ରାଜ୍ୟପାଳ କରୋନା ପଜିଟିଭ୍
ଓଡ଼ିଶା ନ୍ୟୁଜ ଟୁଡେ ବ୍ୟୁରୋ:
ଓଡ଼ିଶାର ରାଜ୍ୟପାଳ ପ୍ରଫେସର୍ ଗଣେଶି ଲାଲ୍ ଏବଂ ତାଙ୍କ ପତ୍ନୀ କରୋନା ଭାଇରସ ରେ ଆକ୍ରାନ୍ତ ହୋଇଛନ୍ତି। ରାଜ୍ୟପାଳଙ୍କ ସହ ତାଙ୍କ ପରିବାରର ୬ ଜଣ ସଦସ୍ୟ ମଧ୍ୟ କରୋନା ପଜିଟିଭ୍ ବୋଲି ସୂଚନା ମିଳିଛି। ଚିକିତ୍ସା ପାଇଁ ତାଙ୍କୁ ସମ୍ କୋଭିଡ୍ ହସ୍ପିଟାଲ୍ ରେ ଭର୍ତ୍ତି କରାଯାଇଛି। ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ବିଶେଷଙ୍କୁ ପରୀକ୍ଷା କରାଇନେବା ସହ ସଙ୍ଗରୋଧ ରେ ରହିବା ପାଇଁ ପରାମର୍ଶ ଦିଆଯାଇଛି।