ଭୂବନେଶ୍ବର:କଂଗ୍ରେସ କୁ ସତେ ଯେମିତି ଶନି ଦଷା ପଡିଛି। ଉଠିବ କଂଗ୍ରେସ ହସିବ ଓଡିଶା ର ନାରା ଦଉଥିବା ଓଡିଶା କଂଗ୍ରେସ ଏବେ ଉଠିବା ପାଇ ବଳ ହରାଉଛିା କଂଗ୍ରେସକୁ ଆଉ ଏକ ଝଟକା ଦେଇ ଦଳରୁ ଇସ୍ତଫା ଦେଇଛନ୍ତି କଂଗ୍ରେସ ନେତା ପ୍ରଣୟ ସାହୁ । ସମସ୍ତ ପଦ ଓ ଦଳର ସଦସ୍ୟତା ପଦରୁ ସେ ଇସ୍ତଫା ଦେଇଛନ୍ତି । ପିସିସି ସଭାପତିଙ୍କ ନିକଟକୁ ଇସ୍ତଫା ପତ୍ର ପଠାଇଛନ୍ତି । ବିଜେପୁରରେ ରୀତା ସାହୁଙ୍କ ବିରୋଧରେ ଲଢିଥିଲେ ପ୍ରଣୟ ସାହୁ । ନବ ଦାସ ଓ ଯୋଗେଶ ସିଂଙ୍କ ପରେ ପ୍ରଣୟ ଇସ୍ତଫା ରାଜ୍ୟ କଂଗ୍ରେସ କୁ ଏକ ଶକ୍ତ ଝଟ୍କା ଲାଗିଛି। କଂଗ୍ରେସରୁ ଇସ୍ତଫା ଦେଇଥିଲେ ଝାରସୁଗୁଡ଼ା ବିଧାୟକ ନବ ଦାସ । ଦଳର ପ୍ରାଥମିକ ସଦସ୍ୟ ଏବଂ କାର୍ଯ୍ୟକାରୀ ସଭାପତି ପଦରୁ ଇସ୍ତଫା ଦେଇଛନ୍ତି । ଝାରସୁଗୁଡ଼ା ଲୋକଙ୍କ ବିକାଶର କଥା କହି, କଂଗ୍ରେସର ପ୍ରାଥମିକ ସଦସ୍ୟ ଏବଂ ଦଳୀୟ ପଦରୁ ଇସ୍ତଫା ଦେଇଥିଲେି ନବ ଦାସ । ତେବେ ନିର୍ବାଚନ ପାଇ ଦିନ କେତୋଟି ଥିବା ବେଳେ ଏହି ସଙ୍କଟ କୁ କଂଗ୍ରେସ କେମିିତି ସାମନା କରୁଛି ତାହା ଦେଖିବା ବାକି ରହିଲାା
Breaking
This World Heart Day: How Personalized Medicine is Shaping the Future of Bad Cholesterol Treatment୨୯ରୁ ଟ୍ୱିନ ସିଟିର ସବୁଠାରୁ ବଡ ନବରାତ୍ରି ସେଲିବ୍ରେଶନ ‘ଦାଣ୍ଡିଆ କାର୍ଣ୍ଣିଭାଲNavadarshan Reflection Ceremony 2025: Paving the Way for an Inclusive & Viksit OdishaCoca-Cola India Strengthens Odisha’s Retail Ecosystem Through Training and Infrastructure SupportBMPS TAKSHILA SCHOOL – AVISHKAAR