ଯାଜପୁର: ଅପପୃଷ୍ଟି ଓ ଅପହଞ୍ଚ ପାହାଡ଼ ପର୍ବତ ଘେରା ଯାଜପୁର ଜିଲ୍ଲା ନଗଡ଼ା’ ଗ୍ରାମରେ ଅନୁଷ୍ଠିତ ହୋଇ ଯାଇଛି ‘ଆର୍ଟ ଅଫ୍ ଗିଭିଂ’ କାର୍ଯ୍ୟକ୍ରମ। ଯେଉଁଥିରେ ଓଡ଼ିଆ ଯୁବକ ଏନ୍.ଆର୍.ଆଇ୍ ସତ୍ୟ ସାବତ ସହାୟତାର ହାତ ବଢ଼ାଇ ନଗଡ଼ା ବାସିଙ୍କୁ ନୂଆ ପୋଷାକ, ପାଠ୍ୟ ଉପକରଣ, ନିତିଦିନିଆଁ ବ୍ୟବହାର ସାମଗ୍ରୀ ଓ ଖାଦ୍ୟ ପୁଡ଼ିଆ ପ୍ରଦାନ କରିଥିଲେ। କେନ୍ଦୁଝର ଆନ୍ଦପୁର ଫକିରପୁର ଗ୍ରାମ ବାସିନ୍ଦା ସତ୍ୟ ଏବେ ସିଙ୍ଗାପୁର ଏଫ୍.ଇ.ଏମ୍.ଏନ୍.ସି କମ୍ପାନି ସାଧାରଣ ନିର୍ଦେଶକ ଭାବେ କାର୍ଯ୍ୟକରୁଛନ୍ତି। ସତ୍ୟ ଏକ ଅଭିନବ ଉପୟ ଚିନ୍ତାକରି ନଗଡ଼ାବାସୀଙ୍କ ଆର୍ଥୀକ ଅସୁବିଧା ଦୂର କରିବା ପାଇଁ ‘ଆମ ଗାଁ ବ୍ୟାଙ୍କ ସମିତି’ର ଶୁଭାରମ୍ଭ କରିଛନ୍ତି। ଏହି ବ୍ୟାଙ୍କ ଉପର ନଗଡ଼ାରେ ହୋଇଥିବା ବେଳେ ଏଥିରେ ତଳ ନଗଡ଼ା ଓ ମଝି ନଗଡ଼ାର ମହିଳା ସମିତି ସଭ୍ୟମାନେ ମଧ୍ୟ ସାମିଲ ହୋଇଛନ୍ତି। ୧୦ରୁ ଅଧିକ ମିହଳାଙ୍କୁ ନେଇ ଗଠିତ ଏହି ସମିତିକୁ ସତ୍ୟ ୧ଲକ୍ଷ ଟଙ୍କା ଦାନକରିଛନ୍ତି। ଯେଉଁ ଟଙ୍କାର ସଦୁପଯୋଗ କରିବେ ସମିତି ସଭ୍ୟମାନେ। ନଗଡ଼ା ବାସିଙ୍କ ଚାଷ କାର୍ଯ୍ୟ, ଅତ୍ୟାବଶ୍ୟକ ଜିନିଷ କିମ୍ବା ଝିଅ ବାହାଘର ପାଇଁ ଏଥିରୁ ଲୋନ୍ ନେଇ ହେବ। ଯାହାକୁ ୩ ମାସ ପରେ ବିନା ସୁଧରେ କିସ୍ତିକରି ଟଙ୍କା ପଇଠ କରିଦେବାପରେ ଗ୍ରାମବାସୀମାନେ ପୁଣିଧରେ ଲୋନ୍ ନେଇ ପାରିବେ। ଏପରି ହେବା ଦ୍ବାରା ଅର୍ଥ ଆବଶ୍ୟକ ବେଳେ ନଗଡ଼ାବାସୀମାନେ ଆଉ କାହାଉପରେ ନିର୍ଭର କରିବେ ନାହିଁ। ସେମାନେ ନିଜ ସମିତିରୁ ଟଙ୍କା ଆଣି ଧିରେ ଧିରେ ସମିତିକୁ ଟଙ୍କା ଫେରସ୍ତ କରିପାରିବେ ବୋଲି ଅନୁଷ୍ଠିତ ସଭାରେ ଶପଥ ନେଇଥିଲେ। ଏପରି ହେବା ଫଳରେ ଅପହଞ୍ଚ ନଗଡ଼ାରେ ଅନ୍ୟ କିଛି ବଦାନ ବ୍ୟକ୍ତିଙ୍କ ସହାୟତା ମିଳିବା ଆରମ୍ଭ ହେବ ବୋଲି ସତ୍ୟ ଆଶା ପ୍ରକାଶ କରିଛନ୍ତି। ଏହି କାର୍ଯ୍ୟକୁ ‘କଳିଙ୍ଗ ସିନେ ଆର୍ଟସ୍’ର ସଂପାଦକ ବିଦ୍ୟାଧର ବାରିକ ଓ ଯୋଗେନ୍ଦ୍ରନାଥ ଭୋଇ ଓ ଯାଜପୁର ସଂଗଠନ ସେବକ ସଭ୍ୟମାନେ ପରିଚାଳନା କରିଥିବା ବେଳେ ନଗଡ଼ାକୁ ନେଇ ଏକ ପ୍ରାମାଣିକ ଚଳଚ୍ଚିତ୍ର ତିଆରି କରିଛନ୍ତି ନର୍ଦେଶକ ଶାନ୍ତନୁ କୁମାର ସିଆ। ଗତ ୩ବର୍ଷ ମଧ୍ୟରେ ସରକାରୀ ଓ ବେସରକାରୀ ସଂସ୍ଥାର ସହଯୋଗରେ ଧିରେ ଧିରେ ନଗଡ଼ା ବାସିଙ୍କ ଅବସ୍ଥା ବଦଳୁଛି। ସେମାନେ ଶିକ୍ଷାଠାରୁ ବହୁତ ଦୂରରେ ଥିବାରୁ ଭଲମନ୍ଦ ଉଚିତ୍ ଅନୁଚିତ୍ ନେଇ ସଠିକ୍ ମାର୍ଗଦର୍ଶନ କରିପାରୁ ନାହାଁନ୍ତି। ଯାହାନେଇ ସବୁବେଳେ ଅସୁବିଧାରେ ସମ୍ମୁଖିନ ହେଉଛନ୍ତି। ଏପରି ନୂଆ ନୂଆ କାର୍ଯ୍ୟକ୍ରମ ହତକୁ ନିଆଗଲେ ନଗଡ଼ାବାସୀ ସମାଜର ମୁଖ୍ୟସ୍ବତରେ ସାମିଲ ହୋଇପାରିବେ ବୋଲି ଆଶାରଖିଛନ୍ତି ଆୟାଜନ ସଂସ୍ଥା।
Breaking
Jaydev Vihar SIP Abacus Marks Fifth Annual Celebration in BhubaneswarTata Motors leads the way with innovative, sustainable and intelligent mobility solutions at EXCON 2025Odisha Vikash Conclave 2025 to Unveil Roadmap for People-Centric, Climate-Smart Odisha@2036Joyalukkas‘Brilliance Diamond Jewellery Show’ in Bhubaneswar from 21st November to 7th December.Red Swastik Society and Team “Ladhei” distributed EV Scooties to the Differently-Abled.