ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:
ପୁରୀରେ ପଦ୍ମ ଫୁଟାଇବାକୁ ଗେରୁଆ ଶିବିରରେ କସରତ ଚାଲିଥିବାବେଳେ ପୁରୀ ଲୋକସଭା ପାଇଁ ଟିକେଟ୍ ପାଇଛନ୍ତି ସମ୍ବିତ୍ । ନିର୍ବାଚନ ପାଈ ଜୋରଦାର ହେଉଛି ପ୍ରଚାର। ପ୍ରଚାର ମଇଦାନରେ ସମ୍ବିତ କେତେବେଳେ ଜଗନ୍ନାଥଙ୍କୁ ହାତରେ ଧରି ନିର୍ବାଚନୀ ପ୍ରଚାର କରୁଛନ୍ତି ତ ଆଉ କେତେବେଳେ ପୁରୀରେ କେବଳ ‘ଶଙ୍ଖ’ ଫୁଟୁ କହି ଚର୍ଚାକୁ ଖୋରାକ୍ ଯୋଗାଉଛନ୍ତି । ତେବେ ପୁଣି ଆଉ ଏକ ବିବାଦରେ ଛନ୍ଦି ହୋଇଛନ୍ତି ଶ୍ରୀପାତ୍ର । ବିଜେପି ପ୍ରାର୍ଥୀ ଭାବେ ସମ୍ବିତ ଭୋଟ୍ ପାଇଁ ଲୋକଙ୍କ ନିକଟତର ହେଉଥିବାବେଳେ ମହିଳା ଭୋଟରଙ୍କୁ ମଧ୍ୟ ନିଜ ସପକ୍ଷରେ ଆଣିବାକୁ ପ୍ରୟାସ ଚଳାଇଥିବା ବେଳେ ସମ୍ବିତ ପିପିଲି ଜଣେ ମହିଳାଙ୍କ ଘରେ ଖାଦ୍ୟ ଖାଇ ମହିଳା ଭୋଟରଙ୍କୁ ଆକୃଷ୍ଟ କରିବାକୁ ଉଦ୍ୟମ ଖଳୁଥିବା ବେଳେ ଏକ ଭିଡ଼ିଓ ଟ୍ବିଟ୍ କରି ଫସିଯାଇଛନ୍ତି ସମ୍ବିତ୍। ଭିଡ଼ିଓରେ ସମ୍ବିତ ଯେଉଁ ମହିଳାଙ୍କ ଘରେ ଭୋଜନ ଗ୍ରହଣ କରୁଛନ୍ତି ସେହି ମହିଳା ଜଣକ ମାଟି ଚୁଲିରେ ରୋଷେଇ କରି ସମ୍ବିତଙ୍କୁ ଖାଦ୍ୟ ପରସୁଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ସୋସିଆଲ ମିଡ଼ିଆରେ ସମ୍ବିତଙ୍କୁ ସମାଲୋଚନା ସହ ଜନ ଆକ୍ରୋସର ଶୀକାର ହେବାକୁ ପଡିଛି । ମହିଳାଙ୍କ ପାଇଁ ମୋଦି ସରକାରଙ୍କ ସବୁଠାରୁ ବଡ଼ ଯୋଜନା କହି ବାଃ ବାଃ ନେଉଥିବା ବେଳେ ସମ୍ବିତଙ୍କ ପୋଷ୍ଟରୁ ବାରି ହେଉଛି ସତେ ଯେମିତି ଉଜ୍ବଳା ବାଟବଣା।
Breaking
ଡ଼ ନାରାୟଣ ମହାପାତ୍ରଙ୍କୁ ସମ୍ମାନ ସୂଚକ ଗ୍ଲୋବାଲ ପିସ ହ୍ୟୁମାନ ରାଇଟସ ଆୱାର୍ଡସମସ୍ତେ ଏକାଠି ମିଶି ଇସ୍କନ ବିରୋଧରେ ସ୍ୱର ଉତ୍ତୋଳନ କରିବା ନିହାତି ଆବଶ୍ୟକThis World Heart Day: How Personalized Medicine is Shaping the Future of Bad Cholesterol Treatment୨୯ରୁ ଟ୍ୱିନ ସିଟିର ସବୁଠାରୁ ବଡ ନବରାତ୍ରି ସେଲିବ୍ରେଶନ ‘ଦାଣ୍ଡିଆ କାର୍ଣ୍ଣିଭାଲNavadarshan Reflection Ceremony 2025: Paving the Way for an Inclusive & Viksit Odisha