ଆଲ୍ଲାହାବାଦ୍: ଗୋଟିଏ ପରିବାରର ୫ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ଦେହାବଶେଷ ଫ୍ରିଜ୍, ଆଲମିରା ଓ ସୁଟ୍କେଶ୍ରୁ ଉଦ୍ଧାର କରାଯାଇଛି। ମୃତକମାନଙ୍କ ମଧ୍ୟରୁ ଗୃହ ସ୍ୱାମୀଙ୍କ ମୃତଦେହ ଘର ଭିତରେ ଝୁଲୁ ଥିବା ବେଳେ ତାଙ୍କ ପତ୍ନୀଙ୍କ ମୃତଦେହ ପ୍ରିଜ୍ ଭତରୁ ମିଳିଛି।ଦୀର୍ଘ ସମୟ ଧରି ଉକ୍ତ ଘରର ପରିବାର ଲୋକେ ବାହାରକୁ ନ ବାହାରିବାରୁ ସ୍ଥାନୀୟ ଲୋକେ ସେମାନଙ୍କୁ ଡାକିଥିଲେ। କିନ୍ତୁ କୌଣସି ଉତ୍ତର ନ ମିିଳିବାରୁ ସନ୍ଦେହରେ ପୁଲିସକୁ ଖବର ଦେଇଥିଲେ। ଘର ଭିତର ପଟୁ ବନ୍ଦ ରହିଥିବାରୁ କବାଟ ଭାଙ୍ଗି ପୁଲିସ ଭିତରକୁ ପଶିଥିଲା। ଘର ଭିତରକୁ ଯିବା ପରେ ସେଠାରେ ୫ ଜଣଙ୍କ ମୃତଦେହ ଦେଖିବାକୁ ମିଳିଥିଲା।ଘଟଣା ସମ୍ପର୍କରେ ଆହ୍ଲାବାଦ ପୁଲିସ ଅଧିକ୍ଷକ ନୀତିନ ତିଓ୍ଵାରୀ କହିଛନ୍ତି ଯେ, ଆହ୍ଲାବାଦର ଧୁମାନଗଞ୍ଜ ଥାନା ଅନ୍ତର୍ଗତ ପିପଲ ଗାଁରେ ଏହି ଘଟଣା ଘଟିଛି। ପ୍ରାଥମିକ ତଦନ୍ତରୁଏହା ଏକ ହତ୍ୟାକାଣ୍ଡ ଓ ଆତ୍ମହତ୍ୟା ଘଟଣା ପରି ଜଣାପଡ଼ିଛି। ଜଣେ ମହିଳାଙ୍କ ଶବ ଫ୍ରିଜ୍ ଭିତରେ ଥିବା ବେଳେ ଦୁଇ ଜଣ ଝିଅଙ୍କ ମଧ୍ୟରୁ ଜଣକ ଶବ ଏକ ସୁଟ୍କେଶରେ ଏବଂ ଆଉ ଜଣଙ୍କ ଶବ ଏକ ଆଲମିରାରେ ରଖାଯାଇଥିଲା। ପାଖ କୋଠରିରେ ଆଉ ଜଣେ ଶିଶୁ କନ୍ୟାର ଶବ ପଡ଼ିଥିଲା। ପାରିବାରିକ ଅଶାନ୍ତି କିମ୍ବା ପରକୀୟା ପ୍ରୀତି ସନ୍ଦେହରେ ଏହି ହତ୍ୟାକାଣ୍ଡ ଘଟିଥାଇପାରେ ବୋଲି ପୁଲିସ ପ୍ରାଥମିକ ଅନୁସନ୍ଧାନ ପରେ କହିଛି।
Breaking
ମିସ୍ ଓଡ଼ିଶା ଇଣ୍ଡିଆ ୨୦୨୫ ଗ୍ରାଣ୍ଡ ଫାଇନାଲInternational Yoga Day is celebrated by the Bharatiya Yoga SansathanFrom Cities to Heartlands: Samsung Solve for Tomorrow Sparks Innovation in Bihar and JharkhandUtkal Builders Celebrates 35 Glorious Years with the Utkal Grand Property Sale CarnivalMeet the Next Chapter of Ultra