Breaking

ବାପା ଆରପାରିରେ ମା’ର ବ୍ରେନ୍ ହାମ୍ରେଜ୍ : ଅସହାୟ ଅବସ୍ଥାରେ ତିନି ଭଉଣୀ

ସହାୟତାର ହାତ ବଢାଇଲା ସମାଜ ଦର୍ପଣ

0

ବାଣପୁର(ଗୋବର୍ଦ୍ଧନ ପଣ୍ଡା):ଦୂର୍ଭାଗ୍ୟ ଯେତେବେଳେ ଆସେ ଜ୍ଞ୍ୟାତି କୁଟୁମ୍ବଙ୍କୁ ସାଙ୍ଗରେ ଧରି ଆସେ । ତିନି ତିନୋଟି ଝିଅ ଓ ମମତା ପ୍ରଧାନଙ୍କୁ ଛାଡି ସ୍ବାମି ଧୋବା ପ୍ରଧାନ ଗତ ଦଶବର୍ଷ ତଳୁ ଆରପାରିରେ । ତିନୋଟି ଝିଅକୁ ପାଳିପୋଷି ବଡ କରିବା, ପାଠ ପଢେଇବା କେତେ କଷ୍ଟକର ଜଣେ ସ୍ତ୍ରୀଲୋକ ପକ୍ଷେ ଆପଣମାନେ ଅନୁଭବ କରିପାରୁଥିବେ । କିନ୍ତୁ ଦୂର୍ଭାଗ୍ୟ ଯେତେବେଳେ ପିଛା ଧରେ ହନ୍ତସନ୍ତ କରି ନମାରିବା ଦୂର ହୁଏନି ।

ସାମାନ୍ୟ ବ୍ଲଡ ପ୍ରେଶର ରୁ ମତିଷ୍କ ଉପରେ ଏପରି ପ୍ରଭାବ ପକାଇଲା ଯେ ମମତା ପ୍ରଧାନ ଗତ ଦୁଇବର୍ଷ ହେଲା ଶଯ୍ୟାଶାୟୀ ହୋଇଗଲେ । ଅନେକ ଡାକ୍ତରଙ୍କ ଚିକିତ୍ସା ସତ୍ବେ କିଛି ଫଳପ୍ରଦ ହେଲା ନାହିଁ । କିମ୍ସ ଡାକ୍ତରଖାନାରେ ଗତ ଆଠମାସ ହେଲା ସେ ଚିକିତ୍ସା ହେଉଛନ୍ତି, ତାଙ୍କୁ ବ୍ରେନ୍ ହାମ୍ରେଜ ହୋଇଛି । ଡାକ୍ତରଙ୍କ କହିବା ଅନୁସାରେ ତିନିଥର ସର୍ଜରୀ ହେବ ଓ ଏଯାବତ ଦୁଇ ଥର ସର୍ଜରୀ ହୋଇ ସାରିଛି । ଆଜକୁ ମିଶାଇ ୩ ଥର ହେଲା।

ମାସଟିଏ ପୂର୍ବରୁ ଯେଉଁ ସର୍ଜରୀ ହୋଇଥିଲା ମମତା ପ୍ରଧାନଙ୍କ ମତଷ୍କ ଖପୁରୀ ଖୋଲାଯାଇ ପେଟରେ ରଖା ଯାଇଛି । ପନ୍ଦର ଦିନ ପରେ ଶେଷ ସର୍ଜରୀ ହେବାର ଥିଲା, ଯାହାକୁ କ୍ରାନିଓଫେସିଆଲ ପ୍ଲାଷ୍ଟିକ ସର୍ଜରୀ (CRANIOFACIAL PLASTIC SURGERY) କୁହାଯାଏ । ଏଥିପାଇଁ ଆବଶ୍ୟକ ହେଉଛି ଲକ୍ଷାଧିକ ଟଙ୍କା । ଏଯାବତ ଲକ୍ଷ ଲକ୍ଷ ଟଙ୍କା ଖର୍ଚ କରି ସାରିଥିବା ତିନି ଭଉଣୀଙ୍କ ଆଖିରେ ଲୁହର ବନ୍ୟା ।

କିପରି ବଞ୍ଚାଇବେ ନିଜ ଜନ୍ମକଲା ମାଆକୁ ? କାହାକୁ ଡାକିବେ ମାଆ ? କଥାରେ ଅଛି “ମାଆ ନାହିଁଁ ଯାହାର, କେହି ସାହା ନାହିଁଁ ତାର ” । ତିନି ଭଉଣୀ ଅସହାୟ ଅବସ୍ଥାରେ ବାରମ୍ବାର ବାଣପୁର ରୁ ଭୁବେନେଶ୍ବର ହେଉଛନ୍ତି, ଅନେକ କାକୁତି ମିନତି କରୁଛନ୍ତି । ହେଲେ ସେମାନଙ୍କ ଦୁଃଖ ବୁଝିବ କିଏ ? କିଏ ଦେବ ସେମାନଙ୍କୁ ସାହାରା ? କିଏ ଆଗେଇ ଆସିବ ତାଙ୍କ ମାଆଙ୍କୁ ବଞ୍ଚାଇବା ପାଇଁ ? ଅନେକ ଗୁଡିଏ ପ୍ରଶ୍ନରେ ଛନ୍ଦି ହୋଇ ସାହାଯ୍ୟର ହାତ ପାତିଛନ୍ତି ସୋସିଆଲ ମିଡିଆରେ ।

ସମାଜର ଦର୍ପଣର ବାଣପୁର ସଦଶ୍ୟା “ଚୁମୁକି ବରାଳ” ଏହି କେସ୍ ଟି ସମାଜର ଦର୍ପଣ-The Mirror Of Society ରେ ପକାଇଥିଲେ । ସମାଜର ଦର୍ପଣ ହେଲ୍ପ ଗୃପ୍ ଏହି କେସ୍ ଟି ନିଜ ହାତକୁ ନେଇ ଯଥା ସମ୍ଭବ ସାହାଯ୍ୟ କରାଯିବ ପ୍ରତିଶୃତି ଦେଇଥିଲେ ଏବଂ ତାହା ସମସ୍ତ ସ୍ବେଚ୍ଛାକୃତ ଦାତା ମାନଙ୍କ ଦ୍ୱାରା ସମ୍ଭବ ହୋଇପାରିଛି ମଧ୍ୟ ।

ସମାଜର ଦର୍ପଣ ତରଫରୁ ସମସ୍ତ ସୋସିଆଲ ମିଡିଆର ବନ୍ଧୁମାନଙ୍କୁ ଅନୁରୋଧ କରା ଯାଇଥିଲା କି , ଆପଣମାନେ ୨୦୧୯ ଇଂରାଜୀ ନୂଆ ବର୍ଷକୁ ଢେର ଆଡମ୍ବରରେ ପାଳନ କରୁଛନ୍ତି । ଯଦି ଆପଣମାନେ ନିଜସ୍ବ ଖର୍ଚରୁ ୧୦ ଟଙ୍କା ହେଉ କିମ୍ଭା ୧୦୦ ଟଙ୍କା ଯଥା ସମ୍ଭବ ସାହାଯ୍ୟ କରନ୍ତି, ଚାରି ଚାରିଜଣଙ୍କ ଓଠରେ ହସଟିଏ ଫୁଟାଇ ପାରିବା । ଏହା କୁ ବାସ୍ତବ ରୂପ ଦେଇପାରିଛନ୍ତି ଆମର ୧୧୩ ଜଣ ଦାତା ଙ୍କ ମାଧ୍ୟମ ରେ ୧୭,୩୫୫.୦୦ ଆଦାୟ ହୋଇପାରିଥିଲା।

ଆଜି ଅପରେସନ ଶେଷ ହେବା ପର୍ଯ୍ୟନ୍ତ ଗ୍ରୁପ ର ସଦସ୍ୟ ମାନେ (ତନ୍ମୟ ମହାପାତ୍ର(ସହ ସମ୍ପାଦକ), ଚୁମୁକି ବରାଳ, ଦିବ୍ୟଜ୍ୟୋତି ଦାସ,ଅମିତ ପଣ୍ଡା, )ଦୀର୍ଘ ୬ ଘଣ୍ଟା ଧରି ଅପେକ୍ଷା କରିବସିଥିଲେ ଶେଷରେ ସମସ୍ତଙ୍କ ଭଲପାଇବା, ପରମେଶ୍ୱର ଆଶୀର୍ବାଦ ରୁ ଅପରେସନ ଟି ସୁରୁଖୁରୁ ରେ ସମ୍ପାଦିତ ହୋଇଛି। ଏବଂ ଆୟ ହୋଇଥିବା ସମସ୍ତ ଟଙ୍କା ସହ ଗୃପ ରୁ ଆଉ କିଛି ଟଙ୍କା ମିଶାଇ ମୋଟ ୨୦,୦୦୦.୦୦ ଟଙ୍କା ନଗଦ ଅର୍ଥ ଆକାର ରେ ପ୍ରଦାନ କରାଗଲା ଏବଂ ସେ ଡାକ୍ତର ଖାନା ରୁ ଡ଼ିସଚାର୍ଜ ହେବା ପର୍ଯ୍ୟନ୍ତ ଗୃପ ସଦସ୍ୟ ମାନେ ନିୟମିତ ବ୍ୟବଧାନରେ ଦେଖା ଶୁଣା କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

ଗୋଟିଏ ପରେ ଗୋଟିଏ ଏହିପରି ମେଡିକାଲ କେସ ହାତକୁ ନେଇ ସମାଜ ଦର୍ପଣ ର ହେଲ୍ପ ଗୃପ ଆଜି ସମାଜ କଲ୍ୟାଣ ନିମନ୍ତେ ତତ୍ପର।

ସରକାର ଙ୍କ ତରଫରୁ କିଛି ଆର୍ଥିକ ସାହାଯ୍ୟ ମିଳିଲେ ଆଗକୁ ଅନେକ ସମାଜ ହିତକର କାର୍ଯ୍ୟ ହାତକୁ ନେଇପାରନ୍ତେ ବୋଲି ସହସମ୍ପାଦକ ଶ୍ରୀଯୁକ୍ତ ତନ୍ମୟ ମହାପାତ୍ର ଜଣାଇଛନ୍ତି

ଆମ୍ଭେ ସରକାରଙ୍କୁ ଅନୁରୋଧ କରୁଚୁ ମଧ୍ୟ କିଛି ସରକାରୀ ସହାୟତା ଦିଆଯିବା ସଙ୍ଗେସଙ୍ଗେ, ତତ୍କ୍ଷଣାତ ଗୃପ ଟିକୁ ସୋସାଇଟି ରେଜିଷ୍ଟ୍ରସନ ଆକ୍ଟ ରେ ରେଜିଷ୍ଟ୍ରସନ କରାଗଲେ ଆଗାମୀ ଦିନରେ
*ସମାଜର ଦର୍ପଣ ହେଲ୍ପ ଗୃପ ଟି ସମାଜ ପାଇଁ ଝଟକୁଥିବ*

ସୌଜନ୍ୟ- ସମାଜର ଦର୍ପଣ-The Mirror Of Society
Samaja Ra Darpan Help Group
ସମାଜର ଦର୍ପଣ
ସଭାପତି- ପ୍ରଶାନ୍ତ ସେନାପତି
Paytm/Phonpe/Tez-9600168163

Account Details for making payments
Name-Prasant Senapati
Bank Name- Axis Bank Limited
Account No-918010045895590
IFSC Code-UTIB0001073
Branch-Chandikhole

କୌଣସି ସହୃଦୟ ବ୍ୟକ୍ତି ବିଶେଷ ସାହାଯ୍ୟ ର ହାତ ବଢ଼ାଇବା କୁ ଚଂହୁଥିଲେ ଉପରଲିଖିତ ଆକାଉଣ୍ଟ ରେ ଅର୍ଥରାଶି ଦେଇପାରିବେ।

loading...

Leave A Reply

Your email address will not be published.