ଓଡିଶା ନ୍ୟୁଜ ଟୁଡ଼େ ବ୍ୟୁରୋ:
ରାଜ୍ୟ ତଥା ଦେଶର ବିଭିନ୍ନ ଅଞ୍ଚଳରେ ଦ୍ୱିତିୟ ପର୍ଯ୍ୟାୟ କରୋନା ସଂକ୍ରମଣ ପୁଣି ଥରେ ବଢିବାକୁ ଲାଗିଥିବା ବେଳେ କନ୍ଧମାଳ ଜିଲାରେ ବି ଏନେଇ ପଡିଛି ପ୍ରଭାବ। କୋଭିଡ-୧୯ର ଦ୍ୱିତୀୟ ଲହର ଆଶଙ୍କାରେ ଆଗୁଆ ସଜାଗ ହୋଇଛି କନ୍ଧମାଳ ଜିଲା ପ୍ରଶାସନ। ଗୁରବାର କନ୍ଧମାଳ ଜିଲାର ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଚକାପାଦ ବ୍ଲକ ବ୍ରାହ୍ମଣପାଦ ପଞ୍ଚାୟତର ତୋଟାଗୁଡା ମୌଜାର ବ୍ରାହ୍ମଣସାହିର ଏକ ଅଞ୍ଚଳକୁ ଜିଲା ପ୍ରଶାସନ ଦ୍ୱାରା କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି। ସଂପୃକ୍ତ ଅଞ୍ଚଳରେ ଆଜି ଜଣେ କରୋନା ପଜିଟିଭ ବ୍ୟକ୍ତିଙ୍କୁ ଚିହ୍ନଟ କରାଯିବା ପରେ ଏହି ନିଷ୍ପତ୍ତି ନିଆଯାଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି। ସଂପୃକ୍ତ ଅଞ୍ଚଳରେ ଅସ୍ଥାୟୀ ଚେକପୋଷ୍ଟ ବସାଇବା ସହ ଅଞ୍ଚଳକୁ ଲୋକଙ୍କ ଯାତାୟତ ନିୟନ୍ତ୍ରିତ କରିବା ପାଇଁ ଚକାପାଦ ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏଠାକୁ ସମସ୍ତ ଯାନ ବାହାନ ଓ ଲୋକଙ୍କ ଯିବା ଆସିବା ଉପରେ ସୂଂପର୍ଣ୍ଣଭାବେ ନିଷେଧାଦେଶ ଜାରି କରାଯାଇଛି। ଏଥି ସହ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଏହି ଅଞ୍ଚଳରେ ଘରକୁ ଘର ବୁଲି ନମୂନା ସଂଗ୍ରହ କରିବା ଏବଂ କୌଣସି ସନ୍ଦିଗ୍ଧ ରୋଗୀଙ୍କୁ ପାଇଲେ ତୁରନ୍ତ ସେମାନଙ୍କୁ ସ୍ଥାନାନ୍ତର କରିବା ପାଇଁ ଜିଲ୍ଳାପାଳ ନିର୍ଦ୍ଦେଶ ଦେଇଛନ୍ତି। କଣ୍ଟେନମେଣ୍ଟ ଜୋନରେ ବ୍ୟାରିକେଡ ନିର୍ମାଣ ପାଇଁ ଚକାପାଦ ବିଡିଓଙ୍କୁ ନିର୍ଦ୍ଦେଶ ମିଳିଛି। ମୋଟାମୋଟି ଭାବେ ସମସ୍ତ କୋଭିଡ ପ୍ରୋଟୋକଲକୁ ଏହି ଅଞ୍ଚଳରେ ତୁରନ୍ତ ଲାଗୁ କରିବା ପାଇଁ ଜିଲାପାଳ ଆଜି ଏକ ନିର୍ଦ୍ଦେଶନାମା ଜାରୀ କରିଛନ୍ତି। ଅପରପକ୍ଷରେ ଆଜି ଜିଲାରେ ଜଣେ ନୂତନ କୋଭିଡ ପଜିଟିଭ ଚିହ୍ନଟ ହେବା ପରେ ଜିଲାରେ ଆକ୍ଟିଭ କେସ ୩ରେ ପହଂଚିଛି। ଏଥିସହ ଆଜି ସୁଦ୍ଧା ଜିଲାରେ ସମୁଦାୟ ଜରୋନା ପଜିଟିଭଙ୍କ ସଂଖ୍ୟା ୫୯୫୫ରେ ପହଂଚିଛି। ଏମାନଙ୍କ ମଧ୍ୟରୁ ୫୯୧୯ ଜଣ ସୁସ୍ଥ ହୋଇଥିବା ବେଳେ ୩୩ ଜଣ ସରକାରି ଭାବେ ମୃତ୍ୟୁବରଣ କରିଛନ୍ତି।
Breaking
ଡ଼ ନାରାୟଣ ମହାପାତ୍ରଙ୍କୁ ସମ୍ମାନ ସୂଚକ ଗ୍ଲୋବାଲ ପିସ ହ୍ୟୁମାନ ରାଇଟସ ଆୱାର୍ଡସମସ୍ତେ ଏକାଠି ମିଶି ଇସ୍କନ ବିରୋଧରେ ସ୍ୱର ଉତ୍ତୋଳନ କରିବା ନିହାତି ଆବଶ୍ୟକThis World Heart Day: How Personalized Medicine is Shaping the Future of Bad Cholesterol Treatment୨୯ରୁ ଟ୍ୱିନ ସିଟିର ସବୁଠାରୁ ବଡ ନବରାତ୍ରି ସେଲିବ୍ରେଶନ ‘ଦାଣ୍ଡିଆ କାର୍ଣ୍ଣିଭାଲNavadarshan Reflection Ceremony 2025: Paving the Way for an Inclusive & Viksit Odisha