ଭୁବନେଶ୍ବର : ରାଜ୍ୟ ବିଜେପିକୁ ଗୋଟିଏ ଦିନରେ ଦୁଇ ଦୁଇଟି ଝଟ୍କା ଲାଗିଛି ।ପ୍ରଥମେ ବିଧାୟକ ଦିଲ୍ଲୀପ ରାୟ ପଦ ଓ ଦଳରୁ ଇସ୍ତଫା ଦେବାର କିଛି ସମୟରେ ଦୀର୍ଘ ସମୟ ଧରି କଣଠେସା ହୋଇ ରହିଥିବା ବିଜୟ ମହାପାତ୍ର ଦଳ ଛାଡ଼ିବା ନେଇ ଘୋଷଣା କରିଛନ୍ତି । ବିଜୟ ଏକ ସାମ୍ବାଦିକ ସମ୍ମିଳନୀରେ ଇସ୍ତଫା ସୂଚନା ଦେବା ସହିତ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି । ମାତ୍ର ଆଗାମୀ କାର୍ଯ୍ୟପନ୍ଥାନେଇ କୌଣସି ସ୍ପଷ୍ଟ ସୂଚନା ଦେଇ ନାହାଁନ୍ତି । କିନ୍ତୁ ବିଜେପିରେ ଯୋଗ ଦେବା ଏକ ତରବରିଆ ଭୁଲ ନିଷ୍ପତ୍ତି ଥିଲା ବୋଲି କହିଛନ୍ତି । ସେ ଆହୁରି କହିଛନ୍ତି, ୧୦ ବର୍ଷ ଧରି ମୋର ତିକ୍ତ ଅନୁଭୂତି ରହିଛି । ଓଡ଼ିଶା ସ୍ୱାର୍ଥ ପ୍ରତି ବିଜେପିର ନିଷ୍ଠା ଓ ଆନ୍ତରିକତା ନାହିଁ । ଦଳରେ ଯାହା ଚାଲିଛି, ମୋତେ ଠିକ୍ ଲାଗୁନାହିଁ । ଅମିତ ଶାହାଙ୍କ ୧୨୦+ ଆକଳନ ଭୁଲ୍ । ତାଙ୍କ ପରବର୍ତ୍ତୀ ପଦକ୍ଷେପ ସଂପର୍କରେ ସେ କହିଛନ୍ତି, ଦିଲୀପ ରାୟ ବାହାରକୁ ଯାଇଛନ୍ତି, ସେ ଆସିଲେ କଥା ହେବେ ।
Breaking
Odisha Vikash Conclave 2025 to Unveil Roadmap for People-Centric, Climate-Smart Odisha@2036Joyalukkas‘Brilliance Diamond Jewellery Show’ in Bhubaneswar from 21st November to 7th December.Red Swastik Society and Team “Ladhei” distributed EV Scooties to the Differently-Abled.Bhubaneswar Leads Odisha’s Tech Revolution as AI and Digital Banking Reshapes SME Landscape: KotakBajaj Finserv Asset Management Limited launches its Banking and Financial Services Fund to tap into India’s evolving financial growth story