ଦିଗପହଣ୍ଡି:ଦିଗପହଣ୍ଡି ସହରରେ ଦିଗପହଣ୍ଡି ବ୍ଳକ ଏବଂ ଏନଏସି ବିଜେଡିର ବିଶାଳ ରୋଡ୍ ଶୋ ସୋମବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି । ମୁକ୍ତେଶ୍ୱର ଶୈବ ପୀଠ ପରିସରରେ ସମସ୍ତ ବିଜେଡି କର୍ମୀ ଏକତ୍ରିତ ହୋଇଥିଲେ । ପରେ ବିଜେଡି ପ୍ରାର୍ଥୀ ସୂର୍ଯ୍ୟନାରାୟଣ ପାତ୍ରଙ୍କୁ ରୋଡ୍ ଶୋରେ ଦଳୀୟ କର୍ମୀ ମାନେ ପାଛୋଟି ନେଇଯାଇଥିଲେ । ଫୁଲ ମାଳ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଦେବା ସହିତ ବିଜୟ ନେଇ ସମର୍ଥକ ମାନେ ଫୁଲ ତୋଡା ପ୍ରଦାନ କରିଥିଲେ । ପରେ ବ୍ଳକ ବିଜେଡି ସଭାପତି ଉଦୟ ନାଥ ସ୍ୱାଇଁ, ସାଂସଦ ପ୍ରତିନିଧି ପ୍ରମୋଦ ପାଣିଗ୍ରାହୀ, ଉପାଧକ୍ଷ ଏମ.ନିରଞ୍ଜନ ରେଡ୍ଡି, ରାଜ୍ୟ ଯୁବ ବିଜେଡି ସାଧାରଣ ସମ୍ପାଦକ କାହ୍ନୁଚରଣ ପାତ୍ର, ଯୁବ ବିଜେଡି ନେତା ସଞ୍ଜୟ କୁମାର ପାଣିଗ୍ରାହୀ, ଏନଏସି ଯୁବ ବିଜେଡି ସଭାପତି ଶିବଶଙ୍କର ଗୌଡ, ବିଜୁ ଯୁବ ବାହିନୀ ସଭାପତି ସମୀରକାନ୍ତ ତ୍ରିପାଠୀ, ନୀଳାଞ୍ଚଳ ରଥ, ଏନଏସି ଅଧକ୍ଷା ସୁନୀତା ସେଠୀଙ୍କ ଗହଣରେ ସୂର୍ଯ୍ୟ ପାତ୍ରଙ୍କୁ ପ୍ରଚାର ଗାଡିରେ ସମସ୍ତ ୱାର୍ଡ ପରିକ୍ରମା କରାଯାଇଥିଲା । ପ୍ରତିକୂଳ ଜଳବାୟୁ ଯୋଗୁଁ ବର୍ଷା ହେବାରୁ ସୂର୍ଯ୍ୟ ବାଇକରେ ଘର ଘର ବୁଲି ନିର୍ବାଚନ ପ୍ରଚାର କରିବା ସହିତ ବିକାଶର ଧାରାକୁ ନେଇ ସାହି ଗଳିରେ ଲୋକଙ୍କ ନିକଟରେ ପହଞ୍ଚି ଭୋଟ ଭିକ୍ଷା କରିଥିଲେ । ଭୋଟ ଭିକ୍ଷା ଏବଂ ପ୍ରଚାର ସମୟରେ ପୁତ୍ର ବିପ୍ଳବ ପାତ୍ରଙ୍କୁ ମଧ୍ୟ ସାମିଲ କରିଥିଲେ । ବିଜେଡିର ଏନଏସିରେ ଶକ୍ତି ପ୍ରଦର୍ଶନ ସ୍ୱରୂପ ଏକ ହଜାରରୁ ଉଦ୍ଧ୍ୱର୍ ଜନସମାଗମ ହୋଇଥିବା ଦେଖିବାକୁ ମିଳିଥିଲା । ପରେ ବଜାର ସାହିଠାରେ ଏଲଇଡି ଟିଭି ମାଧ୍ୟମରେ ସୂର୍ଯ୍ୟ ପାତ୍ର ଏବଂ ନବୀନ ସରକାରଙ୍କ ଦ୍ୱାରା ହୋଇଥିବା ବିଭିନ୍ନ ଜନାଭିମୂଖୀ ଯୋଜନାର ସଫଳ ରୂପାୟନ ପରଦା ମାଧ୍ୟମରେ ପ୍ରଦର୍ଶନ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ବି.କ୍ରୀଷ୍ଣାରାଓ ସୁବୁଦ୍ଧି, ବ୍ଳକ ଯୁବ ବିଜେଡି ସଭାପତି ଚିତ୍ରସେନ ଗୌଡ, ମିଲନ ପାଣିଗ୍ରାହୀ, ଅସୀତ ସାହୁ, ନୀଳମାଧବ ଗୌଡ, ସଂଯୁକ୍ତା ଦଳେଇ, ଇ.ମାଧବରାଓ ଦୋରା ପ୍ରମୁଖଙ୍କ ସମେତ ବହୁ ଦଳୀୟ କର୍ମୀ ଉପସ୍ଥିତ ଥିଲେ ।
Breaking
Odisha Vikash Conclave 2025 to Unveil Roadmap for People-Centric, Climate-Smart Odisha@2036Joyalukkas‘Brilliance Diamond Jewellery Show’ in Bhubaneswar from 21st November to 7th December.Red Swastik Society and Team “Ladhei” distributed EV Scooties to the Differently-Abled.Bhubaneswar Leads Odisha’s Tech Revolution as AI and Digital Banking Reshapes SME Landscape: KotakBajaj Finserv Asset Management Limited launches its Banking and Financial Services Fund to tap into India’s evolving financial growth story