‘ଫୋନି’ ପାଇଁ ଓଡ଼ିଶାକୁ ଆଗୁଆ ସହାୟତା
ଭୁବନେଶ୍ୱର:ଫୋନି ଓଡ଼ିଶା ମୁହାଁ ହୋଇଛି । ଫୋନିର ପ୍ରଭାବ ଓଡ଼ିଶା ଉପରେ ଅଧିକ ପଡ଼ିପାରେ ।ଏହା ସହିତ ୪ଟି ରାଜ୍ୟ- ଓଡ଼ିଶା, ଆନ୍ଧ୍ର ପ୍ରଦେଶ, ତାମିଲନାଡୁ ଓ ପଶ୍ଚିମବଙ୍ଗ ‘ଫୋନି’ ଦ୍ୱାରା ପ୍ରଭାବିତ ହେବାର ଆଶଙ୍କା ରହିଛି। ଏଥିପାଇଁ ଆଗୁଆ ସହାୟତା ରାଶି ପ୍ରଦାନ କରିବା ସ୍ୱରାଷ୍ଟ ମନ୍ତ୍ରାଳୟ ପକ୍ଷରୁ ଏହି ନିର୍ଦ୍ଦେଶ ଦିଆଯାଇଛି। ଏହି ଚାରି ରାଜ୍ୟକୁ ମୋଟ ୧୦୮୬ କୋଟି ଟଙ୍କା ଆଗୁଆ ଆର୍ଥିକ ଅନୁଦାନ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଓଡ଼ିଶାକୁ ସର୍ବାଧିକ ୩୪୦.୮୭୫ କୋଟି ଟଙ୍କା ପ୍ରଦାନ କରିବା ପାଇଁ କୁହାଯାଇଛି। ସୂଚନାଯୋଗ୍ୟ, ‘ଫୋନି’ର ପ୍ରଭାବ ଓଡ଼ିଶାରେ ସବୁଠୁ ଅଧିକ ପଡ଼ିବ ବୋଲି ଆଶଙ୍କା କରାଯାଉଛି।