ଭୂବନେଶ୍ବର:ପଦ୍ମ ଶିବିରକୁ ଫେରିଲେ ବିଜୟ । ସମସ୍ତ ରାଗ ଓ ରୋଷକୁ ଭୁଲି ଦଳକୁ ଫେରି ଆସିଛନ୍ତି ଦଳର ଏହି ହେଭିଓ୍ବେଟ୍ ନେତା ବିଜୟ ମହାପାତ୍ର । ଭୁବନେଶ୍ୱର ରାଜ୍ୟ କାର୍ଯ୍ୟାଳୟରେ ବିଧିବଦ୍ଧ ଭାବରେ ଦଳରେ ଯୋଗ ଦେଇଛନ୍ତି ବିଜୟ । ତେବେ କାଲି ସେ ମୋଦିଙ୍କ ସମାବେଶରେ ଯୋଗ ଦେବେ। ନିର୍ବାଚନ ଲଢ଼ିବା ବିଷୟ କେନ୍ଦ୍ରୀୟ ଚୟନ କମିଟି ଉପରେ ଛାଡିଛନ୍ତି। ଦଳରେ ଯୋଗ ଦେବାପରେ ରାଜ୍ୟରେ ପରିବର୍ତ୍ତନ ପାଇଁ ସେ କାମ କରିବେ ବୋଲି ମତ ରଖିଛନ୍ତି। ତେବେ ମିଶ୍ରଣକୁ ନେଇ ପ୍ରଶ୍ନର ଉତ୍ତରରେ କହିଛନ୍ତି କିଛି ସମୟ ଧରି ବୈଜୟନ୍ତ ଓ ଦଳର ହେଭିୱେଟ ନେତା ମାନେ ଯୋଗାଯୋଗରେ ଥିଲେ ,ରାଷ୍ଟ୍ରୀୟ ଅଧ୍ୟକ୍ଷ ଙ୍କ ସହ ଫୋନ ଯୋଗେ କଥା ପରେ ଏକ ନୂଆ ସଂଙ୍କଳ୍ପ ନେଇ ଦଳକୁ ଫେରିଛି ଓ ଆଗାମି ଦିନରେ ଦଳକୁ ମଜଭୁତ କରିବାକୁ ଚେଷ୍ଟା ଜାରି ରଖିବି।।୨୦୧୮ ମହାପାତ୍ର ବିଜେପିରୁ ଇସ୍ତଫା ଦେଇଥିଲେ । ଦଳୀୟ କାର୍ଯ୍ୟରେ ଅସନ୍ତୋଷ ପ୍ରକାଶ କରି ସେ ଗତବର୍ଷ ନଭେମ୍ବରରେ ସେ ଇସ୍ତଫା ଦେଇଥିଲେ।ତେବେ ବିଜୟଙ୍କ ଗେରୁଆ ଶିବିରକୁ ଫେରିବା ରାଜ୍ୟ ରାଜନୀତି ଉପରେ କଣ ପ୍ରଭାବ ପକଉଛି ତାହା ଦେଖିବା ବାକିରହିଲା।
Breaking
Tata Motors leads the way with innovative, sustainable and intelligent mobility solutions at EXCON 2025Odisha Vikash Conclave 2025 to Unveil Roadmap for People-Centric, Climate-Smart Odisha@2036Joyalukkas‘Brilliance Diamond Jewellery Show’ in Bhubaneswar from 21st November to 7th December.Red Swastik Society and Team “Ladhei” distributed EV Scooties to the Differently-Abled.Bhubaneswar Leads Odisha’s Tech Revolution as AI and Digital Banking Reshapes SME Landscape: Kotak