲିବ୍ରେଶନ ‘ଦାଣ୍ଡିଆ କାର୍ଣ୍ଣିଭାଲNavadarshan Reflection Ceremony 2025: Paving the Way for an Inclusive & Viksit Odisha